ରାକ୍ଷୀ ପୂର୍ଣ୍ଣମୀରେ ବଡ଼ ଅଘଟଣ, ମାନ ରଖିବା ବଦଳରେ ଜୀବନ ନେଲା ଭାଈ !
Advertisement
Article Detail0/zeeodisha/odisha2391101

ରାକ୍ଷୀ ପୂର୍ଣ୍ଣମୀରେ ବଡ଼ ଅଘଟଣ, ମାନ ରଖିବା ବଦଳରେ ଜୀବନ ନେଲା ଭାଈ !

କେହି କିଛି ବୁଝିବା ପୂର୍ବରୁ ହଠାତ ଉପର ମହଲାରୁ ଚିତ୍କାର ଶୁଣାଯାଇଥିଲା । ସେଠାରେ ଘରର ଲୋକମାନେ ପହଞ୍ଚିବା ପରେ ଘର ଚଟାଣ ରକ୍ତାକ୍ତ ହୋଇସାରିଥିଲା । ପ୍ରଯୋକ୍ତା ଏବଂ ଆୟୁଷ୍ମାନ ଉଭୟଙ୍କ ଶରୀରରେ ଏକାଧିକ ସ୍ଥାନରୁ ରକ୍ତ ଝରୁଥିଲା । 

ରାକ୍ଷୀ ପୂର୍ଣ୍ଣମୀରେ ବଡ଼ ଅଘଟଣ, ମାନ ରଖିବା ବଦଳରେ ଜୀବନ ନେଲା ଭାଈ !

Crime News: ଭଉଣୀର ମାନ ରଖିବା ତଥା ସୁରକ୍ଷା ଦେବା ପାଇଁ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ । ଏହି ଦିନ ପ୍ରତିଟି ଭଉଣୀ ନିଜ ଭାଈ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ଭାଇ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଭଉଣୀକୁ ପ୍ରତିଶୃତି ଦେବା ସହିତ ତାର ମନ ଖୁସି କରିବା ପାଇଁ ଉପହାର ଦେଇଥାଏ । ଭାଈ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ନିବିଡ କରିବା ପାଇଁ ଏହି ପର୍ବର ମହତ୍ୱ ଖୁବ ଅଧିକ । କିନ୍ତୁ ଆଜି ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ଭାଈ ଭଉଣୀକୁ ଛୁରୀ ଭୁଷି ହତ୍ୟା କରିଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଘଟଣାଟି ଗଞ୍ଜାମ ବଡ଼ବଜାର ନିକଟରେ ଘଟିଛି ।

ସୂଚନା ମୁତାବକ, ୧୩ ବର୍ଷର ଭଉଣୀ ପ୍ରଯୋକ୍ତା ପାଣିଗ୍ରାହୀ ନିଜ ଭାଇ ଆୟୁଷ୍ମାନଙ୍କ ସହ ସମ୍ପର୍କୀୟ ବଡ଼ବାପାଙ୍କ ଘରକୁ ଶ୍ରାଦ୍ଧ ଭୋଜୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ଘରର ତଳ ମହଲାରେ ପୂଜା କାର୍ଯ୍ୟକ୍ରମ ହେଉଥିଲା ଏବଂ ଉପର ମହଲାରେ ପ୍ରଯୋକ୍ତା ଓ ତାଙ୍କ ଭାଇ ଆୟୁଷ୍ମାନ ଉପସ୍ଥିତ ରହି ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀଙ୍କ ସହ କଥା ହେଉଥିଲେ। କିନ୍ତୁ କେହି କିଛି ବୁଝିବା ପୂର୍ବରୁ ହଠାତ ଉପର ମହଲାରୁ ଚିତ୍କାର ଶୁଣାଯାଇଥିଲା । ସେଠାରେ ଘରର ଲୋକମାନେ ପହଞ୍ଚିବା ପରେ ଘର ଚଟାଣ ରକ୍ତାକ୍ତ ହୋଇସାରିଥିଲା । ପ୍ରଯୋକ୍ତା ଏବଂ ଆୟୁଷ୍ମାନ ଉଭୟଙ୍କ ଶରୀରରେ ଏକାଧିକ ସ୍ଥାନରୁ ରକ୍ତ ଝରୁଥିଲା । ଜଣାପଡିଲା ଯେ, ଉଭୟଙ୍କୁ କେହି ଛୁରା ମାଡ଼ କରି ଫେରାର୍ ହୋଇଯାଇଛି । ସେଠାରେ ଉପସ୍ଥିତ ଲୋକେ ଏହା ସନ୍ଦେହ କରିଥିଲେ ଯେ, ସମ୍ପର୍କୀୟ ଭାଈ ଆଶୁତୋଷ ବୋଧହୁଏ ଛୁରାମାଡ କରି ଫେରାର ହୋଇଯାଇଛନ୍ତି । ପରେ ଉଭୟ ପ୍ରଯୋକ୍ତା ଏବଂ ଆୟୁଷ୍ମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ। ଆୟୁଷ୍ମାନଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବା କାରଣରୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ବଡ଼ ବଜାର ଥାନା ପୋଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି । ତେବେ ପ୍ରକୃତ କାରଣ କଣ ଏବଂ କିଏ ପ୍ରଯୋକ୍ତାଙ୍କ ପ୍ରକୃତ ହତ୍ୟାକାରୀ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

Also Read- September Rashifal Tula: ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି, ପ୍ରେମ ଜୀବନ ଓ କର୍ମକ୍ଷେତ୍ରରେ କିପରି କଟିବ ୩୦ଦିନ, ଜାଣନ୍ତୁ

Also Read- ନିମ୍ନମାନର ଖାଦ୍ୟ କାରଣରୁ ୫୦ରୁ ଅଧିକ ଯବାନଙ୍କ ସ୍ୱାସ୍ଥ୍ୟ ଖରାପ, ରାଜରାସ୍ତାରେ ଆନ୍ଦୋଳନ