ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ଅନୁଭବ କରିବେ ଶ୍ରଦ୍ଧାଳୁ
Advertisement

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ଅନୁଭବ କରିବେ ଶ୍ରଦ୍ଧାଳୁ

Puri Parikrama Marga: ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁମାନେ ବର୍ତ୍ତମାନ ନୂଆ ଏକ ଅନୁଭବ ପାଇବେ । ଆଗକୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବେଦ ପାଠ ଏବଂ ସଂକୀର୍ତ୍ତନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ଅନୁଭବ କରିବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁମାନେ ବର୍ତ୍ତମାନ ନୂଆ ଏକ ଅନୁଭବ ପାଇବେ । ଆଗକୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବେଦ ପାଠ ଏବଂ ସଂକୀର୍ତ୍ତନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ।

ଭକ୍ତମାନଙ୍କୁ ଭକ୍ତି ପରିବେଶରେ ହଜାଇବା ପାଇଁ ଏପରି ପଦକ୍ଷପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏନେଇ ଏକ କୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଧ୍ୟକ୍ଷତା କରିଥିଲେ । ତେବେ ଆଗକୁ ହୋଲି ଆସୁଥିବା ସମୟରେ ପବିତ୍ର ଦୋଳପୂର୍ଣ୍ଣିମା ଦିନଠାରୁ ପରିକ୍ରମା ମାର୍ଗରେ ପ୍ରତ୍ୟକ ଦିନ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ସକାଳ ୬ଟା ରୁ ୭ଟା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ବେଦ ପାଠ କାର୍ଯ୍ୟକ୍ରମ କରାଯିବ । ସେହିପରି ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କ ପକ୍ଷରୁ ପରିକ୍ରମା ମାର୍ଗରେ ସଂକୀର୍ତ୍ତନ କରାଯିବାର ବ୍ୟବସ୍ଥା କରାଯାଉଛି । କେବଳ ସେତିକି ନୁହେଁ, ସନ୍ଧ୍ୟା ସମୟରେ ଶ୍ରୀମନ୍ଦିର ନିକଟରେ ବିଭିନ୍ନ ପ୍ରକାରର ନୃତ୍ୟ ତଥା- ଓଡ଼ିଶୀ, ଚମ୍ପୁ, ଗୋଟିପୁଅ, ଛାନ୍ଦ, ମାହାରା ନୃତ୍ୟ ପରିବେଷଣ କରାଯିବ ।

ଅନ୍ୟପଟେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଜାଣି ଖୁସି ପ୍ରକାଶ କରିଛନ୍ତି ଭକ୍ତ । ଏହା ଶ୍ରୀମନ୍ଦିର ଚତୁପାର୍ଶ୍ୱକୁ ଭକ୍ତିଭାବରେ ଗୁଞ୍ଜରିତ କରିବ ବୋଲି ଜଣେ ଶ୍ରଦ୍ଧାଳୁ ମତବ୍ୟକ୍ତ କରିଛନ୍ତି ।

Also Read- BJDରେ ମିଶିଲେ ମୋନିଦୀପା ସର୍ଖେଲ

Also Read- Crime News: ଫେଲ୍ ମାରିଲା ଅପହରଣ ଯୋଜନା, ଧରା ପଡି ମାଡ ଖାଇଲେ ଦୁର୍ବୃତ୍ତ