New Governor Raghubar Das: ଶପଥ ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ନୂତନ ରାଜ୍ୟପାଳ
Advertisement

New Governor Raghubar Das: ଶପଥ ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ନୂତନ ରାଜ୍ୟପାଳ

New Governor Raghubar Das: ମଙ୍ଗଳବାର ଦିନ ଓଡ଼ିଶାର ନୂତନ ରାଜ୍ୟପାଳ (New Governor) ଭାବେ ଶପଥ ନେବେ ରଘୁବାର ଦାସ (New Governor Raghubar das) । ରାଜଭବନରେ (Rajbhavan) ସକାଳ ୧୧ଟା ୪୫ ମିନିଟ୍ ରେ ଏହି ଶପଥ ଗ୍ରହଣ ଉତ୍ସବ (Oath taking ceremony) ଅନୁଷ୍ଠିତ ହେବ । 

ସୌ(ସୋସିଆଲ ମିଡିଆ)

New Governor Raghubar Das: ମଙ୍ଗଳବାର ଦିନ ଓଡ଼ିଶାର ୨୬ତମ ରାଜ୍ୟପାଳ (New Governor) ଭାବେ ଶପଥ ନେବେ ରଘୁବାର ଦାସ (New Governor Raghubar das) । ରାଜଭବନରେ (Rajbhavan) ସକାଳ ୧୧ଟା ୪୫ ମିନିଟ୍ ରେ ଏହି ଶପଥ ଗ୍ରହଣ ଉତ୍ସବ (Oath taking ceremony) ଅନୁଷ୍ଠିତ ହେବ । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ନୂତନ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ।

ରାଜ୍ୟପାଳ (New Governor) ଭାବେ ଦାୟିତ୍ବ ନେବା ପୂର୍ବରୁ ଆଜି ଲିଙ୍ଗରାଜ ମନ୍ଦିର (lingaraj temple) ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି ରଘୁବର ଦାସ (Raghubar das) । ଏହାପୂର୍ବରୁ ସୋମବାର ଦିନ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପ୍ରଥମେ ବାଇଶି ପାହାଚରେ କାଶୀ ବିଶ୍ୱନାଥ ଦର୍ଶନ ସହ ପରେ ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ପାର୍ଶ୍ୱ ଦେବାଦେବୀ ଓ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ସେ ଶ୍ରୀମନ୍ଦିରରେ ସମୟ ବିତାଇବା ସହ ମହାପ୍ରଭୁଙ୍କୁ ଦେଖି ଭାବବିହ୍ଵଳ ହୋଇପଡ଼ିଥିଲେ। କେନ୍ଦ୍ର ସରକାରଙ୍କ ବିକାଶ ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି  ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ମତ ଦେଇଥିଲେ। ରାଜ୍ୟର ପ୍ରଗତିରେ ଦେଶର ପ୍ରଗତି। ଓଡ଼ିଶାରେ ଏକପାଖିଆ ନ ହୋଇ ସୁଶାସନ କିପରି ହୋଇପାରିବ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନ ଦ୍ୱାର ଖୋଲା ରହିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ । ରାଜ୍ୟରୁ ଗରିବୀ ହଟେଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ। ଏହାପରେ ସେ ରାଜଭବନରେ ପହଞ୍ଚିଥିଲେ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik ) ସ୍ୱାଗତ କରିଥିଲେ।

ପ୍ରକାଶ ଥାଉ କି, ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ  ନେବେ ରଘୁବର ଦାସ । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ (Former Jharkhand CM) ଥିଲେ । ଏହା ସହ ସେ ୫ ଥର ବିଧାୟକ (MLA) ଭାବେ ନିର୍ବାଚିତ ହୋଇଥିଲେ । ବିଜେପି ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ୧୯୫୫ ମସିହା ମେ ୩ରେ ସେ ଅବିଭକ୍ତ ବିହାରରେ (Bihar) ଜନ୍ମ ଗ୍ରହଣ କରିଥିଲେ ।

ଏହା ବି ପଢନ୍ତୁ-Puri News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ କରୁଛନ୍ତି ବତ୍ରଧାରୀ