Balasore night curfew: ବାଲେଶ୍ବର ସହରରେ ହଟିଲା ଦିନ କର୍ଫ୍ୟୁ : ରାତି ୯ରୁ ସକାଳ ୫ ଯାଏଁ ରହିବ ବଳବତ୍ତର
Advertisement
Article Detail0/zeeodisha/odisha2308382

Balasore night curfew: ବାଲେଶ୍ବର ସହରରେ ହଟିଲା ଦିନ କର୍ଫ୍ୟୁ : ରାତି ୯ରୁ ସକାଳ ୫ ଯାଏଁ ରହିବ ବଳବତ୍ତର

Curfew to continue in Balasore town :  ସ୍ବାଭାବିକ ହେଉଛି ବାଲେଶ୍ବର।ଆଜିଠୁ କେବଳ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାତି ୯ରୁ ସକାଳ ୫ ଯାଏଁ ଜାରି  ରହିବ କର୍ଫ୍ୟୁ।

baleswar curfew

ସ୍ବାଭାବିକ ହେଉଛି ବାଲେଶ୍ବର ସହରର ସ୍ଥିତି। ଆଜିଠୁ କେବଳ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାତି ୯ରୁ ସକାଳ ୫ ଯାଏଁ ଜାରି  ରହିବ କର୍ଫ୍ୟୁ।ଏହି ନାଇଟ୍ କର୍ଫ୍ୟୁ
 କେବଳ ସହଦେବଖୁଣ୍ଟ ଥାନା ଓ ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ହିଁ ରହିବ ।

ସୂଚନା ଥାଉକି, ବାଲେଶ୍ବର ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଏଯାଏଁ ୨୪ଟି ମାମଲା ରୁଜୁ କରାଯାଇ ୯୧ ଜଣଙ୍କୁ ଗିରଫ କରାଯାଇଛି । ମାଇକ୍ରୋ ଶାନ୍ତି କମିଟି ଖୁବ୍ ଶୀଘ୍ର ଗଠନ କରାଯିବ ବୋଲି କହିଛନ୍ତି ବାଲେଶ୍ବର ଜିଲ୍ଲାପାଳ।

ଏହା ସହ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି ପାଳନ କରାଯିବ ନେଇ ବାଲେଶ୍ବର ଜିଲ୍ଲାପାଳ ଓ ଏସପି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ତେବେ  ବାଲେଶ୍ବର ସହରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏମିତିକି ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପୋଷ୍ଟ କରିବା ଅପରାଧରେ ଜଣକୁ ଗିରଫ ମଧ୍ୟ କରାଯାଇଛି ।