Indian Navy: ଭାରତୀୟ ନୌସେନାର ନୂଆ ଡ୍ରେସ୍ କୋଡ୍
Advertisement
Article Detail0/zeeodisha/odisha2110450

Indian Navy: ଭାରତୀୟ ନୌସେନାର ନୂଆ ଡ୍ରେସ୍ କୋଡ୍

Indian Navy New Dress Code:ଏଥର କୁର୍ତ୍ତା ପାଇଜାମା ତଥା କୁର୍ତ୍ତା ଚୁଡିଦାରରେ ନଜର ଆସିବେ ନୌସେନା ଯବାନ । ଏଥିନିମନ୍ତେ ମଞ୍ଜୁରୀ ମିଳି ସାରିଛି । ଆକାସିଆ ନୀଳ ରଙ୍ଗ କୁର୍ତ୍ତା, ଧଳା ପାଇଜାମା ଏବଂ ଜ୍ୟାକ୍‌ର ରଙ୍ଗ ନେଭି ବ୍ଲୁ ରହିଛି। ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟର୍‌ ହରଦୀପ ସିଂହ ସୋହି ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

Indian Navy: ଭାରତୀୟ ନୌସେନାର ନୂଆ ଡ୍ରେସ୍ କୋଡ୍

Indian Navy New Dress Code: ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ନୈସେନାର ଡ୍ରେସକୋଡ୍ ବଦଳାଯାଇଛି । ଏଥର କୁର୍ତ୍ତା ପାଇଜାମା ତଥା କୁର୍ତ୍ତା ଚୁଡିଦାରରେ ନଜର ଆସିବେ ନୌସେନା ଯବାନ । ଏଥିନିମନ୍ତେ ମଞ୍ଜୁରୀ ମିଳି ସାରିଛି । ଆକାସିଆ ନୀଳ ରଙ୍ଗ କୁର୍ତ୍ତା, ଧଳା ପାଇଜାମା ଏବଂ ଜ୍ୟାକ୍‌ର ରଙ୍ଗ ନେଭି ବ୍ଲୁ ରହିଛି। ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟର୍‌ ହରଦୀପ ସିଂହ ସୋହି ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

ନୌସେନା ଦ୍ୱାରା ବିଜ୍ଞପ୍ତିରେ ନୂଆ ଡ୍ରେସ କୋଡ ସମ୍ବନ୍ଧରେ ରହିଥିବା ନିୟମ ଏବଂ ସର୍ତ୍ତ ଅନୁଯାୟୀ ଏହାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ନିର୍ଦ୍ଦେଶରେ ରହିଛି, କୁର୍ତ୍ତା-ପାଇଜାମା ସ୍ଲିଭଲେସ ଜ୍ୟାକେଟ ଏବଂ ପାରମ୍ପରିକ ଜୋତା । ମହିଳାଙ୍କ ପାଇଁ ଚୁଡିଦାର ଏବଂ କୁର୍ତ୍ତା ରହିଛି । ଏହି ପାରମ୍ପରିକ ଭାରତୀୟ ପୋଷାକ କେବଳ ପର୍ବପର୍ବାଣୀ ତଥା ବିଶେଷ ଉତ୍ସବରେ ପିନ୍ଧାଯିବ ବୋଲି ଜଣାପଡିଛି । ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଧ୍ୟାନରେ ରଖି ଏପରି ଡ୍ରେସ କୋଡ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

Post- 

ପିନ୍ଧିଥିବା କୁର୍ତ୍ତାର କଲର ଉଭୟ ଖୋଲା କିମ୍ୱା ବନ୍ଦ ରଖିପାରିବେ ଯବାନ । କିନ୍ତୁ ଏହାର ରଙ୍ଗ କେବଳ ସିଲିଡ ଟୋନରେ ରହିବା ଆବଶ୍ୟକ । ଏହାର ଲମ୍ବ ଆଣ୍ଠୁ ପର୍ଯ୍ୟନ୍ତ ରହିବା ସହ ହାତରେ କଫଲିକ୍ସ ରହିବା ଉଚିତ। ପାଇଜାମା ଟ୍ରାଉଜର ପରି କମ୍ଫଟେବଲ ହେବା ଜରୁରୀ। ଇଲାଷ୍ଟିକ ଅଣ୍ଟା ଏବଂ ପକେଟ ରହିବା ଦରକାର । ଡ୍ରେସ ସିଲେଇ ହେବା ସମୟରେ ମହିଳାମାନଙ୍କୁ ଭାରତୀୟ ପରମ୍ପରାକୁ ଧ୍ୟାନରେ ରଖି ପୋଷାକ ତିଆରି କରିବାକୁ ପଡିବ ।

୨୦୨୩ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ୫ ଟି ପ୍ରତିଶ୍ରୁତି ମଧ୍ୟରେ ଗୋଟିଏ ପ୍ରତିଶ୍ରୁତି ଥିଲା ଉପନିବେଶ ପରମ୍ପରାକୁ ଶେଷ କରିବା। ସେଥିପାଇଁ ଭାରତୀୟ ନୌସେନାରେ ଥିବା ଡ୍ରେସ କୋଡରେ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ମିଳିଛି । ଆଗାମି ଦିନରେ ସ୍ଥଳସେନା ଓ ବାୟୁସେନା ଅଫିସଙ୍କ ମେସ୍‌ରେ ମଧ୍ୟ ଏହି ଭଳି କିଛି ନୂଆ ଧରଣର ଡ୍ରେସ୍‌ କୋଡ୍‌ ଲାଗୁ କରାଯିବ ବୋଲି ଆଶା କରାଯାଉଛି ।

Also Read- କର୍ମଚାରୀଙ୍କ ପାଇଁ ଦମଦାର ଅଫର, ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା...

Also Read- ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର