Odisha News: ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବବ୍ୟବହାର ମାମଲା: ବଦଳିଲେ ଭରତପୁର ଥାନା ଅଧିକାରୀ
Advertisement
Article Detail0/zeeodisha/odisha2435404

Odisha News: ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବବ୍ୟବହାର ମାମଲା: ବଦଳିଲେ ଭରତପୁର ଥାନା ଅଧିକାରୀ

ଭୁବନେଶ୍ୱର: ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବବ୍ୟବହାର ମାମଲାରେ କାର୍ଯ୍ୟନୁଷ୍ଠାନ। ବଦଳିଛନ୍ତି ଭରତପୁର ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓ ଅନ୍ୟ କର୍ମଚାରୀ। ଦିନକୃଷ୍ଣଙ୍କ ସମେତ ମହିଳା ଏଏସାଇ ସଲିଳମୟୀ ସାହୁ ଓ ଜଣେ କନେଷ୍ଟବଳ ବଳରାମ ହାଁସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ଭରତପୁର ଥାନା ଅଧିକାରୀ ଓ ମହିଳା ଏଏସଆଇଙ୍କୁ ଭୁବନେଶ୍ୱର ଡିସିପି ଅ

Odisha News: ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବବ୍ୟବହାର ମାମଲା: ବଦଳିଲେ ଭରତପୁର ଥାନା ଅଧିକାରୀ

Odisha News: ଭୁବନେଶ୍ୱର: ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବବ୍ୟବହାର ମାମଲାରେ କାର୍ଯ୍ୟନୁଷ୍ଠାନ। ବଦଳିଛନ୍ତି ଭରତପୁର ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓ ଅନ୍ୟ କର୍ମଚାରୀ। ଦିନକୃଷ୍ଣଙ୍କ ସମେତ ମହିଳା ଏଏସାଇ ସଲିଳମୟୀ ସାହୁ ଓ ଜଣେ କନେଷ୍ଟବଳ ବଳରାମ ହାଁସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ଭରତପୁର ଥାନା ଅଧିକାରୀ ଓ ମହିଳା ଏଏସଆଇଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି ହୋଇଛି। ସେହିପରି ଦୀପକ ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ନିଯୁକ୍ତି ମିଳିଛି। 

fallback

ମିଳିଥିବା ସୂଚନା ଅନୁସାରେ ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିଲା। ତେବେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଭରତପୁର ଥାନା ଅଧିକାରୀ ସମେତ ୨ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଥିବା ସୂଚନା ରହିଛି। 

ଏଠାକେ କହି ରଖୁ କି ଗତ ଶନିବାର ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ପଟିଆରୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅସଦାଚରଣ କରିଥିଲେ। ଫଳରେ ଏନେଇ ଅଭିଯୋଗ କରିବା ପାଇଁ ନିକଟସ୍ଥ ଭରତପୁର ଥାନାକୁ ଯାଇଥିଲେ ଗୁରୁବଂଶ। ମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ଲିଖିତ ଏତଲା ଦେବାକୁ ଦାବି କରିଥିଲା। ଏହାକୁ ନେଇ ଉଭୟ ପୋଲିସ ଅଧିକାରୀ ଓ ଗୁରୁବଂଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏପରିକି ଗୁରୁବଂଶଙ୍କୁ ରାତିସାରା ଲକଅପରେ ରଖିଥିବା ନେଇ ସୂଚନା ରହିଛି।ଏପରିକି ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୋଲିସ ଅଧିକାରୀ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା। ଏପରିକି ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।