Rice price hike: ପନିପରିବା ପରେ ଏବେ ବଢ଼ିଲା ଚାଉଳ ଦର, ହତାସ ଖାଉଟି..
Advertisement
Article Detail0/zeeodisha/odisha1802277

Rice price hike: ପନିପରିବା ପରେ ଏବେ ବଢ଼ିଲା ଚାଉଳ ଦର, ହତାସ ଖାଉଟି..

Rice price hike: ସାଧାରଣ ଖାଉଟିଙ୍କ ଉପରେ ଏବେ ଭାରି ପଡ଼ିଛି ମହଙ୍ଗା ମାଡ଼। ପନିପରିବା ଦରଦାମ ତଳକୁ ଖସୁ ନଥିବା ବେଳେ ଏବେ ଖାଉଟି ଘାରିଛି ଚାଉଳ ଦର ବୃଦ୍ଧି ଟେନସନ୍ ।ଏବେ ସାଧାରଣ ଚାଉଳ(Rice) କିସମର ଦର କିଲୋ ପ୍ରତି ୧୦ ରୁ ୧୨ ଟଙ୍କା ବୃଦ୍ଧି ପାଇଛି।

Rice price hike: ପନିପରିବା ପରେ ଏବେ ବଢ଼ିଲା ଚାଉଳ ଦର, ହତାସ ଖାଉଟି..

Rice price hike: ପନିପରିବା(Vegetable) ଦର ଏବେ ଆକାଶ ଛୁଆଁ ହୋଇଥିବା ବେଳେ ଖାଉଟିଙ୍କୁ(Consumer) ଘାରିଲାଣି ଚାଉଳ ଚିନ୍ତା । ଚାଉଳ ଦର ବୃଦ୍ଧି ଏବେ ରାଜ୍ୟବାସୀଙ୍କ ମୁଣ୍ଡରେ ଯେପରି ଚଡ଼କ ପକାଇଛି।ଏବେ ସାଧାରଣ ଚାଉଳ(Rice) କିସମର ଦର କିଲୋ ପ୍ରତି ୧୦ ରୁ ୧୨ ଟଙ୍କା ବୃଦ୍ଧି ପାଇଛି।ଗରିବ ଖାଉଟିଙ୍କ ପକେଟ ଉପରେ ସିଧା ସିଧା ମାଡ଼ କରିଛି ବର୍ଦ୍ଧିତ ଚାଉଳ ଦର। ରାଜଧାନୀ ଭୁବନେଶ୍ୱରରେ ସାଧାରଣ କିସମର ଚାଉଳ ଦର ଏବେ କ୍ୱିଣ୍ଟାଲ ପିଛା ୨୫ଶହ ଟଙ୍କାରୁ ବଢ଼ି ୩୫୦୦ ଟଙ୍କାରେ ପହଞ୍ଚିଛି।ସେହିପରି ଯଦି ଆମେ ଦେଖିବା ବ୍ରହ୍ମପୁର ହୋଲସେଲ୍ ବଜାରରେ ଏଚ୍‌ଏମ୍‌ଟି ଚାଉଳ ୧୧ଶହ ଟଙ୍କାରୁ ବଢ଼ି ୧୩ ଶହ ୪୦ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱର(Bhubaneswar) ଓ ବ୍ରହ୍ମପୁର ଭଳି ରୌପ୍ୟ ନଗରି କଟକରେ ମଧ୍ୟ ଚାଉଳ ଦର ବୃଦ୍ଧି ପାଇଛି।

ଚାଉଳ ଦର ବୃଦ୍ଧି-

ଦକ୍ଷୀଣ ଓଡ଼ିଶାରୁ ପ୍ରାୟ ଖାଦ୍ୟ ସାମଗ୍ରୀ ରାଜ୍ୟର ବିଭିନ୍ନ ସ୍ଥାନକୁ ରପ୍ତାନି ହୋଇଥାଏ ।ମାତ୍ର ଏବେ ହୋଲସେଲ ମାର୍କେଟରେ ଚାଉଳ ଦର ହଠାତ୍ ବୃଦ୍ଧି ସମସ୍ତଙ୍କୁ ଚକିତ କରିଛି। ସେଠାକାର ହୋଲସେଲ ବେପାରୀଙ୍କ କହିବା ଅନୁସାରେ ସରୁ ଏଚ୍‌ଏମ୍‌ଟି ଚାଉଳ କ୍ବିଣ୍ଟାଲ୍‌ ପିଛା ପ୍ରାୟ ୧ହଜାରରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।। ସେହିପରି ଲଚ୍‌କରି ଚାଉଳ ମୂଲ୍ୟ କିଲୋ ପ୍ରତି ୬୫ ଟଙ୍କା ହୋଇଥିବା ବେଳେ ତାହା ହୋଲସେଲ୍‌ରେ ୨୬ କିଲୋକୁ ୧୬ ଶହ ୯୦ ଟଙ୍କା ରହିଛି ।ତେଣୁ ବାଧ୍ୟ ହୋଇ ଏବେ ଅନେକ ଲୋକ ଏଚ୍‌ଏମ୍‌ଟି ବ୍ରାଣ୍ଡ୍‌ ଚାଉଳ ଛାଡ଼ି ସାଧାରଣ ଚାଉଳ କିଣୁଛନ୍ତି। କିଛି ପ୍ରିମିୟମ ଚାଉଳ ଦର ବୃଦ୍ଧି ଯୋଗୁ ଲୋକେ ଏହାକୁ କିଣିବାକୁ ଡରୁଛନ୍ତି । ଧାନ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଏମ୍‌ଏସ୍‌ପି(MSP) ଦରବୃଦ୍ଧିର ଏକ କାରଣ ବୋଲି ବ୍ୟବସାୟୀମାନେ କହିଛନ୍ତି।

ଚାଉଳ ବୃଦ୍ଧିର କାରଣ-

ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ ୟୁକ୍ରେନ-ରୁଷ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ, ବଡ଼ ବଡ଼ କର୍ପୋରେଟ୍‌ ହାଉସ ବିପୁଳ ମାତ୍ରାରେ ଚାଉଳ ମହଜୁଦ,କେରୋନା କାଳରେ ସରକାର ମାଗଣାରେ ଲୋକଙ୍କୁ ଖାଦ୍ୟଶସ୍ୟ ‌ବଣ୍ଟନ କରିବା ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଆଦି ଦେଶକୁ ଭାରତରୁ ଚୋରାରେ ଚାଉଳ ରପ୍ତାନି ଆଦି କାରଣ ଯୋଗୁ ଆଜି ଆମ ଦେଶରେ ଚାଉଳ ସଙ୍କଟ ଦେଖିବାକୁ ମିଳିଛି। ସେହିପରି ଚଳିତ ଥର ମୌସୁମୀ ବର୍ଷା ବର୍ତ୍ତମାନ ସୁଦ୍ଧା ଅସ୍ବାଭାବିକ ରହିଛି। ଫଳରେ ବୁଣାବୁଣି ବ୍ୟାହତ ହୋଇଛି। ଯେଉଁ କାରଣରୁ ଆସନ୍ତା ବର୍ଷ ମଧ୍ୟ ଚାଉଳ ମହଙ୍ଗା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି ।

ତେବେ କେବଳ ଚାଉଳ ଦର ନୁହେଁ ଏଥି ସହିତ ଡାଲି, ଜୀରା ଏବଂ ବିଭିନ୍ନ ପ୍ରକାର ମସଲା ଦର ମଧ୍ୟ ଗତ କିଛିଦିନ ହେଲା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ଯାହାକି ସାଧାରଣ ଖାଉଟିଙ୍କ ପକେଟକୁ ସିଧା ସଳଖ ଆଟାକ୍ କରିଛି।  କିଛିଦିନ ତଳେ ଯେଉଁଠାରେ ହରଡ଼ ଡାଲି ଦାମ କିଲୋଗ୍ରାମ ପିଛା ୧୩୦ ଟଙ୍କା ଥିଲା ଏବେ ତାହା ମୂଲ୍ୟ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି। ୧୮୦ ଟଙ୍କାରେ ବିକ୍ରି ହେଉଥିବା ଜିରା ଏବେ କିଲୋଗ୍ରାମ ପିଛା ୮୦୦ ଟଙ୍କାକୁ ବଢ଼ିଛି। ଅଦା କିଲୋଗ୍ରାମ ପିଛା ୨୫୦ରୁ ୩୦୦ ଟଙ୍କାରେ ପହଞ୍ଚିଛି। ତେବେ ଏପରି ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିବା ପାଇଁ ଆହୁରି ସମୟ ଲାଗିପାରେ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।

Also Read: Road Accident: ତିର୍ଥଯାତ୍ରୀ ବସକୁ ପିଟିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ୬ ମୃତ , ଏକାଧିକ ଆହତ

Green Highway Corridor: ରାଜପଥରେ ବିକଶିତ ହେବ ଜଙ୍ଗଲ; ମିଳିବ ଲଙ୍ଗ ଡ୍ରାଇଭ ବେଳେ ଆଖିକୁ ମିଳିବ ଆଶ୍ୱସ୍ତି