ରାସ୍ତାରେ ଅଳିଆ ପକାଇବା ପଡିଲା ମହଙ୍ଗା, ୫୦ହଜାର ଜରିମାନା ପକାଇଲା BMC
Advertisement

ରାସ୍ତାରେ ଅଳିଆ ପକାଇବା ପଡିଲା ମହଙ୍ଗା, ୫୦ହଜାର ଜରିମାନା ପକାଇଲା BMC

ରାସ୍ତାରେ ଅଳିଆ ପକାଇବା କାରଣରୁ ମଡର୍ଣ୍ଣ ହେଲ୍ଥ କେୟାରକୁ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛି ବିଏମସି ।

ରାସ୍ତାରେ ଅଳିଆ ପକାଇବା ପଡିଲା ମହଙ୍ଗା, ୫୦ହଜାର ଜରିମାନା ପକାଇଲା BMC

ଭୁବନେଶ୍ୱର: ଅଳିଆ ଆବର୍ଜନା ଏଣେତେଣେ ପକାଇବା ମହଙ୍ଗା ପଡିଛି ଏକ ଘରୋଇ ହସ୍ପିଟାଲକୁ । ବିଏମସିର କଡା ପଦକ୍ଷେପ ଆଜି ରାଜଧାନୀର ୟୁନି ୬ ନିକଟରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଦୋକାନୀ ଏବଂ ଅନ୍ୟମାନଙ୍କ ମନରେ ଛନକା ପଶିଛି । ରାସ୍ତାରେ ଅଳିଆ ପକାଇବା କାରଣରୁ ମଡର୍ଣ୍ଣ ହେଲ୍ଥ କେୟାର (Modern healthcare)କୁ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛି ବିଏମସି (BMC) । ହସ୍ପିଟାଲର ଅଦରକାରୀ ଜିନିଷ ତଥା ଔଷଧ ଖୋଳ, ବ୍ୟବହୃତ ଇଞ୍ଜେକ୍ସନ, ବ୍ୟାଣ୍ଡେଡ୍ କପଡା ଇତ୍ୟାଦି ଅଳିଆ ରାସ୍ତା କଡରେ ଫିଙ୍ଗିବା କାରଣରୁ ଏହି ମୋଟା ଅଙ୍କର ଫାଇନ୍ (Fine) ଦେବ ମଡର୍ଣ୍ଣ ହେଲ୍ଥ କେୟାର ।

Post- 

ଫାଇନ୍ ପକାଇବା ପରେ ବିଏମସି ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛି । ଏହି ଖବର ଶୁଣିବା ପରେ ରାଜଧାନୀର ଅନ୍ୟ ଦୋକାନୀ ତଥା ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ରାଜଧାନୀକୁ ସ୍ୱଚ୍ଛ ରଖିବାକୁ ବିଏମସିର ଏପରି କାର୍ଯ୍ୟାନୁଷ୍ଠାନକୁ ଅନେକ ମହଲରେ ସ୍ୱାଗତ କରାଯାଇଛି ।

Also Read- Honor X8b: ଜବରଦସ୍ତ କ୍ୟାମେରା, ଦମଦାର ଫିଚର ସହ ଲଞ୍ଚ ହେଲା ଏହି ଫୋନ୍

Also Read- ଅନଲାଇନ୍ ଅର୍ଡର ଖାଦ୍ୟରୁ ମିଳିଲା ଜୀବନ୍ତ ପୋକ, ଭିଡିଓ ସେୟାର କଲେ ଗ୍ରାହକ