Firecracker Explosion: ପୁରୀରେ ଶ୍ରୀଜିଉଙ୍କ ଚାପ ଖେଳ ବେଳେ ବାଣ ବିସ୍ପୋରଣ ଘଟଣା, ବାଣ ଫୁଟା ପାଇଁ ମିଳି ନଥିଲା ଅନୁମତି
Advertisement
Article Detail0/zeeodisha/odisha2271807

Firecracker Explosion: ପୁରୀରେ ଶ୍ରୀଜିଉଙ୍କ ଚାପ ଖେଳ ବେଳେ ବାଣ ବିସ୍ପୋରଣ ଘଟଣା, ବାଣ ଫୁଟା ପାଇଁ ମିଳି ନଥିଲା ଅନୁମତି

Firecracker Explosion: ଏହି ଅଘଟଣ ପରେ କୁମ୍ଭାରପଡ଼ା ଥାନା ଏଏସ୍ଆଇ ପ୍ରମୋଦ କୁମାର ଦଳାଇଙ୍କ ଅଭିଯୋଗକ୍ରମେ କୁମ୍ଭାରପଡ଼ା ଥାନାରେ ପୁଲିସ ୧୮୧/୨୪ ନମ୍ବରରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଥାନା ଆଇଆଇସି ଜୟଦୀପ ମହାନ୍ତି ଏହି ଘଟଣାରେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ତଦନ୍ତ ଚଳାଇଛନ୍ତି।

Firecracker Explosion: ପୁରୀରେ ଶ୍ରୀଜିଉଙ୍କ ଚାପ ଖେଳ ବେଳେ ବାଣ ବିସ୍ପୋରଣ ଘଟଣା, ବାଣ ଫୁଟା ପାଇଁ ମିଳି ନଥିଲା ଅନୁମତି

Firecracker Explosion: ପୁରୀ(Debabrata), ଗତ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ନୀତିରେ ଶ୍ରୀଜିଉମାନେ ଚାପ ଖେଳୁଥିବା ବେଳେ ଦେବୀଘାଟ ନିକଟ ଦଶତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ମୃତକମାନେ ହେଲେ ସଦର ଥାନା ଅନ୍ତର୍ଗତ ବାରବାଟି ଭୋଇସାହିର ରାଜୁ ରାଓ, ତାଳବଣିଆର ସୁନା‌ ଦୋକାନୀ ଋଷିକେଶ କର୍ମକାର (୪୫) ଓ ଖଣ୍ଡିଆବନ୍ଧ ବୈରାଗୀସାହିର ଦୁଇବର୍ଷ ଏକମାସର ଶିଶୁ ଦିଗୁ ଓରଫ କ୍ରିୟାଂଶୁରାଜ ସ୍ବାଇଁ। ଏହି ଅଘଟଣ ପରେ କୁମ୍ଭାରପଡ଼ା ଥାନା ଏଏସ୍ଆଇ ପ୍ରମୋଦ କୁମାର ଦଳାଇଙ୍କ ଅଭିଯୋଗକ୍ରମେ କୁମ୍ଭାରପଡ଼ା ଥାନାରେ ପୁଲିସ ୧୮୧/୨୪ ନମ୍ବରରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଥାନା ଆଇଆଇସି ଜୟଦୀପ ମହାନ୍ତି ଏହି ଘଟଣାରେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ତଦନ୍ତ ଚଳାଇଛନ୍ତି। ସେହିପରି ବିନା ଅନୁମତିରେ ବାଣ ତିଆରି କରି ଫୁଟାଇବା ଘଟଣା ସାମ୍ନାକୁ ଆସିଛି। ଅନ୍ୟପଟେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗତକାଲି SCB ରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ତଦାରଖ କରିଥିଲେ। ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, କୁଳସଚିବ ଅବିନାଶ ରାଉତ ଆହତମାନଙ୍କ ଚିକିତ୍ସା ଓ କିପରି ତ୍ବରିତ୍‌ ସେବା ଯୋଗାଇ ଦିଆଯାଇପାରିବ ସେ ସଂପର୍କରେ ବ୍ୟବସ୍ଥା କରିଥିଲେ।

ଏଏସ୍ଆଇ ଶ୍ରୀ ଦଳାଇ ଅଭିଯୋଗ କରିଛନ୍ତି ଯେ, କୌଣସି ଅନୁମତି ନଥାଇ ଭଉଁରୀ ଉତ୍ସବ ପାଇଁ ସଦର ଥାନା ଅନ୍ତର୍ଗତ ବାରବାଟି ଭୋଇସାହିର ଚନ୍ଦନ ଭୋଇ ଲକ୍ଷାଧିକ ଟଙ୍କାର ବାଣ କିଣିଥିଲେ। ମୃତକ ରାଜୁ ରାଓ ଏହି ବାଣକୁ ଟ୍ରଲିରେ ଆଣି ନରେନ୍ଦ୍ର ପୁଷ୍କରିଣୀ ନିକଟରେ ରଖି ଜଗି ରହିଥିଲା। ତେବେ, ସେଠାରେ ଅନ୍ୟମାନେ ଏହି ବାଣ ଫୁଟାଉଥିବା ବେଳେ ଫୁଟିଥିବା ବାଣର ଝୁଲ ଆସି ବାଣ ଗଦାରେ ପଡ଼ିଥିଲା। ଫଳରେ ସେଠାରେ ଥିବା ସମସ୍ତ ବାଣ ଫୁଟିବା ଆରମ୍ଭ କରିଥିଲା। ମାତ୍ର ୧୭ ସେକେଣ୍ଡ ମଧ୍ୟରେ ସମସ୍ତ ବାଣ ଫୁଟିଯାଇଥିଲା। ଏହି ୧୭ ସେକେଣ୍ଡ ମଧ୍ୟରେ ୪୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ଭୁବନେଶ୍ବର ଓ କଟକକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ପୁରୀରେ ଚିକିତ୍ସିତ ହେଉଥିବା ୯ ଜଣଙ୍କ ମଧ୍ୟରୁ ୬ ଜଣ ସାମାନ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଇ ଘରକୁ ଛାଡ଼ି ଦିଆଯାଇଛି।

ଅପରପକ୍ଷେ କେତେକଙ୍କର ଶରୀର ୭୦ ଭାଗରୁ ଅଧିକ ପୋଡ଼ିଯାଇ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ପୁଲିସ କହିଛି। ପୁରୀ ବାଣ ବିସ୍ଫୋରଣ ଘଟଣାରେ ୭ଜଣ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ବର୍ଣ୍ଣ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ୩ଜଣଙ୍କୁ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାଏକଙ୍କ ସୂଚନା ଅନୁସାରେ, ଶଙ୍କର ବେହେରା(୩୮) ଓ ଦିବ୍ୟ ରଞ୍ଜନ ସାହୁ(୩୫) ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି 286/324/326/304/34 ଦଫା ଲଗାଇ ତଦନ୍ତ କରୁଛି ପୁଲିସ। ଅନ୍ୟପଟେ ବାଣ ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କର ଆଜି ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି।