Koraput: ଲମତାପୁଟରେ ଲାଗିଲା ୧୦ଅଟୋ, ଓହ୍ଲାଇଲେ ୨୦ ବିଦେଶୀ ପର୍ଯ୍ୟଟକ
Advertisement
Article Detail0/zeeodisha/odisha2048204

Koraput: ଲମତାପୁଟରେ ଲାଗିଲା ୧୦ଅଟୋ, ଓହ୍ଲାଇଲେ ୨୦ ବିଦେଶୀ ପର୍ଯ୍ୟଟକ

Foreign tourists: କୋରାପୁଟ ଲମତାପୁଟ ରାସ୍ତା ଉପରେ ପଛକୁ ପଛ ଲାଗିଲା ୧୦ଟି ଅଟୋ । ପାଖାପାଖି ୨୦ ଜଣ ପର୍ଯ୍ୟଟକ ଅଟୋରୁ ଓହ୍ଲାଇବା ପରେ ସ୍ଥାନୀୟ ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହୋଇଥିଲେ ।

Koraput: ଲମତାପୁଟରେ ଲାଗିଲା ୧୦ଅଟୋ, ଓହ୍ଲାଇଲେ ୨୦ ବିଦେଶୀ ପର୍ଯ୍ୟଟକ

Foreign tourists: ଅଷ୍ଟ୍ରେଲିଆରୁ ଓଡ଼ିଶା ଆସିଛନ୍ତି ୭୦ ପର୍ଯ୍ୟଟକ । କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ଭ୍ରମଣ ପାଇଁ ବାହାରିଥିବା ଏହି ପର୍ଯ୍ୟଟକମାନେ ବୁଲିବା ପାଇଁ କୌଣସି ବିଳାଶପୂର୍ଣ୍ଣ କାର୍ କିମ୍ୱା ବସର ସାହାରା ନନେଇ ଅଟୋ ମାଧ୍ୟମରେ ସମଗ୍ର ଦେଶ ବୁଲୁଛନ୍ତି । ଯାହା ସାଧାରଣ ଲୋକଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି । 

ସୂଚନା ମୁତାବକ, ପର୍ଯ୍ୟଟକମାନେ କୋଚଟିରୁ ମେଘାଳୟ ଯାଉଥିବା ସମୟରେ କୋରାପୁଟ ଲମତାପୁଟ ନିକଟ ବଜାରରେ ଅଟକିଥିଲେ । ଅଟୋରୁ କିଛି ପର୍ଯ୍ୟଟକ ଓହ୍ଲାଇବା ପରେ ସ୍ଥାନୀୟ ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହୋଇଥିଲେ । କେବଳ ସେତିକି ନୁହେଁ , ଉକ୍ତ ପର୍ଯ୍ୟଟକମାନେ ରାସ୍ତାରେ ଦେଖୁଥିବା ଗରିବ ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଥିଲେ ।  କୋଚିରେ ପହଞ୍ଚି ବୁଲାବୁଲି କରିବା ପରେ ପର୍ଯ୍ୟଟକମାନେ ଅଟୋରେ ଭାରତ ଭ୍ରମଣ କରିବେ ବୋଲି ସ୍ଥିର କରିଥିଲେ । ସେଠାରୁ କେରଳ ଏବଂ ପରେ ମେଘାଳୟ ବୁଲିବା ପରେ ଅନ୍ୟାନ୍ୟ ସ୍ଥାନକୁ ଭ୍ରମଣ ପାଇଁ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Also Read- Top 10 News: ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Also Read- ପ୍ରଭୁ ଶ୍ରୀରାମଙ୍କ ଅନନ୍ୟ ଭକ୍ତ ଶ୍ରୀନିବାସ, ୬୪ ବର୍ଷ ବୟସରେ ୮ହଜାର କିମି ପଦଯାତ୍ରା