ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ
Advertisement
Article Detail0/zeeodisha/odisha2404139

ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ

Hirakud Dam: ଗତକାଲି ସକାଳେ ୧୪ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ପୁଣି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୯୭ ଫୁଟ ରହିଥିଲା।

ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ୧୨ଟି ଗେଟ୍। ବର୍ତ୍ତମାନ ମୋଟ ୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ବନ୍ଦ କରାଗଲା ଗେଟ୍‌। 

ପ୍ରତି ସେକେଣ୍ଡରେ ୨,୧୭,୧୦୬ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨,୫୫,୭୭୦ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଆଜି ଡ୍ୟାମର ୧୨ଟି ଗେଟ୍ ବନ୍ଦ କରାଯାଇଛି। ଗତକାଲି ସକାଳେ ୧୪ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ପୁଣି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୯୭ ଫୁଟ ରହିଥିଲା। ତେବେ ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ବନ୍ଦ କରାଗଲା ଗେଟ୍‌। ଆଗକୁ ଆହୁରି କିଛି ଗେଟ୍ ବନ୍ଦ୍ କରାଯାଇ ପାରେ ବୋଲି ଜଣାପଡ଼ିଛି।