Odisha News: ବଦଳିଲା ନିୟମ, ଏହି ସ୍ଥାନକୁ ବୁଲିବାକୁ ଗଲେ ଦେବାକୁ ପଡ଼ିବ ପାର୍କିଂ ଫି..
Advertisement
Article Detail0/zeeodisha/odisha2008860

Odisha News: ବଦଳିଲା ନିୟମ, ଏହି ସ୍ଥାନକୁ ବୁଲିବାକୁ ଗଲେ ଦେବାକୁ ପଡ଼ିବ ପାର୍କିଂ ଫି..

Odisha News: ଚଳିତବର୍ଷ ଠାରୁ ଗାଡି ପାର୍କିଂ ଫି ଦେବାକୁ ପଡିବ ପାରାଦୀପ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ। ଏନେଇ ପାରାଦୀପ ପୌର ପାଳିକା ତରଫରୁ ପୌର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଛି। ଏଥି ସହିତ ପାରାଦୀପରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରୀ କରାଯାଇଛି। 

Odisha News: ବଦଳିଲା ନିୟମ, ଏହି ସ୍ଥାନକୁ ବୁଲିବାକୁ ଗଲେ ଦେବାକୁ ପଡ଼ିବ ପାର୍କିଂ ଫି..

Odisha News: ଚଳିତବର୍ଷ ଠାରୁ ଗାଡି ପାର୍କିଂ ଫି ଦେବାକୁ ପଡିବ ପାରାଦୀପ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ। ଏନେଇ ପାରାଦୀପ ପୌର ପାଳିକା ତରଫରୁ ପୌର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଛି। ଏଥି ସହିତ ପାରାଦୀପରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରୀ କରାଯାଇଛି। ବଣଭୋଜି କରିବା ପାଇଁ ପର୍ଯ୍ୟଟକ ମାନଙ୍କୁ ପୌର ପାଳିକା ତରଫରୁ ସ୍ଵାଗତ କରାଯାଇଥିବା ବେଳେ ବନଭୋଜି ସ୍ଥଳକୁ ପଲିଥିନ ଆଣି ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଶୁଣାଇଛି ପାରାଦୀପ ପୌରପରିଷଦ।

 ପରିଷଦର ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଙ୍କ ନେତୃତ୍ଵରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସର୍ବସାଧାରଣ ଙ୍କ ସୂଚନା ନିମନ୍ତେ ଜଣାଇ ଦିଆଯାଇଛି | ବନ୍ଦର ନଗରୀ ପାରାଦୀପକୁ ଆହୁରି ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ପୌର ପ୍ରଶାସନ ଚଳିତ ବର୍ଷ ଠାରୁ ପିକନିକ ସ୍ପଟ ଗୁଡିକରେ ନିୟମ କଡାକଡି ପାଳନ କରିବାକୁ ଯାଉଛି । ସମୁଦ୍ର କୂଳର ଅପୂର୍ବ ସୌନ୍ଦର୍ଯ୍ୟ ତଥା ନେହେରୁବଙ୍ଗଳାର ମୁହାଣ ମୁହଁ ଅନେକ ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରୁଛି। ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଆଗନ୍ତୁକ ବନ୍ଦର ନଗରୀ କି ବୁଲିବା ଓ ବନଭୋଜି କରିବା ପାଇଁ ଛୁଟି ଆସୁଥିବା ବେଳେ ନେହେରୁ ବଙ୍ଗଳାର ମନ୍ମଥ ଉଦ୍ୟାନ,ସମୁଦ୍ର କୂଳ ଓ ଗଲ୍ଫ ପଡିଆରେ କୁଢକୁଢ ପଲିଥିନ ପକାଇ ପଳାଉଛନ୍ତି।

ଏହା ପାରାଦୀପ ର ପରିବେଶ କୁ ଯଥେଷ୍ଟ ନଷ୍ଟ କରୁଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ପୌର ପରିଷଦ ଏଭଳି ଆଗୁଆ ସୂଚନା ଦେଇଛି। ନେହେରୁ ବଙ୍ଗଳା ମନ୍ମଦ ଉଦ୍ୟାନ ରେ ଭୋଜିଭାତ କରିବା ପାଇଁ ପର୍ଯ୍ୟଟନ ମାନଙ୍କ ପ୍ରଚୁର ଭିଡ ଲାଗୁଥିବାରୁ ଆଗୁଆ ପିଣ୍ଡି ବୁକିଂ କରିବା ପାଇଁ ୩୦୦ଟଙ୍କା ଆଗୁଆ ପୈଠ କରିବା ଓ ତଳେ ବସିଲେ ୨୦୦ଟଙ୍କା ଏହିପରି ଗାଡି ପାର୍କିଂ ଫି ଚଳିତବର୍ଷ ଠାରୁ ଆରମ୍ଭ ହୋଇଥିବା ନେଇ ପୌର ପରିଷଦ ତରଫରୁ ସୂଚନା ଦିଆଯାଇଛି। ପାର୍କିଂ ଫି ବାବଦକୁ ଆଦାୟ ଅର୍ଥର ୫୦ ପ୍ରତିଶତ ଏଏଲ୍ଏଫ୍ ମହିଳାଙ୍କୁ ପ୍ରଦାନ କରାଯିବା ସହ ବାକି ୫୦ପ୍ରତିଶତ ପୌର ପାଳିକାକୁ ପ୍ରଦାନ କରାଯିବ। ପଲିଥିନ ବ୍ୟବହାର କରୁଥିବା ଲୋକଙ୍କ ଉପରେ ପୌରପାଳିକା କାର୍ଯ୍ୟାନୁଷ୍ଠାନ ନେବ ବୋଲି ବୈଠକରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି।

Also Read: Rinku Singh: କ୍ଷମା ମାଗିଲେ ରିଙ୍କୁ ସିଂ, କହିଲେ I am Sorry...