ହୀରାପଶିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ
Advertisement
Article Detail0/zeeodisha/odisha2415330

ହୀରାପଶିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ

Excise raid: ପୁଲିସ ଏଠାରେ ୩ଟି ଚୋରା ମଦ ଭାଟି ଭାଙ୍ଗିବା ସହ ପାଖାପାଖି ୩ହଜାର କେଜି ମହୁଲ ପୋଚ ଜବତ କରି ନଷ୍ଟ କରିଛି। 

ହୀରାପଶିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ

ପାଟଣା: ତୁରୁମୁଙ୍ଗା ପୁଲିସ ପକ୍ଷରୁ ଆଜି ହୀରାପଶି ଗ୍ରାମ ଅଞ୍ଚଳରେ ବଡ଼ ଧରଣର ଅବକାରୀ ଚଢ଼ଉ କରାଯାଇଛି। ଚୋରା ମଦ ପ୍ରସ୍ତୁତକାରୀଙ୍କ ଭୂସ୍ବର୍ଗ ପାଲଟିଥିବା ଏହି ଅଞ୍ଚଳର ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନେତୃତ୍ୱରେ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଦୁଇ ପ୍ଲାଟୁନ ପୁଲିସ ଚଢ଼ଉ କରିଛନ୍ତି। ପୁଲିସ ଏଠାରେ ୩ଟି ଚୋରା ମଦ ଭାଟି ଭାଙ୍ଗିବା ସହ ପାଖାପାଖି ୩ହଜାର କେଜି ମହୁଲ ପୋଚ ଜବତ କରି ନଷ୍ଟ କରିଛି। 

ଅନ୍ୟପଟେ ସମସ୍ତ ମଦ ରନ୍ଧା ସରଞ୍ଜାମ ପୁଲିସ ଜବତ କରି ଥାନାକୁ ଆଣିଛି। ପୁଲିସକୁ ଦେଖି ମଦ ପ୍ରସ୍ତୁତକାରୀମାନେ ଛତ୍ର ଭଙ୍ଗ ଦେଇଥିବାବେଳେ ଏନେଇ ଥାନାରେ ଓଡିଶା ଅବକାରୀ ଆଇନରେ ମାମଲା ରୁଜ୍ଜୁ କରାଯାଇଥିବା ଥାନାଧିକାରୀ ଶ୍ରୀ ଶାନ୍ତିଙ୍କଠାରୁ ସୂଚନା ମିଳିଛି। ଏହାଛଡା ୬୫ଲିଟର ରନ୍ଧା ମହୁଲି ମଦ ମଧ୍ୟ ଜବତ କରାଯାଇଛି।