ଆଜି CRUT ପକ୍ଷରୁ ମାଗଣା ଇ-ବସ ଯାତ୍ରା, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା
Advertisement

ଆଜି CRUT ପକ୍ଷରୁ ମାଗଣା ଇ-ବସ ଯାତ୍ରା, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା

Bhubaneswar: ମୋ ଇ-ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜି ମାଗଣରେ ଯାତ୍ରା କରିପାରିବେ ମୋ ଇ-ବସ ଓ ଇ-ରିକ୍ସା ଯାତ୍ରୀ । ଆଜ୍ଞା ହିଁ, ମୋ ଇ-ବସ ଓ ଇ-ରିକ୍ସାରେ ଯାତ୍ରୀଙ୍କୁ କ୍ରୁଟ (CRUT) ପକ୍ଷରୁ ମିଳିଛି ଏଭଳି ଅଫର ।

ସୌ(ସୋସିଆଲ ମିଡିଆ)

Bhubaneswar: ମୋ ଇ-ବସ (Electric Mo Bus) ଓ ଇ-ରିକ୍ସାରେ (Electric Rickshaw) ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜି ମାଗଣରେ ଯାତ୍ରା କରିପାରିବେ ମୋ ଇ-ବସ ଓ ଇ-ରିକ୍ସା ଯାତ୍ରୀ । ଆଜ୍ଞା ହିଁ, ମୋ ଇ-ବସ ଓ ଇ-ରିକ୍ସାରେ ଯାତ୍ରୀଙ୍କୁ କ୍ରୁଟ (CRUT) ପକ୍ଷରୁ ମିଳିଛି ଏଭଳି ଅଫର ।

ସୂଚନା ଅନୁଯାୟୀ, ସ୍ବଚ୍ଛ ବାୟୁ ଦିବସ (Clean Air Day) ଉପଲକ୍ଷେ ଯାତ୍ରୀଙ୍କୁ ଏଭଳି ଅଫର ଦେଇଛି କ୍ରୁଟ (CRUT)। ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖିବା ନେଇ ବିଏମସି (Bhubaneswar Municipal Corporation) ପକ୍ଷରୁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଏହି ଖାସ୍ ଅବସରରେ ଆଜି ମୋ ଇ-ବସ ଓ ଇ-ରିକ୍ସା ଯାତ୍ରୀଙ୍କୁ କ୍ରୁଟ ପକ୍ଷରୁ ମାଗଣା ଯାତ୍ରା କରିବା ନେଇ ଅଫର ଦିଆଯାଇଛି । ଅର୍ଥାତ୍ ଆଜି ଏଥିରେ ଯାତ୍ରା ନେଇ ଯାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଭୁବନେଶ୍ବର ମେୟର (Bhubaneswar Mayor Sulochana Das) ସୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ବର ପ୍ରାୟ ୧୦ଟି ରୁଟରେ ଏବେ ୫୦ଟି ମୋ ଇ-ବସ (Electric Mo Bus) ଓ ଇ-ରିକ୍ସା ଚଳାଚଳ କରୁଛି । ସ୍ବଚ୍ଛ ବାୟୁ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରିବେଶକୁ ସ୍ବଚ୍ଛ ଓ ପ୍ରଦୂଷଣ ରୋକିବା ପାଇଁ ବିଏମସି (BMC) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (State pollution control board odisha) ମିଳିତ ସହଯୋଗରେ ସ୍ବଚ୍ଛ ବାୟୁ ଦିବସ ଓ ପଦଯାତ୍ରା ଅନୁଷ୍ଠିତ ହୋଇଛି ।

Also Read-Puri Jagannath Temple: ଧରାବତରଣ କଲେ ପ୍ରଭୁ ଶ୍ରୀକୃଷ୍ଣ, ନନ୍ଦୋତ୍ସବ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

Also Read-ଆଦିମାନବଙ୍କୁ ନେଇ ଆସିଲା ରୋଚକ ତଥ୍ଯ, ଆଫ୍ରିକାରୁ ନୁହେଁ ଏହିଠାରୁ ଆସିଥିଲେ ଆମ ପୂର୍ବଜ!

ପ୍ରକାଶ ଥାଉ କି, ଗତ ବର୍ଷ ରାଜଧାନୀରେ ପ୍ରଥମ ଥର ପାଇଁ ଗଡ଼ିଥିଲା ଇ-ଯାନ । ମୁଖ୍ୟମନ୍ତ୍ରୀ (Naveen Patnaik )ଏହି ବ୍ୟାଟେରୀ ଚାଳିତ ମୋ ବସ (Electric Mo Bus) ଓ ରିକ୍ସାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣକୁ କମ୍ କରିବା ଲାଗି ଏହି ଇ-ଯାନର ଶୁଭାରମ୍ଭ କରାଯାଇଥିଲା । ଏହି ଇ- ବସରେ ଏସି ସହ ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ୍ ରହିଥିବା ବେଳେ ଏଥିରେ ଗାଇଡ ଭାବେ ୫୦ ପ୍ରତିଶତ ମହିଳା ଓ ମୋ ରାଇଡରେ ଶତ ପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଥର କ୍ରୁଟ ପକ୍ଷରୁ ମହିଳାମାନଙ୍କୁ ମୋ ବସ ଚାଳନା ପାଇଁ ସୁଯୋଗ ଦିଆଯାଇଥିଲା  ।