Chilika Bird Survey: ଚିଲିକାରେ ଜାରି ରହିଛି ପକ୍ଷୀ ଗଣନା, ନିୟୋଜିତ ଅଛନ୍ତି ୨୧ଟି ଟିମ୍
Advertisement
Article Detail0/zeeodisha/odisha2043117

Chilika Bird Survey: ଚିଲିକାରେ ଜାରି ରହିଛି ପକ୍ଷୀ ଗଣନା, ନିୟୋଜିତ ଅଛନ୍ତି ୨୧ଟି ଟିମ୍

Chilika Bird Survey: ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ରେଞ୍ଜ୍‌ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । 

ସୌ(ସୋସିଆଲ ମିଡିଆ)

Chilika Bird Survey: ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ରେଞ୍ଜ୍‌ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ସକାଳ ସାଢେ ୫ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ମଧ୍ଯାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପକ୍ଷୀ ଗଣନା ଶେଷ ହେବା ଯାଏଁ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳକୁ ବନ୍ଦ ରଖାଯାଇଛି । ଚିଲିକାକୁ ପ୍ରାୟ ୧୧୮ ପ୍ରଜାତିର ୯ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ଆକଳନ କରିଛି।

ମୁଖ୍ୟତଃ ୩ଟି ପଦ୍ଧତିରେ ପକ୍ଷୀ ଗଣନା ହୋଇଥାଏ । ପ୍ରଥମଟି ତଥା ଏକକ ପଦ୍ଧତିରେ ଚିଲିକା ମଧ୍ଯରେ ଯେଉଁଠି ସ୍ବଳ୍ପ ସଂଖ୍ୟକ ପକ୍ଷୀ ଥାଆନ୍ତି ସେଠାରେ ୧,୨,୩ ଆଦି କ୍ରମ ଅନୁଯାୟୀ ପକ୍ଷୀ ସଂଖ୍ୟା ଓ ପ୍ରଜାତି ଗଣନା ହୁଏ । ସେହିପରି ଦ୍ବିତୀୟ ପଦ୍ଧତି ହେଲା ବ୍ଲକ୍ ପଦ୍ଧତି । ଏଥିରେ ଛୋଟ ଛୋଟ ଗ୍ରୁଫ ତଥା ସ୍ବଳ୍ପ ସଂଖ୍ୟକ ପକ୍ଷୀ ଥାଆନ୍ତି । ଟେଲିସ୍କୋପ ମାଧ୍ୟମରେ ଏହାର ସମଷ୍ଟୀକରଣ କରାଯାଇ ସଂଖ୍ୟା ନିର୍ଦ୍ଧାରଣ କରାଯାଏ । ଶେଷ ତଥା ତୃତୀୟ ପଦ୍ଧତି ହେଲା ସର୍କଲ ପଦ୍ଧତି । ଏଥିରେ ଯେଉଁଠି ପକ୍ଷୀଙ୍କୁ ଗଣି ହୁଏନାହିଁ ଏବଂ ଅସଂଖ୍ୟ ସଂଖ୍ୟାରେ ପକ୍ଷୀଙ୍କ ସମାଗମ ଥାଏ, ସେଠାରେ ବାଇନାକୁଲାର ପରିଧି ମଧ୍ଯରେ ଦୃଷ୍ଟିଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ଗୋଟିଏ ସର୍କଲ କରି ଜିପିଏସ୍ ମାଧ୍ୟମରେ ପକ୍ଷୀଙ୍କୁ ପ୍ରଜାତି ଓ ସଂଖ୍ୟା ସମଷ୍ଟୀକରଣ ହୋଇଥାଏ । ଗଣନା ସମୟରେ ଯଦି ଗୋଟିଏ ବ୍ଲକ୍ କିମ୍ବା ସର୍କଲରେ ଦୃଷ୍ଟିଗୋଚର ଥିବା ପକ୍ଷୀ ଉଡ଼ିଯାଇ ଅନ୍ୟତ୍ର ଅବସ୍ଥାନ କରନ୍ତି, ତା’ ହେଲେ ସେଠାରୁ ଉଡି଼ଯାଇଥିବା ପକ୍ଷୀ ସଂଖ୍ୟାକୁ ବିଭକ୍ତ କରାଯାଇ ଅବସ୍ଥାନ କରିଥିବା ବ୍ଲକ୍ କିମ୍ବା ସର୍କଲରେ ସମଷ୍ଟୀକରଣ ହୁଏ ।

ଏହା ବି ପଢନ୍ତୁ-GiTAGGED: ଓଡ଼ିଶାର ୭ ସାମଗ୍ରୀକୁ ମିଳିଲା GI ମାନ୍ୟତା, ଜାଣନ୍ତୁ କ’ଣ ସବୁ ରହିଛି ସାମିଲ?

ପ୍ରକାଶ ଥାଉ କି,  ଗତବର୍ଷ ୧୮୪ ପ୍ରଜାତିର ମୋଟ ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଥିଲା । ତେବେ ଚଳିତ ବର୍ଷ ପାଗ ଅନୁକୂଳ ରହିବା ସହ ଜଳସ୍ତର କମ୍ ହେତୁ ପକ୍ଷୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଡି଼ଏଫଓ ନାୟକ ଆଶା ପ୍ରକାଶ କରିଛନ୍ତି ।