odisha politics: ବିଜେଡିର ନୂଆ ମୁଖପାତ୍ର ମଣ୍ଡଳୀ: ସଂତୃପ୍ତ ମିଶ୍ର ହେଲେ ରାଜନୈତିକ ସଚିବ
Advertisement
Article Detail0/zeeodisha/odisha2326175

odisha politics: ବିଜେଡିର ନୂଆ ମୁଖପାତ୍ର ମଣ୍ଡଳୀ: ସଂତୃପ୍ତ ମିଶ୍ର ହେଲେ ରାଜନୈତିକ ସଚିବ

ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରାଯାଇଛି।

bjd

odisha news : ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି।ତାଙ୍କ ସ୍ବାକ୍ଷରରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ରାଜ୍ୟସ୍ତରୀୟ ସମସ୍ତ ଦଳୀୟ ପଦାଧିକାରୀଙ୍କୁ ହଟାଇ ଦିଆଯାଇଛି ଓ ଜିଲାସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ ରହିଛନ୍ତି।ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। 

ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।ରବିବାର ଦଳପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିଭଳି ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନସଂପର୍କ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।ଏପରିକି ୫ ଜଣଙ୍କୁ ଦଳ ଜାତୀୟ ମୁଖପାତ୍ର ଭାବେ ଦଳ ଘୋଷଣା କରିଛି । ଡ. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ବ ତୁଲାଇବେ।

 ୧୪ ଜଣଙ୍କୁ ରାଜ୍ଯସ୍ତରୀୟ ମୁଖପାତ୍ର ଭାବେ ଦଳ ଦାୟିତ୍ବ ପ୍ରଦାନ କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ,ଡ. ଅରୁଣ କୁମାର ସାହୁ, କ୍ଯାପଟେନ ଦିବ୍ଯ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଡ. ଲେନିନ ମହାନ୍ତି ପ୍ରମୁଖ। 

ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ରାଜ୍ଯ ଗଣମାଧ୍ଯମ ସଂଯୋଜକ ଭାବେ ନିଯୁକ୍ତ କରାଯାଇ ଥିବାବେଳେ ସ୍ବୟଂ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତ ହୋଇଛନ୍ତି । ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ଯମ ସଂଯୋଜକ ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି।