ସୁନ୍ଦରଗଡ଼ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ, ରାସ୍ତାରୋକ
Advertisement
Article Detail0/zeeodisha/odisha2393504

ସୁନ୍ଦରଗଡ଼ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ, ରାସ୍ତାରୋକ

Bharata Bandh: ସକାଳୁ ସକାଳୁ ସୁନ୍ଦରଗଡ଼ ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ, ରାସ୍ତାରୋକ

ସୁନ୍ଦରଗଡ଼: ଏସି ଓ ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏସଟି/ଏସସି କର୍ଲାମୁଣ୍ଡା ବ୍ଲକ ଅଧିକାର ସୁରକ୍ଷା ମହାସଂଘ ବିରୋଧ କରିଛି। ଏହି ପରିପ୍ରେକ୍ଷୀରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। 

ପ୍ରତିବାଦରେ ସର୍ବ ଭାରତୀୟ ସ୍ତରରେ ଦିଆଯାଇଥିବା ବନ୍ଦ ଡାକରାକ୍ରମେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବନ୍ଦର ମହାପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ସୁନ୍ଦରଗଡ଼

ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଜିଲ୍ଲା ସଦର ମହକୁମା ସମେତ ସମଗ୍ର ଜିଲ୍ଲାରେ ବସ୍, ଟ୍ରକ ଆଦି ସମସ୍ତ ପ୍ରକାର ଯାନବାହନ ସେବା ବନ୍ଦ ରହିଥିବାବେଳେ ସ୍କୁଲ କଲେଜ, ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ତାଲା ପଡ଼ିଛି। କେବଳ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦେଲେ ସବୁ କିଛି ବନ୍ଦ ରହିଛି। ସକାଳ ୯ଟାରେ ଡିଆରଡିଏ ଛକରୁ ମିଳିତ ମଞ୍ଚ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସର୍ବୋଚ୍ଚ ନ୍ୟାୟାଳୟ ରାୟର ପୁନର୍ବିଚାର କରିବାକୁ ଦାବି କରିଛି।