Advertisement
Article Detail0/zeeodisha/odisha1882292
Zee OdishaOdisha StateCyclone: ଓଡି଼ଶାକୁ ବାତ୍ୟା ଭୟ! ସାମ୍ଭାବ୍ୟ ବାତ୍ୟା ନେଇ IMD ଦେଲା ଏମିତି ସୂଚନା

Cyclone: ଓଡି଼ଶାକୁ ବାତ୍ୟା ଭୟ! ସାମ୍ଭାବ୍ୟ ବାତ୍ୟା ନେଇ IMD ଦେଲା ଏମିତି ସୂଚନା

Cyclone:  ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ (Bay of Bengal ) ବାତ୍ୟା ସୃଷ୍ଟି ହେବାର ଆକଳନ କରାଯାଇଛି ।  ଆଉ ଏହି ବାତ୍ୟାଟି ଓଡିଶା ମୁହାଁ (Odisha) ହୋଇପାରେ ବୋଲି କିଛି ମଡେଲରୁ ଏବେ ଠାରୁ ସ୍ପଷ୍ଟ ହୋଇଛି ।  ଆନ୍ତର୍ଜାତୀୟ ସଂସ୍ଥା  ଆକ୍ୟୁ ଓ୍ବେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲେସ୍  ପୂର୍ବାନୁମାନ କରିଛନ୍ତି ଯେ,  ଆକ୍ଟୋବର ପ୍ରଥମ ସପ୍ତାହରେ  ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର  ଆଶଙ୍କା ରହିଛି । ଯାହା  ସାମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ। 

ସୌଜନ୍ୟ- ସୋସିଆଲ ମିଡି଼ଆ
ସୌଜନ୍ୟ- ସୋସିଆଲ ମିଡି଼ଆ

Cyclone: ଅକ୍ଟୋବରରେ ରହିଛି ଓଡି଼ଶାକୁ ବାତ୍ୟା ଭୟ (Cyclone) ।  ଆସନ୍ତାମାସ ଅର୍ଥାତ୍ ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା (cyclone possibility in october)। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ (Bay of Bengal ) ବାତ୍ୟା ସୃଷ୍ଟି ହେବାର ଆକଳନ କରାଯାଇଛି ।  ଆଉ ଏହି ବାତ୍ୟାଟି ଓଡିଶା ମୁହାଁ (Odisha) ହୋଇପାରେ ବୋଲି କିଛି ମଡେଲରୁ ଏବେ ଠାରୁ ସ୍ପଷ୍ଟ ହୋଇଛି ।  ଆନ୍ତର୍ଜାତୀୟ ସଂସ୍ଥା  ଆକ୍ୟୁ ଓ୍ବେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲେସ୍  ପୂର୍ବାନୁମାନ କରିଛନ୍ତି ଯେ,  ଆକ୍ଟୋବର ପ୍ରଥମ ସପ୍ତାହରେ  ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର  ଆଶଙ୍କା ରହିଛି । ଯାହା  ସାମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ। 

Also Read: Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Also Read: Horoscope Today: ନୂତନ ନିଯୁକ୍ତି ପାଇଁ ଅଫର ମିଳିବା ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Add Zee News as a Preferred Source

ସେହିପରି ଆଉ କିଛି ମଡେଲ୍ ଆକଳନ କରିଛନ୍ତି ଯେ, ଆକ୍ଟୋବର ଦ୍ବିତୀୟ ସପ୍ତାହ ଆଡକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବାନ ରହିଛି । ଯାହା ଶେଷ ସପ୍ତାହ ଆଡକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ।  ତେବେ ଏହା ଘନୀଭୂତ ହୋଇ କେଉଁ ଆଡକୁ ମୁହାଁଇବ ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇନାହିଁ । ତେବେ, ଓଡି଼ଶାରେ ସାମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଠିକ୍ ଭାବରେ ମିଳିନାହିଁ। ସେପଟେ, ଆଇଏମଡି (India Meteorological Department) ଓଡି଼ଶାରେ ସାମ୍ଭାବ୍ୟ ବାତ୍ୟା ନେଇ ସେଭଳି କୌଣସି ସୂଚନା ପ୍ରଦାନ କରି ନାହିଁ। 

ସେପଟେ, ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ସେନେଇ ଏ-ପର୍ଯ୍ୟନ୍ତ କୌଣସି ଚିତ୍ର ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ସାମ୍ଭାବ୍ୟ ବାତ୍ୟାକୁ ନେଇ ପୁରା ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର (State govt)। ଗତ କିଛିଦିନ ତଳେ ବାତ୍ୟା ‘ମୋକା’ର (Cyclone mocha) ପ୍ରଭାବ ମଧ୍ୟ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହୋଇଥିଲା 'ମୋକା'। ତେବେ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡି଼ନଥିଲା । ସାଧାରଣତଃ ଅକ୍ଟୋବର ମାସରେ  ଓଡି଼ଶାକୁ ବାତ୍ୟା ଭୟ ରହିଥାଏ । ଖାସ୍ କରି ଅକ୍ଟୋବରରେ ୧୯୯୯ ମହାବାତ୍ୟା ଓ ୨୦୨୩ ଫାଇଲିନ ଆଦି ବାତ୍ୟା ଏହି ମାସରେ ହୋଇଛି । ତେଣୁ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି ଏବେଠୁ ଆକଳନ କରାଯାଉଛି। 

 

About the Author