ବିଏମ୍‌ସିର ଆନ୍ତଃ ବିଭାଗୀୟ ବୈଠକ, ବିନା ଅନୁମତିରେ ରାସ୍ତା କାଟିଲେ ଦିଆଯିବ ଏତଲା
Advertisement

ବିଏମ୍‌ସିର ଆନ୍ତଃ ବିଭାଗୀୟ ବୈଠକ, ବିନା ଅନୁମତିରେ ରାସ୍ତା କାଟିଲେ ଦିଆଯିବ ଏତଲା

ବିନା ଅନୁମତିରେ ରାସ୍ତା ଖୋଳିଲେ ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରାଧରେ ଏତାଲା ଦାୟର କରାଯିବ । ଆଜି ବିଏମସି ମୁଖ୍ୟାଳୟରେ ବସିଥିବା ଆନ୍ତଃ ବିଭାଗୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । 

ବିଏମ୍‌ସିର ଆନ୍ତଃ ବିଭାଗୀୟ ବୈଠକ, ବିନା ଅନୁମତିରେ ରାସ୍ତା କାଟିଲେ ଦିଆଯିବ ଏତଲା

ଭୁବନେଶ୍ୱର; ବିଏମ୍‌ସିର ବିନା ଅନୁମତିରେ ରାସ୍ତା ଖୋଳିଲେ ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରାଧରେ ଏତାଲା ଦାୟର କରାଯିବ । ଆଜି ବିଏମସି ମୁଖ୍ୟାଳୟ (BMC Headquarters)ରେ ବସିଥିବା ଆନ୍ତଃ ବିଭାଗୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିଶନର ରେଭିନ୍ୟୁ ଶ୍ରୀ ପ୍ରିୟବ୍ରତ ପାଢୀ, ୱାଟ୍‌କୋ, ଇଡ୍‌କୋ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ବିଏସ୍‌ଏନ୍‌ଏଲ୍‌, ଓପିଟିସିଏଲ୍‌, ଗେଲ୍ ଇଣ୍ଡିଆ ଲିମିଟେଡ, ପାୱାର ଗ୍ରୀଡ, ଜିଓ ରିଲାଏନ୍ସ, ଭାରତୀ ଏୟାରଟେଲ, ଟାଟା କମ୍ୟୁନିକେଶନ ଲିମିଟେଡ୍‌, ଭୋଡା ଫୋନ୍ ଆଦି କଂପାନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଯେ କୌଣସି ସଂସ୍ଥା ଓ ବ୍ୟକ୍ତି ବିଶେଷ ରାସ୍ତାରେ କେବୁଲ ବିଛାଇବା, ଖୁଣ୍ଟି ପୋତିବା, ଗ୍ୟାସ୍ ପାଇ ଲାଇନ୍‌, ସ୍ୱେରେଜ କାମ କିମ୍ବା ନିର୍ମାଣ କାମ ପାଇଁ ରାସ୍ତା ଖୋଳିବା ମନା । ଏହା କରିବା ପୂର୍ବରୁ ନିଶ୍ଚିତ ଭାବେ ବିଏମସିରୁ ଅନୁମତି ନେବାକୁ ପଡିବ ।

ସୂଚନା ଯୋଗ୍ୟ, ବିଏମ୍‌ସିର ଅଭିଯୋଗ ପ୍ରକୋଷ୍ଠକୁ ଏ ସଂକ୍ରାନ୍ତୀୟ ଅନେକ ଆବେଦନ କର୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ଏପରିକି ବିଏମ୍‌ସିର କର୍ପୋରେସନ ବୈଠକରେ ମଧ୍ୟ କର୍ପୋରେଟରମାନେ ଏହି ଭଳି ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜନସାଧାରଣଙ୍କର ଚଳପ୍ରଚଳ ଏ ଦିଗରେ ଅନେକ ବାଧା ଦେଉଛି ଏବଂ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି । ଅନ୍ୟପକ୍ଷରେ ସହରର ବାସୋପଯୋଗୀତା ଏବଂ ସୌର୍ନ୍ଦ୍ୟକରଣ କ୍ଷୁର୍ଣ୍ଣ ହେଉଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେ କୌଣସି ବିଭାଗ, କର୍ପୋରେସନ, ଅନଷ୍ଠାନ ପ୍ରଚଳିତ ନିୟମକୁ ଅନୁସରଣ କରିବାକୁ ପଡିବ । ତେଣୁ ରାସ୍ତା କାଟିବା ପୂର୍ବରୁ ଉପଯୁକ୍ତ କାରଣ ଦର୍ଶାଇବା ସହ ବିଏମ୍‌ସିର ଅନୁମତି (BMC permission) ନେବାକୁ ପଡିବ । ଅନୁମତି ଦେବା ପୂର୍ବରୁ ବିଏମସିର ଏକ ଟିମ୍ ସଂପୃକ୍ତ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବା ପରେ, ତାହା ଯଥାର୍ଥ ହୋଇଥିଲେ, ଅନୁମତି ପ୍ରଦାନ କରାଯିବ । ଏଥିରେ ଖିଲା ପରିଦର୍ଶିତ ହେଲେ, ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଏତଲା (FIR) ଦାୟର କରାଯିବ ବୋଲି ଏହି ବୈଠକରେ କମିଶନର କହିଛନ୍ତି । କେବଳ ସେତକି ନୁହେଁ, ରାସ୍ତାରେ ନିର୍ମାଣ ଓ ଭଗ୍ନାବଶେଷ ବାଲି, ମାଟି, ଗୋଡି ଆଦି ଗଦା କରିପାରିବେ ନାହିଁ କି କେବୁଲ ଝୁଲାଇ ପାରିବେ ନାହିଁ ବୋଲି କହିଛନ୍ତି କମିଶନର ।

Also Read- ଅଞ୍ଜୁ ଭାରତ ଫେରିବା ପରେ ଏମିତି କହିଲେ ପ୍ରଥମ ସ୍ୱାମୀ ଅରବିନ୍ଦ

Also Read- Kaun banega crorepati 15: ୧୨ବର୍ଷର ବାଳକ କୋଟିପତି, କେବିସି ୧୫ରେ ରଚିଲେ ଇତିହାସ, ଅମିତାଭ ବଚ୍ଚନ ବି ହେଲେ ମୟଙ୍କଙ୍କ ଫ୍ୟାନ