ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କ କାର୍ଯ୍ୟକୁ ନେଇ ରିପୋର୍ଟ ମାଗିଛନ୍ତି।
Trending Photos
)
ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କ କାର୍ଯ୍ୟକୁ ନେଇ ରିପୋର୍ଟ ମାଗିଛନ୍ତି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ଆକ୍ସନ ମୋଡରେ। ଟିକନିକ୍ କରି ସବୁ ବିଷୟରେ ଯାଞ୍ଚ କରୁଛନ୍ତି ମୁଖ୍ୟମନ୍ତ୍ରୀ।
ଅବସର ପରେ କେଉଁ ବିଭାଗରେ କେତେ ଜଣ କାମ କରୁଛନ୍ତି। ପୂର୍ବ ସରକାର ବିଭିନ୍ନ ବିଭାଗରେ ଥଇଥାନ କରିଥିବା ଉପଦେଷ୍ଟା ପଦ ଛାଡ଼ିଲେଣି ନା ଅଛନ୍ତି ? ଏ ସବୁର ଟିକିନିଖି ତଥ୍ୟ ସରକାରଙ୍କୁ ପଠାଇବାକୁ ସବୁ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୨୪ ଘଣ୍ଟାରେ ତଥ୍ୟ ଦେବାକୁ ସବୁ ବିଭାଗର ସଚିବଙ୍କୁ କୁହାଯାଇଛି। ପୂର୍ବରୁ ଗୃହ ବିଭାଗ ଅବସର ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲା । ପୁଲିସ ମହାନିର୍ଦ୍ଦେଶଙ୍କ ଅଫିସ୍, ଅଗ୍ନିଶମ ଡିଜି, ଡାଇରେକ୍ଟର ସିଭିଲ ଡିଫେନ୍ସ, ଜେଲ ବିଭାଗ ଡିଜି, ପୁଲିସ ହାଉସିଂ ବୋର୍ଡର ନିର୍ଦ୍ଦେଶକ, ହାଇକୋର୍ଟ ରେଜିଷ୍ଟ୍ରାର, ରାଜ୍ୟ ସୈନିକ ବୋର୍ଡ, ରାଜ୍ୟ ଅତିଥି ଭବନରେ ଅବସର ପରେ ବି କାମ କରୁଥିବା ଅଧିକାରୀଙ୍କ ସବିଶେଷ ତଥ୍ୟ ମଗାଯାଇଥିଲା। କେବଳ ଗୃହ ବିଭାଗ ନୁହେଁ, ସବୁ ବିଭାଗର ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର।