Crime News: କଟକରେ ଚୋରା ବନ୍ଧୁକ କାରବାର, ୩ ଜଣ ଗିରଫ
Advertisement

Crime News: କଟକରେ ଚୋରା ବନ୍ଧୁକ କାରବାର, ୩ ଜଣ ଗିରଫ

Crime News: କଟକ ଜଗତପୁର ଥାନା ପୋଲିସ ଏବଂ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ଚଢାଉ କରି ଚୋରା ବନ୍ଧୁକ ରାକେଟ୍ ଚଳାଇଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ମାନଙ୍କଠାରୁ ୪ଟି ବନ୍ଧୁକ ସହିତ ୧୨ ରାଉଣ୍ଡ ଗୁଳି ଜବତ କରିଛି କମିଶନରେଟ ପୋଲିସ୍ ।

ଖବର ମୁତାବକ, ଚୋରା ବନ୍ଧୁକ କାରବାର ସମ୍ପର୍କରେ ପୋଲିସ କୌଣସି ସୁତ୍ରରୁ ଖବର ପାଇବା ପରେ ଏହି ଚଢାଉ କରିଥିବା ଜଣାପଡିଛି । ଜଗତସିଂହପୁର ଜିଲ୍ଲାର ପ୍ୟାରିମୋହନ ଦାସ (ପିଣ୍ଟୁ) ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ପଚରାଉଚରା କରିବା ପରେ ଅଡୁଆ ସୁତାର ଖିଅ ଗୋଟି ଗୋଟି କରି ବାହାରିଥିଲା । ଏଥିସହିତ ପୂର୍ବରୁ ଅନେକ କାଣ୍ଡ ଭିଆଇଥିବା ତଥା ଦୁର୍ଦାନ୍ତ ଅପରାଧୀ ବବୁଆ ଏବଂ ତାର ଜଣେ ସହଯୋଗୀ ମିହିର ମଧ୍ୟ ପୋଲିସ ହାତରେ ଧରାପଡିଛନ୍ତି । ଡିସିପି କନୱର ବିଶାଲ ସିଂହ କହିଛନ୍ତି ଯେ, ଅଭିଯୁକ୍ତମାନେ ବିହାରର ମୁଙ୍ଗେର ଅଞ୍ଚଳରୁ ଚୋରା ବନ୍ଧୁକ ଆଣି କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ଏଥିସହିତ ପାଖରେ ବନ୍ଧୁକ ରଖି ଅନେକ ଅପରାଧିକ କାର୍ଯ୍ୟକଳାପ କରୁଥିଲେ । ଆଗକୁ ଏକ ଏଟିଏମ ଗାଡି ଉପରେ ଆଟାକ୍ କରିବା ପାଇଁ ଅଭିଯୁକ୍ତମାନେ ଯୋଜନା କରୁଥିଲେ । ଅଧିକ ପଚରାଉଚରା ପରେ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷକୁ କୁହାଯାଇଛି ।

Also Read- Ghazipur Accident: ଭୟଙ୍କର ଦୁର୍ଘଟଣା; ବରଯାତ୍ରୀ ବସ୍ ଉପରେ ଖସିଲା ବିଜୁଳି ତାର, ୬ ଜୀବନ୍ତ ଦଗ୍ଧ

Also Read- Bollywood News: ବକ୍ସ ଅଫିସରେ ରେକର୍ଡ କଲା ଅଜୟ ଦେବଗନଙ୍କ 'ସୈତାନ'