କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର: ସୋସିଆଲ ମିଡିଆରେ ମିଛ ଖବର
Advertisement
Article Detail0/zeeodisha/odisha1883453

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର: ସୋସିଆଲ ମିଡିଆରେ ମିଛ ଖବର

କ୍ୟାନସର ରୋଗରେରେ ପୀଡିତ ହୋଇ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ସୂଚନା ମିଳିଛି ।

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର: ସୋସିଆଲ ମିଡିଆରେ ମିଛ ଖବର

ଭୁବନେଶ୍ୱର: ଲୋକପ୍ରିୟ ତଥା ବରିଷ୍ଠ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ (Shantilata Barik) ଗୁରତର ଅସୁସ୍ଥ ଅଛନ୍ତି । କ୍ୟାନସର ରୋଗରେରେ ପୀଡିତ ହୋଇ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ସୂଚନା ମିଳିଛି । ଅନ୍ୟପଟେ ଶାନ୍ତିଲତାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର (Fake News) ପ୍ରସାରିତ ହେଉଥିବା ସାମ୍ନାକୁ ଆସିଛି । ତାହା ଶାନ୍ତିଲତାଙ୍କ ପରିବାର ସଦସ୍ୟ ଓ ପ୍ରଶଂସକଙ୍କୁ କଷ୍ଟ ଦେଇଛି । ସଂଗୀତ ଜଗତର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ମିଥ୍ୟା ତଥା ଗୁଜବ ଖବରକୁ ପ୍ରଚାର ନକରିବାକୁ ସୋସିଆଲ ମିଡିଆ ମାଧ୍ୟମରେ ଅନୁରୋଧ କରିଛନ୍ତି । ଅନେକ ବ୍ୟକ୍ତି ସେମାନଙ୍କର ପ୍ରିୟ ତଥା ସୁନାମଧନ୍ୟା ଗାୟିକା ଶାନ୍ତିଲତାଙ୍କ ପାଇଁ ଆରୋଗ୍ୟ କାମନା କରୁଥିବା ଦେଖିବାକୁ ମିଳିଛି ।

ଓଡ଼ିଆ ଭକ୍ତି ସଂଗୀତ ଦୁନିଆ ପାଇଁ ସ୍ୱର୍ଗତଃ ଶାନ୍ତିଲତାଙ୍କର ଅବଦାନ ଅନେକ । ନିଜର ସୁମଧୁର କଣ୍ଠ ମାଧ୍ୟମରେ ଓଡ଼ିଶାବାସୀଙ୍କ ପ୍ରିୟ ଗାୟିକା ହୋଇପାରିଛନ୍ତି ଶାନ୍ତିଲତା ବାରିକ । ଭାବ ଭକ୍ତିରେ ଶାନ୍ତିଲତା ଯେଉଁ ଭଜନ ଗାଆନ୍ତି ତାହା ଭଜନପ୍ରେମୀଙ୍କ ହୃଦୟକୁ ଖୁବ ଛୁଇଁଯାଏ । ଭଜନ ମାଧ୍ୟମରେ କଳା ପ୍ରଦର୍ଶନ ସହିତ ଜଗନ୍ନାଥ ସଂସ୍କୃତିକୁ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶାନ୍ତିଲତାଙ୍କର ଅନେକ ଉଦ୍ୟମ ସର୍ବଦା ପ୍ରଶଂସନୀୟ । ନିଜ ସ୍ୱର ମାଧ୍ୟମରେ ସେ ସଭିଙ୍କୁ ଆପଣାର କରିପାରନ୍ତି ।

ଶାନ୍ତିଲତା ଗାଇଥିବା ଅନେକ ପ୍ରସିଦ୍ଧ ଭଜନ ମଧ୍ୟରେ ରହିଛି 'ମୋ ପ୍ରଭୁ ଜଗନ୍ନାଥ', 'କାହ୍ନୁ ହେ ବଂଶୀ କେ ଦେଲା', 'ଯମୁନା କୂଳ ନୁହେଁ', 'କାଳିଆ ତୋ କଳା କଳା ଡୋଳା', 'ହେ ଚକାନୟନ', 'ଏକା ମୋ ଜଗା ସବୁରି ମୁଳ', 'ମୁଁ ଯେ ଦେଉଳ ବେଢା ଦୀପ' ଇତ୍ୟାଦି । ଶାନ୍ତିଲତା ଗାଇଥିବା ପ୍ରଭୁ ଶ୍ରୀକୃଷ୍ଣ ଓ ଜଗନ୍ନାଥଙ୍କର ଅନେକ ଗୀତ ଏବେ ବି ସଂଗୀତପ୍ରେମୀଙ୍କ ପ୍ରିୟ ହୋଇ ରହିଛି । ପୂର୍ବରୁ ଅନେକ ଭକ୍ତି କାର୍ଯ୍ୟକ୍ରମରେ ଶାନ୍ତିଲତା ଯୋଗ ଦେଉଥିଲେ କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କିଛି ମାସ ହେବ କାର୍ଯ୍ୟକ୍ରମରେ ଯୋଗ ନଦେଇ ବିଶ୍ରାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସିତ କରାଯାଉଛି ।

Also Read- ଓଡ଼ିଶା ପାଇଁ ଏକ ଉତ୍ସବ ଭେଟି: ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ

Also Read- WhatsAppରେ ମିଳିବେ କ୍ୟାଟ୍ରିନା ଏବଂ ସନି ଲିଓନି ପରି ସୁନ୍ଦରୀ ! ଜାଣନ୍ତୁ କେମିତି