Odisha News: ନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ମାରିଦେବା ଘଟଣା, ଏବେ ଧିରେ ଧିରେ ଫିଟୁଛି ଗୁମର, ଖାଦ୍ୟ ବଦଳରେ ମିଳେ ଖାଲି ଅକଥନୀୟ ମାଡ଼
Advertisement
Article Detail0/zeeodisha/odisha2077473

Odisha News: ନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ମାରିଦେବା ଘଟଣା, ଏବେ ଧିରେ ଧିରେ ଫିଟୁଛି ଗୁମର, ଖାଦ୍ୟ ବଦଳରେ ମିଳେ ଖାଲି ଅକଥନୀୟ ମାଡ଼

Odisha News: ବାସ୍ତବ ନିଶା ନିବାରଣ କେନ୍ଦ୍ରର କଳା ସତ୍ୟ! ଫିଟୁଛି ଧୀରେ ଧୀରେ ଗୁମର, ପ୍ରବଳ ମାରନ୍ତି ଓ ଖାଇବା ପାଇଁ ଦିଅନ୍ତି ନାହିଁ । ଏମିତି କିଛି କହିଛନ୍ତି ବାସ୍ତବ ନିଶାନିବାରଣ କେନ୍ଦ୍ର ର କିଛି ଅନ୍ତେବାସୀ । ଯାଜପୁର ଅଂଚଳର କେଦାରନାଥ ପରିଡାଙ୍କୁ ପିଟି ପିଟି ମରିଦେବା ଅଭିଯୋଗ ପରେ ଏବେ ଗୋଟିଏ ପାରେ ଗୋଟିଏ ଅଭିଯୋଗର ସତ୍ୟତା ସାମ୍ନାକୁ ଆସୁଛି ।

Odisha News: ନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ମାରିଦେବା  ଘଟଣା, ଏବେ ଧିରେ ଧିରେ ଫିଟୁଛି ଗୁମର, ଖାଦ୍ୟ ବଦଳରେ ମିଳେ ଖାଲି ଅକଥନୀୟ ମାଡ଼

Odisha News: ବାସ୍ତବ ନିଶା ନିବାରଣ କେନ୍ଦ୍ରର କଳା ସତ୍ୟ! ଫିଟୁଛି ଧୀରେ ଧୀରେ ଗୁମର, ପ୍ରବଳ ମାରନ୍ତି ଓ ଖାଇବା ପାଇଁ ଦିଅନ୍ତି ନାହିଁ । ଏମିତି କିଛି କହିଛନ୍ତି ବାସ୍ତବ ନିଶାନିବାରଣ କେନ୍ଦ୍ରର କିଛି ଅନ୍ତେବାସୀ।ଯାଜପୁର ଅଂଚଳର କେଦାରନାଥ ପରିଡାଙ୍କୁ ପିଟି ପିଟି ମରିଦେବା ଅଭିଯୋଗ ପରେ ଏବେ ଗୋଟିଏ ପାରେ ଗୋଟିଏ ଅଭିଯୋଗର ସତ୍ୟତା ସାମ୍ନାକୁ ଆସୁଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଥିବା ଭଦ୍ରକ ସହର ନିକଟରେ ବାସ୍ତବ ନିଶା ନିବାରଣ କେନ୍ଦ୍ର ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ । ସୁଚନା ଅନୁଯାୟୀ ଯାଜପୁର ଜିଲ୍ଲା ହରିପୁର ଗାଁ ର କେଦାରନାଥ ପରିଡାଙ୍କ ପରିବାର ଗତ 4 ତାରିଖ ଦିନ ବାସ୍ତବ ନିଶା ନିବାରଣ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।

କିଛିଦିନ ତଳେ ପରିବାର ଲୋକେ ଆସିଥିବା ବେଳେ ତାଙ୍କୁ ସିସିଟିଭି ଜରିଆରେ କେଦାରନାଥଙ୍କୁ ଦେଖାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ତେବେ ଗତକାଲି ସେ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଜଣା ଯାଇଥିଲା , ପରେ ପୁଣି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ଜଣାଇଥିଲେ ଯେ ଭଦ୍ରକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକେ ଆସି ଦେଖିଥିଲେ ଯେ କେଦାରନାଥ ଙ୍କ ମୃତ୍ୟୁହୋଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି । ମାଡ଼ ହୋଇଥିବା ନେଇ ଚିହ୍ନ ମଧ୍ୟ ରହିଛି । ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର।

 ଘଟଣାକୁ ନେଇ ନିଶା ନିବାରଣ କେନ୍ଦ୍ରର କର୍ତ୍ତୃପକ୍ଷ ଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅନ୍ୟପଟେ ଧାମନଗର ଏସ୍ଡିପିଓ ଘଟଣାସ୍ଥଳରେ ପହଂଚିଛନ୍ତି । କେନ୍ଦ୍ରକୁ ସିଲ କରାଯାଇଛି । ସାଇଣ୍ଟିଫିକ ଟିମ ମେଡିକାଲ ଓ କେନ୍ଦ୍ର ରେ ପହଞ୍ଚି ଯାଞ୍ଚ କରୁଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କେନ୍ଦ୍ରର ସିଲ ଖୋଲାଯିବ । କେନ୍ଦ୍ର ର ମାଲିକ ନିରଞ୍ଜନ ସାହୁଙ୍କୁ ପୋଲିସ ହେପାଯତ କୁ ନେଇଛି । ତେବେ ଅନ୍ତେବାସୀମାନେ କହିଛନ୍ତି ଯେ ସେଠାରେ ଅକଥନୀୟ ନିର୍ଯାତନା ଦିଆଯାଉଛି । ମାଡ଼ ସହ ଖାଦ୍ୟ ମଧ୍ୟ ଦିଆ ଯାଏ ନାହିଁ । ତେବେ ଧାମନଗର ଏସ୍ଡିପିଓ କହିଛନ୍ତି ଯେ କେନ୍ଦ୍ର ରେ ଥିବା ସମସ୍ତ ଅନ୍ତେବାସୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ଉପଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଛି ଓ ଖୁବ ଶୀଘ୍ର ପରିବାର ଲୋକଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯିବ।