Anugul Crime:ପୁଅ ପକେଟରୁ ୫୦ ଟଙ୍କା କିଏ ଚୋରି କରିଛି ବୋଲି ଲବଙ୍ଗ ଗାଳି କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭୁବନୀ ଓ ଚିଣ୍ଟୁ ଲବଙ୍ଗ, ତାଙ୍କ ସ୍ବାମୀ ଓ ପୁଅକୁ ଟାଙ୍ଗିଆ ଏବଂ ରଡ୍ ରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ବାପା-ପୁଅ ଫେରାର ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।
Trending Photos
ଅନୁଗୁଳ: ଟାଙ୍ଗିଆ ଚୋଟରେ ବାପା, ମାଆ ଓ ପୁଅ ଗୁରୁତର। ମାତ୍ର ୫୦ଟଙ୍କା ପାଇଁ ଏଭଳି ଏକ ଘଟଣା ଘଟିଛି। ଅନୁଗୋଳ ଜରପଡ଼ା ଥାନା କୁଶିକିଳା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଆହତ ଲବଙ୍ଗ ସାହୁ ତାଙ୍କ ସ୍ବାମୀ ଓ ପୁଅ ଲିକୁ ସାହୁ। ଚିକିତ୍ସା ପାଇଁ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ହେଉଛନ୍ତି ପୁତୁରା ଚିଣ୍ଟୁ ସାହୁ ଓ ତାଙ୍କ ବାପା ଭୁବନୀ ସାହୁ।
ତେବେ ପୁଅ ପକେଟରୁ ୫୦ ଟଙ୍କା କିଏ ଚୋରି କରିଛି ବୋଲି ଲବଙ୍ଗ ଗାଳି କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭୁବନୀ ଓ ଚିଣ୍ଟୁ ଲବଙ୍ଗ, ତାଙ୍କ ସ୍ବାମୀ ଓ ପୁଅକୁ ଟାଙ୍ଗିଆ ଏବଂ ରଡ୍ ରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ବାପା-ପୁଅ ଫେରାର ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି। ତେବେ ପୁଲିସ୍ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।