Varsha Anubhav Dispute: ‘ଧୈର୍ଯ୍ୟ ଏବଂ ସହନଶୀଳତା ମୋର ଦୁର୍ବଳତା ନୁହେଁ ଏହା ମୋର ଶକ୍ତି’
Advertisement
Article Detail0/zeeodisha/odisha1805760

Varsha Anubhav Dispute: ‘ଧୈର୍ଯ୍ୟ ଏବଂ ସହନଶୀଳତା ମୋର ଦୁର୍ବଳତା ନୁହେଁ ଏହା ମୋର ଶକ୍ତି’

Varsha Anubhav Family Dispute: କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାରେ ଅଭିନେତା ଅନୁଭବ ମହାନ୍ତି(Anubhav Mohanty) ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ(Barsha Priyadarshini) ବିବାହ ବିଚ୍ଛେଦ ମାମଲା। ନା ନା ହଁ ହଁ ରେ ଦୀର୍ଘ ବର୍ଷ ଧରି ଏହି ମାମଲା ଚାଲିଆସୁଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏଥିରେ ଖୁବ୍ ଶୀଘ୍ର ଯବନିକା ପଡ଼ିବାକୁ ଯାଉଛି। 

ସାଙ୍କେତିକ ଫଟୋ:Varsha Anubhav Family Dispute

Varsha Anubhav Family Dispute: କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାରେ ଅଭିନେତା ଅନୁଭବ ମହାନ୍ତି(Anubhav Mohanty) ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ(Barsha Priyadarshini) ବିବାହ ବିଚ୍ଛେଦ ମାମଲା। ନା ନା ହଁ ହଁ ରେ ଦୀର୍ଘ ବର୍ଷ ଧରି ଏହି ମାମଲା ଚାଲିଆସୁଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏଥିରେ ଖୁବ୍ ଶୀଘ୍ର ଯବନିକା ପଡ଼ିବାକୁ ଯାଉଛି। ବିବାଦୀୟ ଛାଡ଼ପତ୍ର ମାମଲାର ଖୁବ୍ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି।

ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ଗତ କାଲି ବର୍ଷାଙ୍କୁ ଶେଷଥର ପାଇଁ ୪ ଘଣ୍ଟା ଜେରା କରାଯାଇଛି । ଦୀର୍ଘ ୪ ଘଣ୍ଟା ଧରି ଓକିଲଙ୍କ ଦ୍ୱରା ପଚରା ଯାଇଥିବା ୧୮୫ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରିଛନ୍ତି କୋର୍ଟ । ଫ୍ୟାମିଲି କୋର୍ଟରେ ଶୁଶାଣି ବିଳମ୍ବ ହେଉଥିବା ଦର୍ଶାଇ ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ । ଏହାପରେ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ଜେରା ଶେଷ କରିବାକୁ କହିଥିଲେ ହାଇକୋର୍ଟ ।

ଗତକାଲି କୋର୍ଟର ପଚରା ଉଚରା ପରେ ଗଣମାଧ୍ୟମ ସାମ୍ନାରେ ନିଜର ମତ ରଖିଥିଲେ ଅନୁଭବ ମହାନ୍ତି। ସେ କହିଛନ୍ତି ‘ମୋ ପ୍ରଶଂସକ, ପରିବାର ଓ ଭଗବାନଙ୍କ ଆଶ୍ରୀବାଦ ମୋ ଉପରେ ଅଛି ଖୁବ ଶୀଘ୍ର ଏହି ବିବାଦର ଅନ୍ତ ଘଟିବ’।ତେବେ ଏ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମିଡିଆ ସାମ୍ନାରେ ମୁହଁ ଖୋଲି  ସୁଦ୍ଧା ଆଜି ନିଜ ହ୍ୱାଟସଆପ ଷ୍ଟେଟସରେ ନିଜ ଫଟୋ ସହ ରଖିଥିବା କ୍ୟାପସନ୍ ଅନେକ କିଛି କହୁଛି। ବର୍ଷା ହ୍ୱାଟଆପ ଷ୍ଟେଟସରେ ନିଜର ଏକ ଫଟୋ ସହ ଲେଖିଛନ୍ତି ଯେ’ ଧୈର୍ଯ୍ୟ ଏବଂ ସହନଶୀଳତା ମୋର ଦୁର୍ବଳତା ନୁହେଁ ଏହା ମୋର ଶକ୍ତି’।

ତେବେ ଏଠାରେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଯେ ବର୍ଷା ପ୍ରିୟଦର୍ଶିନୀ ଖୁବ୍ ହ୍ୱାଟସାପ୍ ଷ୍ଟେଟସ୍ ଲଗାଇଥାନ୍ତି। ଏହା ପୂର୍ବରୁ ଦୀର୍ଘ ୬ମାସ ତଳେ ସେ ଏକ ଷ୍ଟେଟସ ଲଗାଇଥିବା ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ଦାବି କରିଥିଲେ ଯେ ‘ମୋ ନାଁ ରେ ମିଥ୍ୟା ପ୍ରଚାର କରି ମୋତେ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି। ସେ ନିଜ ବ୍ୟକ୍ତିଗତ ଓ ବୈବାହିତ ସମସ୍ୟାକୁ ନେଇ ଗଣମାଧ୍ୟମଠାରୁ ସର୍ବଦା ଦୂରେଇ ରହୁଥିବା ଦେଖିବାକୁ ମିଳିଥାଏ ।

ତେବେ ଅନେକ ବାଦ ବିବାଦ ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଏବେ ଜେରା ଶେଷ ହୋଇଛି । ଖାଲି ବାକି ରହିଛି ଶୁଣାଣି । ଅକ୍ଟୋବର ମାସରେ ଉଭୟଙ୍କର ଛାଡ଼ପତ୍ର ଶୁଣାଣି ମଧ୍ୟ ଶେଷ ହୋଇଯିବ ବୋଲି ଆଶା ପ୍ରକଟ କରିଛନ୍ତି ରାଜ୍ୟବାସୀ।

Also Read: Vigilance Raid in Kalahandi: କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Odisha: ଫୋରେନସିକ୍ ସାଇନ୍ସ ସେବା ପାଇଁ ୧୫୦ କୋଟି ମଞ୍ଜୁର କଲେ ସରକାର, ରାଜ୍ୟରେ ଗଠିତ ହେବ ୨ ଲ୍ୟାବ