ମହାଲିକପଡାରେ ଅପହଞ୍ଚ ମୋବାଇଲ ସେବା, ତୁରନ୍ତ ସମାଧାନ ନ ହେଲେ ଭୋଟ ବର୍ଜନ ନେଇ ଚେତାବନୀ
Advertisement

ମହାଲିକପଡାରେ ଅପହଞ୍ଚ ମୋବାଇଲ ସେବା, ତୁରନ୍ତ ସମାଧାନ ନ ହେଲେ ଭୋଟ ବର୍ଜନ ନେଇ ଚେତାବନୀ

Boudh News: ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗ ପହଞ୍ଚିବାରେ ବାଧକ ସାଜିଛି ମୋବାଇଲ ଫୋନ ସେବା । ଏପଟେ ବାରମ୍ବାର ଗୁହାରୀ ପରେ ବି କୌଣସି ସୁଫଳ ମିଳୁପାରିନାହିଁ । ତେବେ ଟାୱାର ନାହିଁ ତ ଭୋଟ ନାହିଁ ବୋଲି ନିଷ୍ପତି ନେଇଛନ୍ତି ବୌଦ୍ଧ (Boudh) ଜିଲ୍ଲାର ମହାଲିକପଡା ଗ୍ରାମ ପଂଚାୟତବାସୀ ।

ମହାଲିକପଡାରେ ଅପହଞ୍ଚ ମୋବାଇଲ ସେବା, ତୁରନ୍ତ ସମାଧାନ ନ ହେଲେ ଭୋଟ ବର୍ଜନ ନେଇ ଚେତାବନୀ

Boudh News: ଦେଶ ସ୍ୱାଧିନ ହେବାର ଦୀର୍ଘ ବର୍ଷ ପରେ ବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପହଁଞ୍ଚି ପାରିନି ମୋବାଇଲ କି ଇଣ୍ଟରନେଟ୍ ସୁବିଧା (Mobile Network Problem) । ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗ ପହଞ୍ଚିବାରେ ବାଧକ ସାଜିଛି ମୋବାଇଲ ଫୋନ ସେବା । ଏପଟେ ବାରମ୍ବାର ଗୁହାରୀ ପରେ ବି କୌଣସି ସୁଫଳ ମିଳୁପାରିନାହିଁ । ତେବେ ଟାୱାର ନାହିଁ ତ ଭୋଟ ନାହିଁ ବୋଲି ନିଷ୍ପତି ନେଇଛନ୍ତି ବୌଦ୍ଧ (Boudh) ଜିଲ୍ଲାର ମହାଲିକପଡା ଗ୍ରାମ ପଂଚାୟତବାସୀ ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଦୁର୍ଗମ ଉପାନ୍ତ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ମହାଲିକପଡା (Mahalikpada) ପଞ୍ଚାୟତ। ପଞ୍ଚାୟତରେ ୨୫ରୁ ଉର୍ଦ୍ଧ୍ବ ଗ୍ରାମ ରହିଥିବାବେଳେ ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଏଠାରେ ପହଁଞ୍ଚିପାରିନି ମୋବାଇଲ ସେବା । ଇଣ୍ଟରନେଟ୍ ( Internet) ସେବା କଥା ନ କହିବା ଭଲ । ତେବେ ଏନେଇ ବେଶୀ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ । କୋରୋନା ମହାମାରୀ (Pandemic covid 19) ସମୟରେ ସ୍କୁଲ ବନ୍ଦ ଯୋଗୁଁ ପାଠରୁ ଦୂରେଇ ଯାଇଛନ୍ତି ଅନେକ ଛାତ୍ରଛାତ୍ରୀ । ମୋବାଇଲ କି ଇଣ୍ଟରନେଟ୍ ସୁବିଧା ନଥିବାରୁ କିଏ ଗଛ ଉପରେ ଜୀବନକୁ ବାଜି ଲଗାଇ ମୋବାଇଲ ଧରି ପାଠ ପଢୁଛି ତ ଆଉ କିଏ ଘରେ ରହି ଅଫଲାଇନ ପାଠପଢାକୁ ଅପେକ୍ଷା କରିଛି । ମୋବାଇଲ ଓ ଇଣ୍ଟରନେଟ୍ ସୁବିଧା ନଥିବାରୁ କେବଳ ଯେ ପିଲାଙ୍କ ପାଠପଢାରେ ଡୋରି ଲାଗିଛି ତାହା ନୁହେଁ । ଏଥିଲାଗି ବର୍ଷ ବର୍ଷ ଧରି ଜରୁରୀକାଳୀନ ସେବା ପାଇବାରୁ ମଧ୍ଯ ବଚିଂତ ହୋଇଛନ୍ତି ପଞ୍ଚାୟତବାସୀ । ମୋବାଇଲ ସେବା ମିଳୁନଥିବାରୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ, କି ଦମକଳକୁ ଯୋଗାଯୋଗ କରିବାକୁ ହେଲେ ୧୦ କିମି ବାଟ ଯିବାକୁ ପଡୁଛି। ଫଳରେ ଜରୁରୀ ସେବା ପାଇବା ପୁର୍ବରୁ ଲୋକଙ୍କ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି । ସେପଟେ ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଇଣ୍ଟରନେଟ୍ ନଥିବାରୁ କାର୍ଯ୍ୟାଳୟକୁ ସରକାରୀ ବାବୁ ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ବର୍ଷ ବର୍ଷ ଧରି କାମ ଅଟକି ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଭିନ୍ନ ଟେଲିକମ୍ କମ୍ପାନୀକୁ (Telecom Company) ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଥିବା ବେଳେ ଖୁବଶୀଘ୍ର ମୋବାଇଲ ଟାୱାର ନିର୍ମାଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ (Boudh Collector) ।

Also Read- ଆଜି CRUT ପକ୍ଷରୁ ମାଗଣା ଇ-ବସ ଯାତ୍ରା, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା

ତେବେ ଆଗାମୀ ଦିନରେ ପଂଚାୟତରେ ମୋବାଇଲ ସେବା ଉପଲବ୍ଧ ନ ହେଲେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ପଂଚାୟତବାସୀ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି । ତେବେ ମହାଲିକପଡା ପଂଚାୟତବାସୀଙ୍କ ଏହି ଦାବି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।