ଘରୋଇ ବସ ମାଲିକ ସଂଘର ଘୋଷଣା, ଧର୍ମଘଟ ପ୍ରତ୍ୟାହୃତ
Advertisement
Article Detail0/zeeodisha/odisha1984820

ଘରୋଇ ବସ ମାଲିକ ସଂଘର ଘୋଷଣା, ଧର୍ମଘଟ ପ୍ରତ୍ୟାହୃତ

ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବା ବସ ମାଲିକ ସଂଘ ଡିସେମ୍ବର ମାସରୁ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଘରୋଇ ବସ ମାଲିକ ସଂଘର ଘୋଷଣା, ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବସ ଧର୍ମଘଟ ପ୍ରତ୍ୟାହୃତ କରିଛି ଘରୋଇ ବସ ମାଲିକ ସଂଘ ।  ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏନେଇ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବା ବସ ମାଲିକ ସଂଘ ଡିସେମ୍ବର ମାସରୁ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲକ୍ଷ୍ମୀ ବସ୍ ବ୍ଲକରୁ ଜିଲ୍ଲାକୁ ଚଲା ନଯିବା ସରକାର ମାନି ନେଇଛନ୍ତି । ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସ୍ ଗୁଡିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି । ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ଲକ୍ଷ୍ମୀ ବସ୍ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଏଥିସହ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କର କିଛି ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଉକ୍ତ କମିଟି ମୋ ବସର ରିଭ୍ୟୁ କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ଆଉ ଏକ ବୈଠକ କରିବେ । ସେ ବୈଠକରେ ମୋ ବସ୍ ଚଳାଚଳ ରୁଟକୁ ନେଇ ଆଲୋଚନା କରାଯିବ ।

Also Read- Kaun banega crorepati 15: ୧୨ବର୍ଷର ବାଳକ କୋଟିପତି, କେବିସି ୧୫ରେ ରଚିଲେ ଇତିହାସ, ଅମିତାଭ ବଚ୍ଚନ ବି ହେଲେ ମୟଙ୍କଙ୍କ ଫ୍ୟାନ

Also Read- ବିଏମ୍‌ସିର ଆନ୍ତଃ ବିଭାଗୀୟ ବୈଠକ, ବିନା ଅନୁମତିରେ ରାସ୍ତା କାଟିଲେ ଦିଆଯିବ ଏତଲା