ASO Reshuffle: ବିଭାଗୀୟ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଜାଣନ୍ତୁ କିଏ କେଉଁ ବିଭାଗକୁ ଗଲେ
Advertisement
Article Detail0/zeeodisha/odisha2342092

ASO Reshuffle: ବିଭାଗୀୟ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଜାଣନ୍ତୁ କିଏ କେଉଁ ବିଭାଗକୁ ଗଲେ

ବିଶାଲ ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା। ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ବିଭାଗର ସଚିବ ଓ ଭିନୀଲ କ୍ରୀଷ୍ଣାଙ୍କୁ ଲ୍ୟାଣ୍ଡ ରେକର୍ଡ ଓ ସେଟେଲମେଣ୍ଟ ବିଭାଗର କମିଶନର ଭାବେ ଦାୟିତ୍ବ ଦିଆଯାଇଥିଲା।

ASO Reshuffle: ବିଭାଗୀୟ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଜାଣନ୍ତୁ କିଏ କେଉଁ ବିଭାଗକୁ ଗଲେ

ASO Reshuffle: ଭୁବନେଶ୍ୱର: ରାଜ୍ୟରେ ମୋହନ ସରକାର ଆସିବା ପରଠାରୁ ଉପରୁ ତଳ ସ୍ତରର ଅଧିକାରୀଙ୍କ ମଧ୍ୟରେ ଛୋଟ ବଡ଼ ଅଦଳ ବଦଳ ଜାରି ରହିଛି। ପୂର୍ବରୁ ଆଇଏଏସ ସ୍ତରରେ ଅଦଳ ବଦଳ ହୋଇଥିବା ବେଳେ ଆଜି ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଅଦଳ ବଦଳ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସ୍ତରରେ ୫ ଜଣଙ୍କୁ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। 

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ F & ARD ବିଭାଗର ସଚିବ ସ୍ତରରେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ସାମଲଙ୍କର ବଦଳି କରାଯାଇଛି। ଏହି ବିଭାଗରୁ ବଦଳି କରାଯାଇ ତାଙ୍କୁ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତି ଦିଆଯାଇଛି। ସେହିପରି କାର୍ମିକ ବିଭାଗର ସେକ୍ସନ ଅଫିସର ବିଶ୍ୱଜିତ ସାମଲଙ୍କୁ ମଧ୍ୟ ବଦଳି କରାଯାଇଛି। କାର୍ମିକ ବିଭାଗରୁ ବଦଳି କରାଯାଇ ତାଙ୍କୁ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତି ଦିଆଯାଇଛି। 

ସେହିପରି ଅର୍ଥ ବିଭାଗର ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବା ରୋହିତ ରଞ୍ଜନ ନାୟକଙ୍କୁ ବଦଳି କରାଯାଇ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ କାର୍ଯ୍ୟ କରୁଥିବା ଦୀପକ ମାଝୀଙ୍କର ମଧ୍ୟ ବଦଳି କରିଛନ୍ତି ସରକାର। ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଥିବା ନେଇ ସୂଚନା ରହିଛି। ସଞ୍ଜୟ କୁମାର ସୋରେନ ଓ ସତ୍ୟସଂକେତ ଜେନାଙ୍କର ମଧ୍ୟ ବଦଳି କରାଯାଇ ଏହି ଦୁଇ ଅଧିକାରୀଙ୍କୁ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତି ଦିଆଯାଇଛି। 

ଏଠାରେ କହି ରଖୁ କି ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରାଯାଇଥିଲା। ୯ ଜଣ ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳ ବଦଳ ହୋଇଥିଲା। ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ। ଜି. ମାଥିଭାଥନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ପ୍ରଶିକ୍ଷଣ ସଂଯୋଜକ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଥିଲା। ହେମନ୍ତ ଶର୍ମାଙ୍କୁ ଇପିକଲର ଅଧ୍ୟକ୍ଷ ସହିତ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା। ସେହିପରି ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗ ସହ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା। ଉଷା ପାଢ଼ୀଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ସେହିପରି ବିଶାଲ ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା। ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ବିଭାଗର ସଚିବ ଓ ଭିନୀଲ କ୍ରୀଷ୍ଣାଙ୍କୁ ଲ୍ୟାଣ୍ଡ ରେକର୍ଡ ଓ ସେଟେଲମେଣ୍ଟ ବିଭାଗର କମିଶନର ଭାବେ ଦାୟିତ୍ବ ଦିଆଯାଇଥିଲା।