Kishore Jena: କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର, ଆଉ କଣ ସବୁ ମିଳିବ ପଢନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha1845114

Kishore Jena: କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର, ଆଉ କଣ ସବୁ ମିଳିବ ପଢନ୍ତୁ ପୂରା ରିପୋର୍ଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି କି ଏହା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଗୌରବର ଦିନ। ବ୍ୟକ୍ତିଗତ ଭାବେ ୮୪.୭୭ ଲମ୍ବ ଫିଙ୍ଗି ରେକର୍ଡ କରିଛନ୍ତି। ସେହିପରି ସେ ନିରଜ ଓ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି।

Kishore Jena: କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର, ଆଉ କଣ ସବୁ ମିଳିବ ପଢନ୍ତୁ ପୂରା ରିପୋର୍ଟ

world atheltics championship ନୂଆଦିଲ୍ଲୀ: ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭେଲିନ ଥ୍ରୋରେ ନିରଜ ଚୋପ୍ର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତେବେ ଏହି ବର୍ଗରେ ଓଡ଼ିଆ ପୁଅ କିଶୋର ମଧ୍ୟ ବେଶ ଦମଦାର ପ୍ରଦର୍ଶନ କରି ରାଜ୍ୟବାସୀଙ୍କ ମନ ଜିଣିଛନ୍ତି। ନିରଜ ସର୍ବାଧିକ ୮୮.୧୭ ମିଟର ଜାଭେଲିନ ଫିଙ୍ଗି ରେକର୍ଡ କରିଥିଲେ। ତେବେ ସମାନ୍ତରାଳ ଢଙ୍ଗରେ ଓଡ଼ିଆ ପୁଅ କିଶୋର ଜେନା ଜବରଦସ୍ତ ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ଏହି ପ୍ରଦର୍ଶନକୁ ନେଇ କିଶୋରକୁ ଭରପୁର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି କି ଏହା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଗୌରବର ଦିନ। ବ୍ୟକ୍ତିଗତ ଭାବେ ୮୪.୭୭ ଲମ୍ବ ଫିଙ୍ଗି ରେକର୍ଡ କରିଛନ୍ତି। ସେହିପରି ସେ ନିରଜ ଓ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି।  ଏହା ସହିତ ତାଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। 

ସୂଚନାଯୋଗ୍ୟ ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା ଏହି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇ ପାରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଚାଲିଥିବା ଜାତୀୟ ଆଥଲେଟିକ୍ସ ସେଣ୍ଟରରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ୮୮.୧୭ ମିଟର ବଲ୍ଲା ଫିଙ୍ଗି ସ୍ୱର୍ଣ୍ଣ ପଦକକୁ ହାତେଇଛନ୍ତି। ସମୁଦାୟ ୬ଟି ରାଉଣ୍ଡ ଖେଳାଯାଇଥାଏ। ନୀରଜ ଦ୍ୱିତୀୟ ରାଉଣ୍ଡରେ ୮୮.୧୭ ମିଟର ଫିଙ୍ଗିଥିଲେ, ଯାହା ସବୁଠାରୁ ଅଧିକ ରହିଥିଲା। ସେବେଠାରୁ ସେ ପଏଣ୍ଟ ଟେବୁଲରେ ଅଗ୍ରଣୀ ବଜାୟ ରଖିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଏହି ଲିଡ୍ ବଜାୟ ରହିଥିଲା।

ବିଶ୍ୱ ଆଥଲେଟିକସର ପ୍ରଥମ ସ୍ୱର୍ଣ୍ଣ ପଦକ
ଅଲିମ୍ପିକ୍ସ, ଏସୀୟ ଗେମ୍ସ, କମନୱେଲଥ ଗେମ୍ସ ଏବଂ ଡାଇମଣ୍ଡ ଲିଗରେ ଚାମ୍ପିଅନ୍ ହୋଇଥିବା ଏହି ଖେଳାଳି ଏହି ଟୁର୍ନାମେଣ୍ଟ ପୂର୍ବରୁ କେବଳ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତି ନାହାଁନ୍ତି ବରଂ ବର୍ତ୍ତମାନ ତାଙ୍କ ବ୍ୟାଗରେ ସ୍ୱର୍ଣ୍ଣ ପଦକ ରହିଛି। ନୀରଜଙ୍କ ୬ଟି ପ୍ରୟାସରେ ୮୮.୧୭ ମିଟର, ୮୬.୩୨ ମିଟର, ୮୪.୬୪ ମିଟର, ୮୭.୭୩ ମିଟର ଏବଂ ୮୩.୯୮ ମିଟର ଥିଲା।

ପାକିସ୍ତାନର ଆର୍ଶାଦ ନାଦିମ ୮୭.୮୨ ମିଟର ଥ୍ରୋ ସହିତ ରୌପ୍ୟ ପଦକ ଜିତିଛନ୍ତି। ଏଥି ସହିତ ଚେକ୍ ରିପବ୍ଲିକର ଜାକୁବ ଭେଡଲେକ୍ ୮୬.୬୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ବ୍ରୋଞ୍ଜ ପଦକକୁ ଟାର୍ଗେଟ କରିଥିଲେ। ଫାଇନାଲରେ ନୀରଜଙ୍କ ସହ ଅନ୍ୟ ଦୁଇ ଭାରତୀୟ ଖେଳାଳି ଡିପି ମନୁ ଏବଂ କିଶୋର ଜେନା ମଧ୍ୟ ଥିଲେ। କିଶୋର ୮୪.୭୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ପଞ୍ଚମ ସ୍ଥାନରେ ଥିବାବେଳେ ଡିପି ମନୁ ୮୪.୧୪ ମିଟର ଶ୍ରେଷ୍ଠ ଥ୍ରୋ ସହିତ ଷଷ୍ଠ ସ୍ଥାନରେ ରହିଛନ୍ତି।

Also Read: ଛେଳି ଚୋରି ଅଭିଯୋଗରେ ୪ ଜଣଙ୍କୁ ନିର୍ଦ୍ଧୁମ ପିଟିଲେ; ପଢନ୍ତୁ ପୂରା ରିପୋର୍ଟ

Also Read: Odisha News: ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୬୫ ହଜାର ପରିବାରଙ୍କୁ ମିଳିଲା ଘର

Also Read: Indian Railways: ଏହି ଯାତ୍ରୀମାନଙ୍କ ଭଡ଼ା ଉପରେ ୭୫% ରିହାତି ଦେଇଥାଏ ଭାରତୀୟ ରେଳବାଇ, ଦେଖନ୍ତୁ ଡିଟେଲ୍ସ