Crime News: ଖୋର୍ଦ୍ଧା ମକୁନ୍ଦପ୍ରସାଦରେ ଲାଗିଲା BNSS ୧୬୩, ୫ରୁ ଅଧିକ ଏକାଠି ହେବା ମନା
Advertisement
Article Detail0/zeeodisha/odisha2399871

Crime News: ଖୋର୍ଦ୍ଧା ମକୁନ୍ଦପ୍ରସାଦରେ ଲାଗିଲା BNSS ୧୬୩, ୫ରୁ ଅଧିକ ଏକାଠି ହେବା ମନା

ଖୋର୍ଦ୍ଧା ମକୁନ୍ଦପ୍ରସାଦରେ ଆଜି ଅପରାହ୍ନ ସମୟରେ ଯୁବକକୁ ସଂଘବଧ ଭାବେ ଖଣ୍ଡାରେ ଆକ୍ରମଣ ହୋଇଥିଲା।  ରକ୍ତ ଜୁଡୁବୁଡ଼ ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଯୁବକଙ୍କୁ ଭର୍ତ୍ତି କରାଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Crime News: ଖୋର୍ଦ୍ଧା ମକୁନ୍ଦପ୍ରସାଦରେ ଲାଗିଲା BNSS ୧୬୩, ୫ରୁ ଅଧିକ ଏକାଠି ହେବା ମନା

ଖୋର୍ଦ୍ଧା: ହତ୍ୟାକାଣ୍ଡ ପରେ ମୁକୁନ୍ଦ ପ୍ରସାଦ ମୌଜାରେ ଲାଗିଛି ୧୬୩ BNSS । ୫ ଜଣରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଘଟଣାସ୍ଥଳରେ ପୋଲିସ ଡିଜିପି ସହ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ମକୁନ୍ଦପ୍ରସାଦରେ ଆଜି ଅପରାହ୍ନ ସମୟରେ ଯୁବକକୁ ସଂଘବଧ ଭାବେ ଖଣ୍ଡାରେ ଆକ୍ରମଣ ହୋଇଥିଲା।  ରକ୍ତ ଜୁଡୁବୁଡ଼ ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଯୁବକଙ୍କୁ ଭର୍ତ୍ତି କରାଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ ସେକ ସାଜିଦ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ତଥା ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ସ୍ତ୍ରୁଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ଡିଜି ୱାଇ ବି ଖୁରାନିଆ ପହଞ୍ଚି ଶାନ୍ତି ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Also Read- Zomato: ଜବରଦସ୍ତ ଫିଚର ଆଣିଲା ଫୁଡ୍ ଡେଲିଭରୀ ଆପ୍

Also Read- ମୋ ବସ ଡ୍ରାଇଭର ଖାଇଲେ ମାଡ଼, ଜାଣନ୍ତୁ କ'ଣ ଥିଲା କାରଣ