ବିଜେଡ଼ି-ବିଜେପି ଛୁଆଙ୍କ ନାମକରଣ କଲା କଂଗ୍ରେସ, ଜାଣନ୍ତୁ କଣ ଦେଇଛି ନାଁ
Advertisement

ବିଜେଡ଼ି-ବିଜେପି ଛୁଆଙ୍କ ନାମକରଣ କଲା କଂଗ୍ରେସ, ଜାଣନ୍ତୁ କଣ ଦେଇଛି ନାଁ

Odisha Politics: କଂଗ୍ରେସ କୋଳରେ ବିଜେଡ଼ି ଓ ବିଜେପି ଛୁଆ। ଏକଥା ଆମେ କହୁନୁ। ଆଜି କଂଗ୍ରେସ ବିରୋଧ ସମୟରେ ଦୁର୍ନିତୀ ପ୍ରତିବାଦର ଏଭଳି ଚିତ୍ର ଦେଖିବାକୁ ମିଳିଥିଲା। ବିଜେଡି ଓ ବିଜେପିର ଭିତିରି ସଂପର୍କକୁ ନେଇ ଏକ ବଡ ପ୍ରସଙ୍ଗ କରିଛି କଂଗ୍ରେସ।

ବିଜେଡ଼ି-ବିଜେପି ଛୁଆଙ୍କ ନାମକରଣ କଲା କଂଗ୍ରେସ, ଜାଣନ୍ତୁ କଣ ଦେଇଛି ନାଁ

ଭୁବନେଶ୍ବର: କଂଗ୍ରେସ କୋଳରେ ବିଜେଡ଼ି ଓ ବିଜେପି ଛୁଆ। ଏକଥା ଆମେ କହୁନୁ। ଆଜି କଂଗ୍ରେସ ବିରୋଧ ସମୟରେ ଦୁର୍ନିତୀ ପ୍ରତିବାଦର ଏଭଳି ଚିତ୍ର ଦେଖିବାକୁ ମିଳିଥିଲା। ବିଜେଡି ଓ ବିଜେପିର ଭିତିରି ସଂପର୍କକୁ ନେଇ ଏକ ବଡ ପ୍ରସଙ୍ଗ କରିଛି କଂଗ୍ରେସ। ଏଠାରେ କହି ରଖୁ ଗତ କିଛି ଦିନ ତଳେ ବିଜେଡ଼ି ଓ ବିଜେପିର ବାହାଘର କରିଥିଲା କଂଗ୍ରେସ। ସୋସିଆଲ ମିଡ଼ିଆରେ ଏହି ଫଟୋକୁ ଲୋକମାନେ ଲାଇକ କରୁଥିବା ଦେଖିବାକୁ ମିଳିଥିଲା। ଆଉ ଏହାର କିଛି ଦିନ ପରେ ଏଭଳି ଏକ ପ୍ରତିବାଦକୁ ନେଇ ଲୋକଙ୍କ ମନରେ ବେଶ କୌତୂହଳ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। 

ଏଠାରେ କହି ରଖୁ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଜି ଏଭଳି ଢଙ୍ଗରେ ପ୍ରତିବାଦ କରିଥିଲା। ପ୍ରଥମେ ବିଜେଡି-ବିଜେପି ବିବାହ ଆଜି ସେମାନଙ୍କ ୧୦ଟି ପିଲାଙ୍କ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ । କଂଗ୍ରେସ ଭବନ ପରିସରରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲା ଦଳ। ୧୦ଟି ପିଲାଙ୍କ ନାମ  ରହିଥିଲା ଚିଟଫଣ୍ଡ ଦୁର୍ନୀତି ବେବି, କୋଇଲା ଦୁର୍ନୀତି ବେବି, ଗୁଣ୍ଡା ବେବି, ମାସ୍କ ସ୍କାମ ବେବି, ତାମିଲ ବେବି, ଆଦିବାସୀଙ୍କ ଜମି ହଡ଼ପ ବେବି, ବେରୋଜଗାର ବେବି, ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି, ପାଓ୍ବାର ବିଲ୍ ସ୍କାମ ବେବି, ଦରଦାମ ବୃଦ୍ଧି ବେବି । ୧୦ଟି କଣ୍ଢେଇକୁ ୧୦ଟି ବିଜେଡି-ବିଜେପି ପିଲା କହି ଅନ୍ନପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ। ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳୀୟ ନେତାଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସାମ୍ବାଦିକ ସମ୍ମିଳନୀରେ ଏନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର ମଧ୍ୟ କଟାକ୍ଷ କରିଛନ୍ତି। ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ କଂଗ୍ରେସରେ ସାମିଲ ହେବା ପରେ ଟିକେଟ ମିଳିବ କି ନାହିଁ ଏବେଠୁ କହି ହେବନି ବୋଲି ସେ କହିଛନ୍ତି। କିନ୍ତୁ ଏଭଳି ଚାଲିଲେ ଆମର ୯ ରୁ ୯୦ ମିଶନ ସଫଳ ହେବା ଆହୁରି ସହଜ ହେବ ବୋଲି କହିଛନ୍ତି ଅଜୟ କୁମାର। କଂଗ୍ରେସ କେବଳ ନାଟକ କରୁଥିବା ବିଜେପି କହିଥିବା ବେଳେ ଏହା ଅପ୍ରାସଙ୍ଗିକ ବୋଲି ବିଜେଡି କହିଛି।

Also Read- Budh Gochar 2024: ବୁଧଙ୍କ ଚଳନରୁ ଏହି ୩ ରାଶିକୁ ଶୁଭ ଫଳ ମିଳିବ

Also Read- Crime News: କଟକରେ ଚୋରା ବନ୍ଧୁକ କାରବାର, ୩ ଜଣ ଗିରଫ