odisha budget:ବଜେଟ ଅଧିବେଶନ : ଆଗାମୀ ଅଧିବେଶନ ପାଇଁ ବିଜେଡ଼ିର ରଣନୀତି
Advertisement
Article Detail0/zeeodisha/odisha2342688

odisha budget:ବଜେଟ ଅଧିବେଶନ : ଆଗାମୀ ଅଧିବେଶନ ପାଇଁ ବିଜେଡ଼ିର ରଣନୀତି

Odisha Budget 2024-25 : ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ଦଳର ମୁଖ୍ଯ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ନବୀନ ନିବାସରେ ଏହି ବୈଠକ ବସିବ। ଏଥିରେ ରାଜ୍ଯ ସଭାର ସବୁ ସାଂସଦ ଯୋଗଦେବେ। ଆଗାମୀ ଅଧିବେଶନ ବେଳେ ଦଳର ରଣନୀତି କଣ ରହିବ, ରାଜ୍ଯବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କେଉଁ କେଉଁ ପ୍ରସଙ୍ଗ ଉଠାଯିବ ଏସବୁ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

budget

Odisha Budget 2024-25 : ସଶକ୍ତ ବିରୋଧୀ ଦଳ ଭାବେ ବିଧାନସଭାରେ ଲୋକଙ୍କ ସ୍ବର ସାଜିବ ବିଜେଡି । ଓଡ଼ିଶା ସ୍ବାର୍ଥ ଓ ଓଡ଼ିଶାବାସୀଙ୍କ ହକ ଲାଗି ବିଧାନସଭାରେ ସ୍ୱର ଉଠାଇବ ବିଜେଡି । ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ଦଳର ମୁଖ୍ଯ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ନବୀନ ନିବାସରେ ଏହି ବୈଠକ ବସିବ। ଏଥିରେ ରାଜ୍ଯ ସଭାର ସବୁ ସାଂସଦ ଯୋଗଦେବେ। ଆଗାମୀ ଅଧିବେଶନ ବେଳେ ଦଳର ରଣନୀତି କଣ ରହିବ, ରାଜ୍ଯବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କେଉଁ କେଉଁ ପ୍ରସଙ୍ଗ ଉଠାଯିବ ଏସବୁ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସମସ୍ତ ବିଧାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ଦେବେ ଗୁରୁମନ୍ତ୍ର । ଗୃହରେ ଲୋକଙ୍କ ସ୍ବର ସାଜିବେ ବିଜେଡି ବିଧାୟକ । ବଜେଟ ଅଧିବେଶନରେ ଦଳ କେଉଁ ସବୁ ପ୍ରସଙ୍ଗ ଗୃହରେ ଉଠାଇବ, ବୈଠକରେ ଏନେଇ  ରଣନୀତି ପ୍ରସ୍ତୁତ କରାଯିବ।ଓଡ଼ିଶାବାସୀଙ୍କ ଜନହିତ ପାଇଁ ସାଧାରଣ ଲୋକଙ୍କର ବିଭିନ୍ନ ସମସ୍ୟା ଉଠାଇ ଏହାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଛି ଦଳ। ଏହା ସହିତ ପ୍ରଥମ ଥର ଲାଗି ୫୧ ଜଣ ବିଧାୟକଙ୍କ ସହ ବିଜେଡି ସଶକ୍ତ ବିରୋଧୀ ଭାବେ ବିଧାନସଭାରେ ବିରୋଧୀ ଦଳର କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯିବ।  

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି।ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି ସଂସଦର ଅଧିବେଶନ।ଏଥିରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ। ବୈଠକରେ ପ୍ରାୟ ୨ ଦଶମିକ ୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯାଇଥିବା ସୂଚନା ରହିଛି। 

ସେପଟେ ନୂଆ ସରକାରଙ୍କ ପ୍ରତିଶ୍ରୁତି ଓ ବିଫଳତାକୁ କଂଗ୍ରେସ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଚର୍ଚ୍ଚା ହେଉଛି। ବଜେଟ ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀ ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିବାକୁ ସଜାଗ ହେଲେଣି ।