ନିମ୍ନମାନର ଖାଦ୍ୟ କାରଣରୁ ୫୦ରୁ ଅଧିକ ଯବାନଙ୍କ ସ୍ୱାସ୍ଥ୍ୟ ଖରାପ, ରାଜରାସ୍ତାରେ ଆନ୍ଦୋଳନ
Advertisement
Article Detail0/zeeodisha/odisha2390998

ନିମ୍ନମାନର ଖାଦ୍ୟ କାରଣରୁ ୫୦ରୁ ଅଧିକ ଯବାନଙ୍କ ସ୍ୱାସ୍ଥ୍ୟ ଖରାପ, ରାଜରାସ୍ତାରେ ଆନ୍ଦୋଳନ

ଆମକୁ ଏଠାରେ କୁକୁର ଛେଳିଙ୍କ ଠାରୁ ମଧ୍ୟ ହୀନ ବ୍ୟବହାର କରାଯାଉଛି ବୋଲି ଯବାନ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସମସ୍ତ ଯବାନ ଏକାଠି ହୋଇ ଭୋକ ଉପାସରେ ଆନ୍ଦୋଳନ କରୁଛନ୍ତି । 

ନିମ୍ନମାନର ଖାଦ୍ୟ କାରଣରୁ ୫୦ରୁ ଅଧିକ ଯବାନଙ୍କ ସ୍ୱାସ୍ଥ୍ୟ ଖରାପ, ରାଜରାସ୍ତାରେ ଆନ୍ଦୋଳନ

BSAP Jawans on hunger strike: ବିହାର ସୁପାଲ ଜିଲ୍ଲା ଭୀମନଗରରେ ଅବସ୍ଥିତ ସ୍ପେଶାଲ ଆର୍ମଡ ପୋଲିସ (ବିଏସଏପି) ର ୨୬୫ ଜଣ ଟ୍ରେନିଂ ନେଉଥିବା ଯବାନ ରବିବାର ଦିନ ଫୁଡ୍ ପଏଜନ କାରଣରୁ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ୬ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ୨୦ଜଣ ଯବାନ ବର୍ତ୍ତମାନ ଭେରପୁରର ଉପ-ବିଭାଗୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଟ୍ରେନିଂ ସେଣ୍ଟରରେ ଯବାନଙ୍କ ଅସୁସ୍ଥତା ହେବା ନେଇ ଚିନ୍ତା ପ୍ରକଟ କରିବା ପରେ ଆଜି (ସୋମବାର) କ୍ୟାମ୍ପରେ ତାଲିମ ନେଉଥିବା ସମସ୍ତ ୯୩୫ଜଣ ଯବାନ ଭୋକ ଉପାସରେ ରହିଛନ୍ତି । କ୍ୟାମ୍ପର କମାଣ୍ଡାଣ୍ଟଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି ଯବାନମାନେ । ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ହେବା ନେଇ ଦାବି ରହିଛି ।

ରବିବାର ଦିନ ଯବାନମାନଙ୍କ ପାଇଁ ରାତ୍ରୀ ଭୋଜନରେ ପୁରୀ, ଜଲେବି ଏବଂ କାବୁଲ ଚଣା ତରକାରୀ ହୋଇଥିଲା । ରାତ୍ରୀ ଭୋଜନରେ ତାହା ଖାଇବାର କିଛି ଘଣ୍ଟା ମଧ୍ୟରେ କିଛି ଯବାନ ଅସୁସ୍ଥ ଅନୁଭବ କରିଥିଲେ । ସ୍ୱାସ୍ଥ୍ୟ ଖରାପ ସତ୍ୱେ ଯବାନମାନଙ୍କୁ ବାହାରକୁ ଯିବାକୁ ଦିଆଯାଇନଥିଲା। କର୍ତ୍ତୃପକ୍ଷଙ୍କ ତରଫରୁ କ୍ୟାମ୍ପରେ ଥିବା ମେଡିସିନ୍ ଯବାନଙ୍କୁ ଦିଆଯାଇଥିଲା । କିନ୍ତୁ ସନ୍ଧ୍ୟା ୮ଟା ବେଳକୁ ଯବାନମାନଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାକୁ ଲାଗିଲା । ପ୍ରାୟ ୫୦ରୁ ୬୦ଜଣ ଯବାନଙ୍କୁ ତୁରନ୍ତ ଭେରପୁରର ଉପ-ବିଭାଗୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଯେଉଁ ଯବାନମାନେ କୌଣସି ଅସୁବିଧା ଅନୁଭବ କରିନଥିଲେ ସେମାନେ ମଧ୍ୟ ଆଗୁଆ ଡାକ୍ତର ପରାମର୍ଶ ପାଇଁ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ । ରାତି ୧୦ଟା ମଧ୍ୟରେ ୨୫୦ରୁ ଉର୍ଦ୍ଧ ଯବାନ ହସ୍ପିଟାଲରେ ପହଞ୍ଚିଥିଲେ ।

ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସହ ଔଷଧ ଦିଆଯିବାର କିଛି ଘଣ୍ଟା ପରେ କିଛି ଯବାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ସୋମବାର ସକାଳେ ସମସ୍ତ ଯବାନମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଏହି ପୂରା ଘଟଣା ବିହାର ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ କେନ୍ଦ୍ରରେ ଥିବା ସମସ୍ତ ଯବାନଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଯବାନମାନେ ସୋମବାର ସକାଳେ କମାଣ୍ଡାଣ୍ଟଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଯବାନଙ୍କ କହିବାନୁଯାୟୀ, ବିହାରର ବିଭିନ୍ନ ଜିଲ୍ଲାରୁ ଯବାନମାନେ PTSC ତାଲିମ ପାଇଁ ଏଠାକୁ ଆସି ପ୍ରାୟ ଦେଢମାସ ରହିଥାନ୍ତି । କିନ୍ତୁ ଏଠାରେ ପ୍ରଶିକ୍ଷଣ ଆରମ୍ଭରୁ ପ୍ରତିଦିନ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଛି । ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆମକୁ ଏଠାରେ କୁକୁର ଛେଳିଙ୍କ ଠାରୁ ମଧ୍ୟ ହୀନ ବ୍ୟବହାର କରାଯାଉଛି ବୋଲି ଯବାନ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସମସ୍ତ ଯବାନ ଏକାଠି ହୋଇ ଭୋକ ଉପାସରେ ଆନ୍ଦୋଳନ କରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ସୁବିଧା ଯୋଗାଇ ଦେବାର ଦାବି ରହିଛି । ଡିଜି ଏବଂ ଆଇଜି ଭୀମନଗରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।

Also Read- Top 10 News Today: ରାଜ୍ୟରେ ଆଳୁ ସଙ୍କଟ ଉତ୍କଟ ହେବ ଓ ଅନ୍ୟାନ୍ୟ ଖବର

Also Read- Grah Gochar: ମଙ୍ଗଳ, ବୁଧ ଏବଂ ଶୁକ୍ରଙ୍କ ଗତିବିଧି ପ୍ରଭାବ, ୩ ରାଶିର ଭାଗ୍ୟ ଉଜ୍ୱଳ