Trending Photos
Electric Bill Payment System: ଭୁବନେଶ୍ୱର: ଏଣିକି ବିଦ୍ୟୁତ ଦେୟ ହେବ ସହଜ। ସହଜରେ ନିଜର ବକେୟା ରାଶିକୁ ପଇଠ କରିପାରିବେ। ଗ୍ରାମପଞ୍ଚାୟତ ସ୍ତରରେ ଜନସାଧାରଣ ଯେପରି ସହଜରେ ବିଦ୍ୟୁତ ଦେୟ ପୈଠ କରିପାରିବେ ସେଥିପାଇଁ ପଞ୍ଚାୟତିରାଡ ଓ ପାନୀୟ ଜଳ ବିଭାଗ, ଏନଆଇସି, ଟାଟା ପାୱାର କମ୍ପାନୀ ଲିମିଟେଡ଼ର ମିଳିତ ଉଦ୍ୟମରେ ଜିଏସଏମସି ନାମକ ଏକ ପୋର୍ଟାଲ ଓ ମୋବାଇଲ ଆପ୍ଲିକେସନ ଲୋକାର୍ପିତ ହୋଇଛି। ସମଗ୍ର ଦେଶରେ ପ୍ରଥମ ଥର ପାଇଁ ଏହିଭଳି ଏକ ପୋର୍ଟାଲ ଓ ମୋବାଇଲ ଆପ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଆଜି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଲୋକାର୍ପଣ କରିଛନ୍ତି।
ସାରା ରାଜ୍ୟରେ ସମସ୍ତ ଗ୍ରାମପଞ୍ଚାୟତ ଗୁଡ଼ିକର ବିଦ୍ୟୁତ ଶୁଳ୍କ ବାବଦରେ ବାର୍ଷିକ ହାରାହାରି ୨୪୦ ରୁ ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ପଞ୍ଚାୟତଗୁଡ଼ିକ ଦ୍ୱାରା ନିୟମିତ ବିଦ୍ୟୁତ ଶୁଳ୍କ ପୈଠ ଏବଂ ତାହାର ତଦାରଖ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବହୁଦିନ ଧରି ବିଦ୍ୟୁତ ବିଲ ବକେୟା ରହୁଛି। ତେଣୁ ଲୋକଙ୍କୁ ଉତ୍ତମ ଓ ବିଶ୍ୱସନୀୟ ବିଦ୍ୟୁତ ସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଏହି ପୋର୍ଟାଲ ଓ ମୋବାଇଲ ଆପକୁ ଇ-ଗ୍ରାମକୁ ସ୍ୱରାଜ ଅନଲାଇନ ପ୍ଲାଟଫର୍ମ ସହ ସଂଯୋଗୀକରଣ କରାଯାଇଛି। ଏହି ଆପ୍ଲିକେସନ ମାଧ୍ୟମରେ ଟାଟା ପାୱାର ଓଡିଶା ଡିସକମ, ଗ୍ରାମପଞ୍ଚାୟତ ଓ ରାଜ୍ୟ ସରକାର ଗୋଟିଏ ପ୍ଲାଟଫର୍ମକୁ ଆସିପାରିବେ।
ଏହା ଦ୍ୱାରା ଗ୍ରାମପଞ୍ଚାୟତର ବିଦ୍ୟୁତ ଶୁଳ୍କ ଦେୟ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜୀକରଣ ଓ ତାହାର ସରଳ ସମାଧାନ ପ୍ରଭାବୀ ଢଙ୍ଗରେ ହୋଇପାରିବ। ଜିସିଏମଏସ ଏବଂ ଇଗ୍ରାମ ସ୍ୱାରଜର ସଂଯୋଗୀକରଣ ଦ୍ୱାରା ପଞ୍ଚାୟତରେ ପିଇଓମାନେ ସହଜରେ ବିଦ୍ୟୁତ ବିଲ ପାଇପାରିବେ ଏବଂ ଏହାକୁ ଅନୁମୋଦନ କରି ଗୋଟିଏ ଦିନ ମଧ୍ୟରେ ବିଦ୍ୟୁତ ବିଲ ପଇଠ କରିବା ପାଇଁ ପଦକ୍ଷେପ ନେଇପାରିବେ ବୋଲି ସୂଚନା ରହିଛି।