Covid-19: ଓଡିଶାରେ ବଢୁଛି କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି
Advertisement

Covid-19: ଓଡିଶାରେ ବଢୁଛି କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି

Covid-19: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ତେବେ ଏହି ସଂକ୍ରମିତଙ୍କ ମଧ୍ଯରେ ଜଣେ ସୁସ୍ଥ ହୋଇଥିବାରୁ ବର୍ତ୍ତମାନ ଆକ୍ଟିଭ କେସ୍ ୧୮ ରହିଛି ।

ସୌ(ସୋସିଆଲ ମିଡିଆ)

ଦିନକ ପରେ ନୂଆ ବର୍ଷ ଥିବାରୁ ସବୁଠି ସେଲିବ୍ରେସନର ମାହୋଲ ରହିଛି । ତେବେ ଏହି ସମୟରେ ଜନ ଗହଳିପୂର୍ଣ୍ଣ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟା ବିଭାଗ ପକ୍ଷରୁ କୁହାଯାଇଛି । ଖାସ୍ କରି ଭିଡ଼ ବା ଗହଳି ସ୍ଥାନକୁ ନ ଯାଇ ଘରେ ରହି ସେଲିବ୍ରେସନ୍ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଏଥିସହ ଥଣ୍ଡା, ଜ୍ବର, କାଶ ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

Also Read-Amrit Bharat: ରାଜ୍ୟରେ ଗଡ଼ିଲା ଅମୃତ ଭାରତ, ରେଳ ଷ୍ଟେସନରେ ସ୍ବାଗତ କଲେ ଅପରାଜିତା ଷଡ଼ଙ୍ଗୀ

ଅନ୍ୟପଟେ ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସମସ୍ତ ମେଡି଼କାଲ କଲେଜ ଓ ଡିସିଏମଓଙ୍କୁ ଏନେଇ ଚିଠି ଲେଖିଛି ବିଭାଗ । ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରକୁ ଥିବା ସମସ୍ତ ମେଡିକାଲରେ ସର୍ଭେଲାନ୍ସ ବୃଦ୍ଧି କରିବା ଉପରେ ଗୁରୁଦ୍ବ ଦିଆଯାଇଛି । କୋଭିଡ୍ ପଜିଟିଭ୍ ହେଉଥିବା ଆକ୍ରାନ୍ତଙ୍କ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସେହିପରି ବୟସ୍କ ଓ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ କୁହାଯାଇଛି ।