ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ: ଆଇନ ମନ୍ତ୍ରୀ
Advertisement
Article Detail0/zeeodisha/odisha2456102

ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ: ଆଇନ ମନ୍ତ୍ରୀ

Puri srimandira: ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାରକୁ ନେଇ ମଙ୍ଗଳବାର ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଣେ ପାଳିଆ ସେବକ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି। ଏମାନଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଛି।

ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ। କେହି ବି ହୁଅନ୍ତୁ ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ଲୁହା କଡ଼େଇ ଅବଢା ପ୍ରସଙ୍ଗରେ ମଧ୍ୟ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। 

ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷ ଘରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ତଦନ୍ତ ସହ କଡ଼େଇ ଜବତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବାରଣ ସତ୍ତ୍ୱେ କୋଠଭୋଗ ରୋଷ ଘରେ ଏହି ତିନି ସୁପକାର ଲୁହା କଡ଼େଇ ବ୍ୟବହାର କରି ଅନ୍ନ, ଡାଲି ରୋଷେଇ କରିଥିଲେ। ଏହାକୁ ନେଇ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା। 

ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାରକୁ ନେଇ ମଙ୍ଗଳବାର ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଣେ ପାଳିଆ ସେବକ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି। ଏମାନଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଛି।

ଅଧିକ ପଢନ୍ତୁ...

୪ ଦିନ ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍‌ ସେବା, ଏବେବି ବଳବତ୍ତର ରହିଛି ଏହି ସବୁ କଟକଣା...

https://zeenews.india.com/hindi/zeeodisha/state-news/internet-service-became-normal-in-bhadrak/2455609