Advertisement
Article Detail0/zeeodisha/odisha2282678
Zee OdishaOdisha StateVK Pandian: ପାଣ୍ଡିଆନଙ୍କ ଗାଏବ ହେବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲା ବିଜେଡି, କହିଲା ସେ...

VK Pandian: ପାଣ୍ଡିଆନଙ୍କ ଗାଏବ ହେବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲା ବିଜେଡି, କହିଲା ସେ...

VK Pandian: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଛାଇ ପରି ରହୁଥିବା ପାଣ୍ଡିଆନ ନିକଟରେ ଦେଖିବାକୁ ମିଳିନାହାଁନ୍ତି। ଏହାକୁ ନେଇ ଅନେକ ଲୋକ ଅନେକ ପ୍ରକାରର କଥା କହିବାରେ ଲାଗିଛନ୍ତି। ଏପରିକି କିଛି ଗଣମାଧ୍ୟମ ସଂସ୍ଥା ମଧ୍ୟ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏପରି ଚର୍ଚ୍ଚାରେ ଅତିଷ୍ଟ ହୋଇ ଶେଷରେ ପ୍ରତିକ୍ରିୟା ରଖିଛି ବିଜେଡି। ଗୁରୁବାର ଦିନ ବିଜେଡି ସାଂସଦ ସସ୍ମିତ ପାତ୍ର ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି।

VK Pandian: ପାଣ୍ଡିଆନଙ୍କ ଗାଏବ ହେବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲା ବିଜେଡି, କହିଲା ସେ...

VK Pandian: ରାଜ୍ୟରେ ବିଜେଡିର ହାରକୁ ନେଇ ଅଧିକାଂଶ ଲୋକ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଛାଇ ପରି ରହୁଥିବା ପାଣ୍ଡିଆନ ନିକଟରେ ଦେଖିବାକୁ ମିଳିନାହାଁନ୍ତି। ଏହାକୁ ନେଇ ଅନେକ ଲୋକ ଅନେକ ପ୍ରକାରର କଥା କହିବାରେ ଲାଗିଛନ୍ତି। ଏପରିକି କିଛି ଗଣମାଧ୍ୟମ ସଂସ୍ଥା ମଧ୍ୟ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏପରି ଚର୍ଚ୍ଚାରେ ଅତିଷ୍ଟ ହୋଇ ଶେଷରେ ପ୍ରତିକ୍ରିୟା ରଖିଛି ବିଜେଡି। ଗୁରୁବାର ଦିନ ବିଜେଡି ସାଂସଦ ସସ୍ମିତ ପାତ୍ର ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି।

ସସ୍ମିତ କହିଛନ୍ତି ଯେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି । ହେଲେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି । ଏପରି ଅରୁଚିକର ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ସମ୍ପୃକ୍ତ ଗଣମାଧ୍ୟମକୁ ବିଜେଡି ଅନୁରୋଧ କରିଛି।

 

ବିଜେଡି ରାଜ୍ଯସଭା ସାଂସଦ ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି,ଯେ ‘କୌଣସି ଦଳର ନେତା ବା ନେତୃବୃନ୍ଦ କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ ସୂଚନା ଦେଇ ଯିବାର କୌଣସି ପ୍ରାବଧାନ ବା ନିୟମ ନାହିଁ । ତେଣୁ ଦୟାକରି ସମ୍ପୃକ୍ତ ଗଣମାଧ୍ୟମ ଏପରି ଖବର ପ୍ରସାରଣରୁ ବିରତ ରହିବାକୁ ପୁନଃ ଅନୁରୋଧ କରୁଛୁ ।’

About the Author