Odisha News: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଜନାଥ ସିଂ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
Advertisement
Article Detail0/zeeodisha/odisha2122090

Odisha News: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଜନାଥ ସିଂ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

Rajnath Singh: ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) । ୬ ଘଣ୍ଟା ଭିତରେ ମନ୍ତ୍ରୀ ୩ଟି ଜିଲ୍ଲାରେ ହେବାକୁ ଥିବା ବଡ଼ ସଭାରେ ଯୋଗ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି ।

Odisha News: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଜନାଥ ସିଂ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

Rajnath Singh Odisha Visit: ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) । ୬ ଘଣ୍ଟା ଭିତରେ ମନ୍ତ୍ରୀ ୩ଟି ଜିଲ୍ଲାରେ ହେବାକୁ ଥିବା ବଡ଼ ସଭାରେ ଯୋଗ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ରାଜନାଥ ସିଂ ଦିନ ୧୦ଟା ୫୦ ମିନିଟ୍ ରେ ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ନବରଙ୍ଗପୁର ଯିବେ । ସେଠାରେ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ୧୧ଟାରୁ ୧୨ଟା ଯାଏଁ ବିଜେପି କୋର କମିଟି ବୈଠକ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ଆଗକୁ ନିର୍ବାଚନ ଥିବାରୁ କର୍ମୀଙ୍କୁ ଏନେଇ ଗୁରୁମନ୍ତ୍ର ଦେବେ ପ୍ରତିରକ୍ଷା ମନ୍ତ୍ରୀ । ତେବେ ପୁଣି ଜଗଦଲପୁର ବିମାନବନ୍ଦରକୁ ଫେରି ସେଠାରେ ହେଲିକପ୍ଟର ଯୋଗେ  ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରେ ପହଞ୍ଚିବେ । ରଙ୍ଗେଇଲୁଣ୍ତାରୁ ବାହାରି ବ୍ରହ୍ମପୁରକୁ ଯାଇ ସେଠାରେ ବିଜେପି ସମ୍ମିଳନୀରେ ଯୋଗ ଦେବେ । ସେଠାରେ ସଭା ସାରି ମୟୂରଭଞ୍ଜର ଅମର୍ଦ୍ଦା ରୋଡ଼ ଏୟାରଷ୍ଟ୍ରିପରେ ପହଁଞ୍ଚିବେ । ସେଠାରୁ ବାରିପଦା ଷ୍ଟାଡ଼ିୟମ୍ ଅଭିମୁଖେ ବାହାରିବେ । ଷ୍ଟାଡ଼ିୟମ୍ ରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ସେଠାରେ ବିଜେପି କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । ପରେ ଏଠାରୁ ସେ ଦିଲ୍ଲୀ ଫେରିଯିବେ ।