Odisha News: ୯ ହଜାର ଟଙ୍କାର ଜାଲନୋଟ ହାତରେ ଧରାଇ ଏକ ଛେଳି ନେଇ ଛୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ଗ୍ରାମରେ। ସୂଚନା ଅନୁସାରେ ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ବର୍ଷ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ-ସିକୋ ରାସ୍ତାର ଟାଂକୋଳ ଛକ ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଜଂଗଲରେ ଛେଳି ଚରାଉଥିଲେ। ଏତିକି ବେଳେ ହଜରୁ ସିକୋ ଅଭିମୂଖେ ଏକ ନୀଳ ରଙ୍ଗର ବାଇକରେ ଯାଉଥିବା ଜଣେ ଅଚିହ୍ନା ଯୁବକ ଗୋଠରେ ଥିବା ବଡ଼ ଛେଳି (ବୋଦା)କୁ ମୂଲଚାଲ କରିଥିଲା।
Trending Photos
Odisha News: ୯ ହଜାର ଟଙ୍କାର ଜାଲନୋଟ ହାତରେ ଧରାଇ ଏକ ଛେଳି ନେଇ ଛୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ଗ୍ରାମରେ। ସୂଚନା ଅନୁସାରେ ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ବର୍ଷ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ-ସିକୋ ରାସ୍ତାର ଟାଂକୋଳ ଛକ ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଜଂଗଲରେ ଛେଳି ଚରାଉଥିଲେ। ଏତିକି ବେଳେ ହଜରୁ ସିକୋ ଅଭିମୂଖେ ଏକ ନୀଳ ରଙ୍ଗର ବାଇକରେ ଯାଉଥିବା ଜଣେ ଅଚିହ୍ନା ଯୁବକ ଗୋଠରେ ଥିବା ବଡ଼ ଛେଳି (ବୋଦା)କୁ ମୂଲଚାଲ କରିଥିଲା। ଶେଷରେ ଏହା ୯ ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା। ଏହି ଅଚିହ୍ନା ଯୁବକ ଜଣକ ପାଖରେ ରଖିଥିବା ଏକ ବଡ ବ୍ୟାଗରେ ଛେଳିଟିକୁ ଭର୍ତି କରିଥିଲା । ଏଥିସହ ତୁରନ୍ତ ଜାଲ ୯ହଜାର ଟଙ୍କା ବୃଦ୍ଧଙ୍କ ହାତରେ ଧରାଇ ସେଠାରୁ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲା।
ବୃଦ୍ଧ ଲୋକ ଜଣକ ଏହା ଅସଲି କି ନକଲି ପ୍ରଥମେ ଜାଣି ପାରିନଥିଲେ। ପରେ ଘରକୁ ଅନ୍ୟ ଛେଳିମାନଙ୍କୁ ଧରି ଫେରିଥିଲେ। ପରେ ଘରଲୋକଙ୍କୁ ଏହି ଟଙ୍କା ଦେବା ପରେ ଏହା ଜାଲ୍ ବା ନକଲି ନୋଟ ବୋଲି ଜଣାପଡିଥିଲା। ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଅଂଚଳରେ ଏହିଭଳି ଅନେକ ଦୃବୁର୍ତ ବୁଲୁଛନ୍ତି। ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ । ସେହିପରି ସ୍ଥାନୀୟ ଅଂଚଳରେ ବ୍ରାଉନ ସୁଗାରର ଅବାଧ ବିକ୍ରି ଓ ସେବନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏଥିପ୍ରତି ଜଙ୍କିଆ ପୋଲିସ ଓ ସିକୋ ଫାଣ୍ଡି ପୋଲିସ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Also Read: Govt Job: ରାଜ୍ୟରେ ସରକାରୀ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ...