ସାତକୋଶିଆ ରେଞ୍ଜରେ ବନ କର୍ମଚାରୀଙ୍କୁ ଘାଇଲା କଲା ଭାଲୁ
Advertisement
Article Detail0/zeeodisha/odisha2073447

ସାତକୋଶିଆ ରେଞ୍ଜରେ ବନ କର୍ମଚାରୀଙ୍କୁ ଘାଇଲା କଲା ଭାଲୁ

Bear Attack: ପାଟ୍ରୋଲିଂ କରୁଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ବନ କର୍ମଚାରୀ । ଜଙ୍ଗଲ ମଧ୍ୟରେ ଜଣେ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛି ଭାଲୁ । ବର୍ତ୍ତମାନ ବନକର୍ମଚାରୀ ଜଣକ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ସାତକୋଶିଆ ରେଞ୍ଜରେ ବନ କର୍ମଚାରୀଙ୍କୁ ଘାଇଲା କଲା ଭାଲୁ

କରଞ୍ଜିଆ: ସାତ କୋଶିଆ ରେଞ୍ଜ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ବନ କର୍ମଚାରୀ । ଜଙ୍ଗଲ ମଧ୍ୟରେ ଜଣେ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛି ଭାଲୁ । ବର୍ତ୍ତମାନ ବନକର୍ମଚାରୀ ଜଣକ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ, ଦିନ ୧୧ଟା ସମୟରେ ସାତକୋଶିଆ ରେଞ୍ଜର ବନପାଳ ବିଶ୍ୱଜିତ ମହାନ୍ତଙ୍କ ସମେତ ଅନ୍ୟ କିଛିଜଣ ବନ ଅଧିକାରୀ ସାତକୋଶିଆ ଜଙ୍ଗଲ ନିକଟରେ ଥିବା ଦଲକୀ ମଠ ଅଞ୍ଚଳକୁ ଯାଉଥିଲେ । ଜଙ୍ଗଲରେ ପାଦରେ ଚାଲି ଚାଲି ଯାଉଥିବା ସମୟରେ ହଠାତ୍ ବନ କର୍ମଚାରୀମାନେ ଭାଲୁ ହାବୁଡରେ ପଡିଯାଇଥିଲେ । ଫଳରେ ଭାଲୁ ମହୁଲପଡା ସେକ୍ସନର ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମୁ ମହାନ୍ତଙ୍କ ଉପରେ ଆକ୍ରମଣ କରିଥିଲା । ପରେ ଭାଲୁକୁ ଧକ୍କା ଦେଇ ସେ ନିଜ ଜୀବନ ରକ୍ଷା କରି ଉକ୍ତ ସ୍ଥାନରୁ ଦୌଡି ପଳାଇଥିଲେ । ଭାଲୁ ଆକ୍ରମଣରେ କର୍ମୁଙ୍କ ଗୋଡ, ହାତ ଏବଂ ଅଣ୍ଟାରେ କ୍ଷତ ପହଞ୍ଚିଥିବା ସୂଚନା ମିଳିଛି ।

Also Read- ବରିଷ୍ଠ ସାମ୍ୱାଦିକ ଅରୁଣ ପଣ୍ଡାଙ୍କ ପରଲୋକ

Also Read- Mangal Gochar 2024: କୁମ୍ଭ ରାଶିରେ ହେବ ମଙ୍ଗଳ ଚଳନ, ଏହି ୪ ରାଶିର ଲୋକେ ହେବେ ଧନୀ