ଇନ୍‌ଷ୍ଟାଗ୍ରାମରେ ଜେଲ୍‌ ଏଡିଜିଙ୍କ ନାଁରେ ଫେକ୍‌ ଆକାଉଣ୍ଟ
Advertisement
Article Detail0/zeeodisha/odisha2412653

ଇନ୍‌ଷ୍ଟାଗ୍ରାମରେ ଜେଲ୍‌ ଏଡିଜିଙ୍କ ନାଁରେ ଫେକ୍‌ ଆକାଉଣ୍ଟ

Fake account: ଘଟଣା ପରେ ଶ୍ରୀ ଠାକୁର ତାଙ୍କ ନାଁରେ କେହି ଯଦି ଟଙ୍କା ମାଗେ ବା ଅନ୍ୟ କିଛି ଅନୁରୋଧ କରେ ତାକୁ ଗୁରୁତ୍ଵ ନ ଦେବାକୁ କହିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଜେଲ୍‌ ଏଡିଜିଙ୍କ ନାଁରେ ଫେକ୍‌ ଆକାଉଣ୍ଟ

ଭୁବନେଶ୍ଵର: ଏଡିଜି ଅମିତାଭ ଠାକୁରଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ। ଇନଷ୍ଟା ଆକାଉଣ୍ଟକୁ ଫେକ୍ କରାଯାଇଛି। ଫେକ୍ ଆକାଉଣ୍ଟ ଜରିଆରେ ଦୁର୍ବୃତ୍ତ ଅନେକଙ୍କୁ ଟଙ୍କା ମାଗୁଥିଲେ। ଏନେଇ ଆଇଜି ସାଇବର କ୍ରାଇମ୍ ସଫିନ ଅହମ୍ମଦ ଓ ଡିସିପି ଭୁବନେଶ୍ୱରଙ୍କୁ ଅବଗତ କରାଇଛନ୍ତି ଅମିତାଭା ଠାକୁର। 

ଅନ୍ୟପଟେ ଏହି ଘଟଣା ପରେ ଶ୍ରୀ ଠାକୁର ତାଙ୍କ ନାଁରେ କେହି ଯଦି ଟଙ୍କା ମାଗେ ବା ଅନ୍ୟ କିଛି ଅନୁରୋଧ କରେ ତାକୁ ଗୁରୁତ୍ଵ ନ ଦେବାକୁ କହିଛନ୍ତି। ଅଭିଯୋଗ ପରେ ସାଇବର ଟିମ୍ ତନାଘନା ଆରମ୍ଭ କରିଛି। ତେବେ ସାଇବର ଅପରାଧୀକୁ ଧରିବାକୁ ପୁଲିସ ଜାଲ ବିଛାଇବା ଆରମ୍ଭ କରିଛି। ସାଇବର ଅପରାଧୀ ମାନେ ଏଭଳି କାଣ୍ଡ ଭିଆଇବା ପରେ ଖୋଦ୍ ପୁଲିସ ଅଧିକାରୀ ମାନେ ହଡ଼ ବଡ଼ ହୋଇଯାଇ ଛନ୍ତି।