ରାଜଧାନୀରେ ଦନ୍ତାହାତୀ ଉପଦ୍ରବ
Advertisement

ରାଜଧାନୀରେ ଦନ୍ତାହାତୀ ଉପଦ୍ରବ

ରାତି ସମୟରେ ଗାଁକୁ ହାତୀ ଆସୁଥିବାର କିଛି ଲୋକଙ୍କ ନଜରରେ ପଡିଥିଲା । ଲୋକମାନେ ହୋହଲ୍ଲା କରି ଏ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ । ଏଥିସହିତ ବନ ବିଭାଗକୁ ମଧ୍ୟ ଏନେଇ ଖବର ଦିଆଯାଇଥିଲା । 

ରାଜଧାନୀରେ ଦନ୍ତାହାତୀ ଉପଦ୍ରବ

ଭୁବନେଶ୍ୱର: ଗତ ରାତିରେ ଭୁବନେଶ୍ୱର ପଥରଗାଡିଆ ନିକଟରେ ଦନ୍ତାହାତୀ ଉପଦ୍ରବ ଦେଖିବାକୁ ମିଳିଛି । ପଥରଗାଡିଆ ଗାଁରେ ହାତୀଦ୍ୱାରା ଅନେକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ଆସିଛି । ଏଥିସହିତ ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ ହୋଇଥିବା କୁହାଯାଉଛି ।

ସୂଚନା ମୁତାବକ, ରାତି ସମୟରେ ଗାଁକୁ ହାତୀ ଆସୁଥିବାର କିଛି ଲୋକଙ୍କ ନଜରରେ ପଡିଥିଲା । ଲୋକମାନେ ହୋହଲ୍ଲା କରି ଏ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ । ଏଥିସହିତ ବନ ବିଭାଗକୁ ମଧ୍ୟ ଏନେଇ ଖବର ଦିଆଯାଇଥିଲା । ଖବର ପାଇବା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ବିଭିନ୍ନ ସ୍ଥାନରେ ହାତୀ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ବୁଧବାର ରାତି ସମୟରେ ବାରିପଦା (Baripada) ଏମକେସି ହାଇସ୍କୁଲର ପାଚେରୀ ଭାଙ୍ଗିବା ସମେତ ସ୍କୁଲ ନିକଟରେ ଅନେକ କ୍ଷୟକ୍ଷତି ଘଟାଇଛି ଦନ୍ତାହାତୀ । ହାତୀର ପାଦୃଭାବ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଏନେଇ ବନବିଭାଗକୁ ଜଣାଇଥିଲେ । ଖବର ପାଇବା ପରେ ବନବିଭାଗ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ବନ ବିଭାଗ ହାତୀକୁ ଘଉଡାଇବାରେ ଅସଫଳ ହୋଇଥିଲା । ହାତୀଟି ବନବିଭାଗ ଟିମକୁ ନାକେଦମ କରିଥିଲା । ପରେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ନେଇ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା କରାଯାଇପାରିନଥିଲା । ବନବିଭାଗ ଟିମ ଏବଂ ସାଧାରଣ ଲୋକଙ୍କୁ ଦେଖି ହାତୀଟି ଦୌଡିବାରେ ଲାଗିଥିଲା । ହାତୀଟି କାଳେ କିଛି କ୍ଷୟକ୍ଷତି ଘଟାଇବ ତେଣୁ ଲୋକମାନଙ୍କୁ ଘରେ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Also Read- ‘One nation, One election’ ମତଦାନ ପୂର୍ବରୁ ହୋଇପାରେ ରିପୋର୍ଟ ଦାଖଲ

Also Read- Antibiotics: ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା !