Advertisement
Article Detail0/zeeodisha/odisha2486365
Zee OdishaOdisha StateCyclone Dana: ଆଜି ସନ୍ଧ୍ୟାରୁ ଭୁବନେଶ୍ୱରରୁ ବିମାନ ଉଡ଼ାଣ ବାତିଲ, ୪୦ ବିମାନ ପ୍ରଭାବିତ

Cyclone Dana: ଆଜି ସନ୍ଧ୍ୟାରୁ ଭୁବନେଶ୍ୱରରୁ ବିମାନ ଉଡ଼ାଣ ବାତିଲ, ୪୦ ବିମାନ ପ୍ରଭାବିତ

Cyclone Dana (ଭୁବନେଶ୍ୱର): ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ସମସ୍ତ ବିମାନ ଉଡ଼ାଣରେ ରୋକ ଲଗାଇଛନ୍ତି କର୍ତ୍ତୃପକ୍ଷ। ବାତ୍ୟା ‘ଦାନା’ ପ୍ରଭାବରେ ଏହି ସେବାସବୁକୁ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି  ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଆସନ୍ତା କାଲି ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। 

ମିଳିଥିବା ସୂଚନା ଅନୁସାରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଆଜି ସମସ୍ତ ଅଂଶୀଦାର କମ୍ପାନୀଙ୍କ ସହ ଏକ ସମୀକ୍ଷା ବୈଠକ କରାଇଥିଲା। ଏଥିରେ ପାଣିପାଗ ସମ୍ବନ୍ଧିତ ନିରାପତ୍ତା ସୂଚନା ବାବଦରେ ଆଲଷାଚନା କରାଯାଇଥିଲା। ଏହି ସମୀକ୍ଷା ବେଳେ  ପାଣିପାଗରେ ପରିବର୍ତ୍ତନ ଏବଂ ପବନର ବେଗକୁ ଦେଖିଲେ ବିମାନ ଉଡ଼ାଣ ନିରାପଦ ନୁହେଁ ବୋଲି ସମସ୍ତ ବିମାନ ଚଳାଚଳ  ମତ ଦେବା ପରେ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
 
ଏହି ନିଷ୍ପତ୍ତି ଅନୁସାରେ, ଆଜି ସନ୍ଧ୍ୟା 5 ଟାରୁ ଆସନ୍ତାକାଲି ସକାଳ 9 ଯାଏଁ ବିମାନ ସେବା ବନ୍ଦ ରହିବ। ଆସନ୍ତା କାଲି ସକାଳେ ପୁଣି ସମୀକ୍ଷା ହେବ। ପାଣିପାଗରେ ପରିବର୍ତ୍ତନ ହୋଇଥିଲେ ଅଥବା ବିମାନ ଉଡ଼ାଣ ଲାଗି ଉପଯୋଗୀ ପାଣିପାଗ ଥିଲେ ପୁଣିଥରେ ବିମାନ ଉଡ଼ାଣ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୪୦ ବିମାନର ସେବା ପ୍ରଭାବିତ ହେବ, ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ, କିଛି ରିସିଡ୍ୟୁଲ ହେବ କି ଟିକେଟ କ୍ୟାନସଲ ହେବ, ହେଲେ ଯାତ୍ରୀଙ୍କ ସୁରକ୍ଷା ବଡ଼ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

Add Zee News as a Preferred Source
About the Author