Berhampur News: ଡିଏନଏ ରିପୋର୍ଟ ଫ୍ଲେକ୍ସ ଲଗାଇ ଧାରଣାରେ ବସିଲେ ଦୀପିକା
Advertisement
Article Detail0/zeeodisha/odisha1821392

Berhampur News: ଡିଏନଏ ରିପୋର୍ଟ ଫ୍ଲେକ୍ସ ଲଗାଇ ଧାରଣାରେ ବସିଲେ ଦୀପିକା

Berhampur News: ଡିଏନଏ ରିପୋର୍ଟ ଆସିବା ପରେ ନିଜ ପୁଅକୁ ବାପାର ଅଧିକାର ଓ ସ୍ତ୍ରୀ ମାନ୍ୟତା ଦାବିରେ ଗତ ତିନି ଦିନ ହେବେ ପୁଣି ଥରେ ପ୍ରେମକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଦୀପିକା । ଏଥର ସେ ଡିଏନଏ ରିପୋର୍ଟର ଏକ ଫ୍ଲେକ୍ସ ବାହାର କରି ଶାଶୁ ଘର ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । 

ସୌ(ସୋସିଆଲ ମିଡିଆ)

Berhampur deepika and dinesh controversy: ପୁଣି ଚର୍ଚ୍ଚିାରେ ବ୍ରହ୍ମପୁର ଦେଶୀବେହେରା ସାହି (Desi Behera sahi)। ପ୍ରେମିକ ଘର ଆଗରେ ପୁଣି ଥରେ ଧାରଣା ଦେଇଛନ୍ତି ଦୀପିକା। ଡିଏନଏ ରିପୋର୍ଟ ଆସିବା ପରେ ନିଜ ପୁଅକୁ ପିତାର ପରିଚୟ ଦେବା ପାଇଁ ପୁଣି ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି କେ. ଦୀପିକା । ଦିନେଶ ହିଁ ଦୀପିକାଙ୍କ ପିଲାର ପ୍ରକୃତ ବାପା ବୋଲି ଡିଏନଏ ରିପୋର୍ଟ ପ୍ରମାଣ ମିଳିଛି । ପାରିବାରିକ ଚାପରୁ ଦିନେଶ ଏବେ ଶିଶୁକୁ ଆପଣେଇବାକୁ ବାଧ୍ୟ ବୋଲି ଦୀପିକା କହିଛନ୍ତି ।

ସୂଚନା ଅନୁଯାୟୀ, କିଛି ଦିନର ନୀରବତା ପରେ ପୁଣି ଦେଶୀବେହେରା ସାହି ସ୍ଥିତ ପ୍ରେମିକ କେ. ଦିନେଶଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଦୀପିକା । ଡିଏନଏ ରିପୋର୍ଟ (DNA Report) ଆସିବା ପରେ ନିଜ ପୁଅକୁ ବାପାର ଅଧିକାର ଓ ସ୍ତ୍ରୀ ମାନ୍ୟତା ଦାବିରେ ଗତ ତିନି ଦିନ ହେବେ ପୁଣି ଥରେ ପ୍ରେମକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଦୀପିକା । ଏଥର ସେ ଡିଏନଏ ରିପୋର୍ଟର ଏକ ଫ୍ଲେକ୍ସ ବାହାର କରି ଶାଶୁ ଘର ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଦିନେଶ ଓ ଦୀପିକା ହିଁ ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ବୋଲି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏନେଇ ଗୁରୁବାର ଦିନ ଥାନାରୁ ସାର୍ଟିଫାଏଡ଼ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲ୍ୟାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ୨୦୨୧ରେ ହୋଇଥିବା ଏହି ମାମଲା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା । ପରେ ୨୦୨୨ ମସିହାରେ ଏହି ରିପୋର୍ଟକୁ ଏସ.ଏଫ.ଏସ.ଏଲ ଏସଡ଼ିଜେଏମ କୋର୍ଟ ଓ ବ୍ରହ୍ମପୁର ଏସପିଙ୍କୁ ପ୍ରଦାନ କରିଥିଲେ । ତେବେ ସ୍ତ୍ରୀର ମୀନ୍ୟତା ସହ ଶିଶୁର ହକ୍ ଦାବି କରି ଦୀର୍ଘଦିନ ହେବେ ଶାଶୁ ଘର ଆଗରେ ଧାରଣା ଦେଇଥିଲେ କେ. ଦୀପିକା । ତେବେ ପ୍ରମାଣ ପରେ ବି ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରୁନଥିବାରୁ ସେ ପୁଣି ଥରେ ଧାରଣା ଦେଇଛନ୍ତି । ଧାରଣାର ପ୍ରଥମ ଦିନ ତାଙ୍କ ଉପରେ ଦିନେଶଙ୍କ ମାଆ ଓ ଜେଜେମା ଲଙ୍କାଗୁଣ୍ତ ପାଣି ପକାଇଥିବା ସେ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ଦୀପିକାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ମଧ୍ଯ ରୁଜୁ କରିଥିଲା । ଶାନ୍ତି ଶୃଙ୍ଖଳା ବଜାଇ ରଖିବା ନେଣ ସେଠାରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

 

Also Read- Puri Jagannath Temple: ଚନ୍ଦନଲାଗି ପୂର୍ବରୁ ଭିତର କାଠ ଦର୍ଶନ ବନ୍ଦକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ

ପ୍ରକାଶ ଥାଉ କି, ଗତ ୨୦୨୨ ମସିହାରେ ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ଲାଗି ପ୍ରେମିକଙ୍କ ଘର ଆଗରେ ଟେଣ୍ଟ ପକାଇ ଧାରଣା ଦେଇଥିଲେ । ଦୀର୍ଘ ୬ ମାସର ଲଢ଼େଇ ଭିତରେ ରାଜ୍ୟ ମହିଳା କମିଶନ, ବ୍ରହ୍ମପୁର ଏଡିଜେ ଓ ଫ୍ୟାମିଲି କୋର୍ଟ ଯାଏଁ ଦୀପିକାଙ୍କ ନିକଟରେ ପହଞ୍ଚିଥିଲେ  । ଏପରି କି, ହାଇକୋର୍ଟରେ ମଧ୍ଯ ଏନେଇ ମାମଲା ଦାୟର କରିଯାଇଥିଲା । ଧାରଣା ଦେବା ପୂର୍ବରୁ ୨୦୨୦ ମସିହା ମେ’ ୧୯ତାରିଖରେ ଦୀପିକା ଦିନେଶଙ୍କ ବିରୋଧରେ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ ଆଣିଥିଲେ । ବିବାହର ପ୍ରଲୋଭନ ସହ ଶାରିରୀକ ସଂପର୍କ ଓ ଗର୍ଭଧାରଣ ପରେ ବିବାହ ପାଇଁ ମନା କରିଥିବା ଅଭିଯୋଗ କରିଥିଲେ । ଏଥିପାଇଁ ଦିନେଶଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ପରେ ତାଙ୍କୁ ଜାମିନ ମିଳିଥିଲା ।