Top 10 News Today: ସରିଲା ବିଧାନସଭା ଅଧିବେଶନ, ସିଏଜି ରିପୋର୍ଟ: ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କୁ ୭୮୨ କୋଟି ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2426060

Top 10 News Today: ସରିଲା ବିଧାନସଭା ଅଧିବେଶନ, ସିଏଜି ରିପୋର୍ଟ: ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କୁ ୭୮୨ କୋଟି ଏବଂ ଅନ୍ୟ ମୁଖ୍ୟ ଖବର

ସରିଲା ବିଧାନସଭା ଅଧିବେଶନ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ବୁଧବାର ଶେଷ ହୋଇଛି । ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ଘୋଷଣା କରିଛନ୍ତି । ଏହି ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦିଶାହୀନ ହୋଇ ରହିଥିଲେ

Top 10 News Today: ସରିଲା ବିଧାନସଭା ଅଧିବେଶନ, ସିଏଜି ରିପୋର୍ଟ: ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କୁ ୭୮୨ କୋଟି ଏବଂ ଅନ୍ୟ ମୁଖ୍ୟ ଖବର

ସରିଲା ବିଧାନସଭା ଅଧିବେଶନ
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ବୁଧବାର ଶେଷ ହୋଇଛି । ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ଘୋଷଣା କରିଛନ୍ତି । ଏହି ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦିଶାହୀନ ହୋଇ ରହିଥିଲେ । ଆଉ ସରକାର ପରିଚାଳନାରେ ନବାଗତ ବିଜେପିକୁ ଏହାର ଫାଇଦା ମିଳିଥିବା ଦେଖିବାକୁ ମିଳିଛି । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନିୟମିତ ଅନୁପସ୍ଥିତି ହିଁ ବିରୋଧୀ ଦଳର ଦିଶା ନିର୍ଦ୍ଧାରଣରେ ପ୍ରତିବନ୍ଧକ ସାଜିଥିଲା । ଆଉ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରେ ତାଳମେଳ ନଥିବା ଯୋଗୁ ଶାସକ ବିଜେପିକୁ ଏହାର ଫାଇଦା ମିଳିଛି ।

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି
ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲା ଜଣେ ବ୍ୟକ୍ତି । ସୁରକ୍ଷା ବଳୟ ଭାଙ୍ଗି କିପରି ଦଧିନଉତି ଉପରକୁ ଚଢ଼ିଲା ଅସ୍ପଷ୍ଟ । ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ଚଢ଼ି ଯାଇଥିବା ସୂଚନା । ବହୁ ଉଦ୍ୟମ କରି ଦଧିନଉତିକୁ ଚଢ଼ିଯାଇଥିବା ବ୍ୟକ୍ତିକୁ ତଳକୁ ଅଣାଗଲା । ଦଧିନଉତି ଉପରକୁ ଚଢ଼ିଯାଇଥିବା ବ୍ୟକ୍ତି ଛତ୍ରପୁର ନିବାସୀ ବୋଲି କହିଲେ ପୁରୀ ଏସ୍‌ପି । ବୟସ୍କ ବ୍ୟକ୍ତି, ନର୍ଭସ ଅଛନ୍ତି, ଆଉ ଟିକେ ପରେ ପଚରାଉଚରା ହେବ ‘କ’ଣ ସୁରକ୍ଷା ତ୍ରୁଟି ଅଛି ଆନାଲିସିସ୍ ଚାଲିଛି’। ବିସ୍ତୃତ ଭାବେ ତଦନ୍ତ କରିବୁ: ପିନାକ ମିଶ୍ର ଦଧିନଉତି ଉପରକୁ ଚଢ଼ିଥିବା ବ୍ୟକ୍ତିଙ୍କ ପ୍ରାଥମିକ ପ୍ରତିକ୍ରିୟା । ପତିତପାବନ ବାନା ଉଡ଼ିଯାଇଥିଲା ବୋଲି କହିଲେ।

ସିଏଜି ରିପୋର୍ଟ: ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କୁ ୭୮୨ କୋଟି
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରାଥମିକଭାବେ ମିଳିଥିବା ସିଏଜି ତଥ୍ୟ ଅନୁଯାୟୀ, ପୁରୀର ତତ୍କାଳୀନ ଜିଲ୍ଲାପାଳଙ୍କ ପାଇଁ ୮ କୋଟି ଟଙ୍କା କ୍ଷତି ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ରାଜସ୍ୱ ବିଭାଗ ନୀତି ଅନୁସାରେ ସ୍କୁଲ, କଲେଜ ପାଇଁ ରିହାତି ଦରରେ ଜମି ଲିଜ୍‍ ଦେବା ମନା ଥିବାବେଳେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ପୁରୀ ଜିଲ୍ଲାପାଳ ୫ ଏକର ଜମି ଲିଜ୍ ଦେଇଥିଲେ। ପୁରୀ ଜିଲ୍ଲାପାଳଙ୍କ ଏହି ଅନିୟମିତ କାର୍ଯ୍ୟ ପାଇଁ ୮.୪୭ କୋଟି ରାଜସ୍ୱ ହାନୀ ଘଟିଥିଲା। 

୧୭ରେ ଆସିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ଏହି ଗସ୍ତ ସମୟରେ ସେ  ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପିଏମ ମୋଦିଙ୍କ ଏହି ସମ୍ପୂର୍ଣ୍ଣ ଗସ୍ତର ସୂଚୀ ବର୍ତ୍ତମାନ ସାମ୍ନାକୁ ଆସିଛି ।

ରାଜ୍ୟରେ ବର୍ଷା ଜାରି
ରାଜ୍ୟରେ ଜାରି ରହିଛି ବର୍ଷା ।  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗି ରହିଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଏବଂ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ।  ଉତ୍ତର ଛତିଶଗଡରେ  ସକ୍ରିୟ ରହିଛି ଅବପାତ। ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।  କାଁଭାଁ ସ୍ଥାନରେ ବିଶେଷକରି, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। 

କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ସ୍ଥାନାନ୍ତର ହେବେ ୩୦୦୦ ଲୋକ
କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍ (ଆଇଟିଆର୍) ଆଖପାଖ ୬ଟି ଗାଁର ୩ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ବାଲେଶ୍ୱର ସହକାରୀ ଜିଲ୍ଲାପାଳ ନିରଞ୍ଜନ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଆଇଟିଆର କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା ରେଞ୍ଜର ୨.୫ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୩୧୦୦ ଲୋକଙ୍କୁ ସୁରକ୍ଷିତ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନିଆଯିବ।

ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଇ ବନ୍ଧା ହେଲେ ସିମେଣ୍ଟ କମ୍ପାନୀ ଅଧିକାରୀ
ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧା ହୋଇଛନ୍ତି ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ଚିଫ୍ ମାନୁଫ୍ୟାକ୍ଚରିଂ ଅଫିସର (ସିଏମ୍‌ଓ) ରାମଭବ ଗଟ୍ଟୁ। ସରକାରୀ କର୍ମଚାରୀଙ୍କୁ ପ୍ରରୋଚିତ ଉଦ୍ୟମ ପାଇଁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାମଭବ ଗଟ୍ଟୁ ଆଜି ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ଭେଟିବାକୁ ଆସିଥିଲେ। ସେହି ସମୟରେ ସେ ଜିଲ୍ଲାପାଳଙ୍କୁ ଏକ ଫୁଲତୋଡ଼ା ସହିତ ଏକ ମିଠା ପ୍ୟାକେଟ୍ ଜିଲ୍ଲାପାଳଙ୍କୁ ଦେଇଥିଲେ। ମିଠା ପ୍ୟାକେଟ୍‌କୁ ଦେଖି ଜିଲ୍ଲାପାଳଙ୍କର ସନ୍ଦେହ ହୋଇଥିଲା। ମିଠା ପ୍ୟାକେଟ ଖୋଲିବାକୁ ଜିଲ୍ଲାପାଳ ତାଙ୍କ ପିଅନଙ୍କୁ କହିଥିଲେ। ମିଠା ପ୍ୟାକେଟ୍ ଭିତରେ ୪ଟି ୫୦୦ ଟଙ୍କିଆ ନୋଟ୍‌ ବଣ୍ଡଲ ଥିଲା। ତେଣୁ ରାମଭବ ଗଟ୍ଟୁଙ୍କୁ ଅଟକ ରଖି ଜିଲ୍ଲାପାଳ ଭିଜିଲାନ୍ସକୁ ଖବର ଦେଇଥିଲା। 

ସଂଯୁକ୍ତାଙ୍କୁ ମିଳିଲା ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରିର ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ସଂଯୁକ୍ତା ସେଠୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂଯୁକ୍ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସଂଯୁକ୍ତା ସେଠୀ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ଭାବେ କାର୍ଯ୍ୟରତ ଅଛନ୍ତି। ସଂଯୁକ୍ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲଲ ମିଡିଆ ଏକ୍ସ ମାଧ୍ୟମରେ କହିଛନ୍ତି ଯେ, ସଂଯୁକ୍ତା ସେଠୀଙ୍କର ତ୍ୟାଗ, ନିଷ୍ଠା ଏବଂ ଜନସେବା ମହିଳା ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ ପାଲଟିଛି । ସଂଯୁକ୍ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଡିସେମ୍ବର ଯାଏଁ ଚାଲିବ ଇ-କେୱାଇସି ପ୍ରକ୍ରିୟା
ରାଜ୍ୟରେ ଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଇ-କେୱାଇସି ପ୍ରକ୍ରିୟା ଗତ ଅଗଷ୍ଟ ମାସ ୨୨ ତାରିଖରୁ ଆରମ୍ଭ ହୋଇଛି । ଡିସେମ୍ବର ମାସ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ । ଏପର୍ଯ୍ୟନ୍ତ ପ୍ରକ୍ରିୟାରେ ପ୍ରାୟ ୧୬ ରୁ ୧୭ ଲକ୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ହିତାଧୀକାରୀ ଚିନ୍ହଟ ହୋଇ ସାରିଲେଣି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

୧୨ ଘଣ୍ଟିଆ ତେଲକୋଇ ବନ୍ଦ
ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରୁଛି ଚକଧର ସମନ୍ବୟ ସମିତି। ସମିତି ପକ୍ଷରୁ ୪୯ନଂ ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମୋଟର ଅଟକି ରହିଛି । ସେପଟେ ତେଲକୋଇକୁ ଡ୍ୟୁଟିରେ ଯାଉଥିବା ବେଳେ କାଞ୍ଜି ପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୋଲିସ ବସ । ଦୁର୍ଘଟଣା, ୫ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆଜି କୁଚିଣ୍ଡାରୁ ଗଡିବନି ଘରୋଇ ବସ । ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଚି ଘରୋଇ ବସ୍ ମାଲିକ ସଂଘ । କୁଚିଣ୍ଡା - ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପକୁ ବିରୋଧ କରି ଏଭଳି ଡାକରା ଦେଇଛି ସଂଘ।