ନିଶା ଖାଇ ଶ୍ରୀମନ୍ଦିରକୁ ଯାଉଥିଲେ, ମନା କରିବାରୁ ଆକ୍ରମଣ କଲେ ବିଦେଶୀ
Advertisement

ନିଶା ଖାଇ ଶ୍ରୀମନ୍ଦିରକୁ ଯାଉଥିଲେ, ମନା କରିବାରୁ ଆକ୍ରମଣ କଲେ ବିଦେଶୀ

ଥୋମାସ୍‌ କ୍ରେଜ୍‌ ସେଲଡନ୍‌ ନାମକ ଜଣେ ବିଦେଶୀ ପର୍ଯ୍ୟଟକ ପୁରୀ ସମୁଦ୍ର ବେଳାଭୂମିରେ ଆଜି ସକାଳେ ନିଶା ଖାଇ ବିଭିନ୍ନ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଥାନାରେ ଖବର ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକ ରଖିଥିଲା । ସେଲଡନଙ୍କୁ ପଚରା ଉଚରା କରିବା ସହ ଅଣ୍ଡଟେକିଂ ଲେଖିବା ପରେ ତାଙ୍କୁ ଛାଡିଦେଇଥିଲା । କିନ୍ତୁ ମଧ୍ୟାହ୍ନ ସମୟରେ ...

ନିଶା ଖାଇ ଶ୍ରୀମନ୍ଦିରକୁ ଯାଉଥିଲେ, ମନା କରିବାରୁ ଆକ୍ରମଣ କଲେ ବିଦେଶୀ

ପୁରୀ: ଜଣେ ବିଦେଶୀ ପର୍ଯ୍ୟଟକ ଆଜି ଶ୍ରୀମନ୍ଦିର ନିକଟରେ ପହଞ୍ଚି ଭିତରକୁ ଯିବା ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇବାରୁ ସେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିଥିଲେ । ଜଣେ ସେବାୟତ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି । 

ମିଳିଥିବା ସୂଚନା ମୁତାବକ, ଥୋମାସ୍‌ କ୍ରେଜ୍‌ ସେଲଡନ୍‌ ନାମକ ଜଣେ ବିଦେଶୀ ପର୍ଯ୍ୟଟକ ପୁରୀ ସମୁଦ୍ର ବେଳାଭୂମିରେ ଆଜି ସକାଳେ ନିଶା ଖାଇ ବିଭିନ୍ନ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଥାନାରେ ଖବର ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକ ରଖିଥିଲା । ସେଲଡନଙ୍କୁ ପଚରା ଉଚରା କରିବା ସହ ଅଣ୍ଡଟେକିଂ ଲେଖିବା ପରେ ତାଙ୍କୁ ଛାଡିଦେଇଥିଲା । କିନ୍ତୁ ମଧ୍ୟାହ୍ନ ସମୟରେ ସେଲଡନ୍‌ ଶ୍ରୀମନ୍ଦିର ନିକଟରେ ପହଞ୍ଚି ମନ୍ଦିର ଭିତରକୁ ଯିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେ ବିଦେଶୀ ପର୍ଯ୍ୟଟକ ହୋଇଥିବା କାରଣରୁ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ତାପରେ ସେ ସିଂହଦ୍ୱାର ସମ୍ମୁଖରେ ହଙ୍ଗାମା ମଚାଇଥିଲେ । ଫଳରେ ପୋଲିସ ଉତ୍ୟକ୍ତ ବିଦେଶୀଙ୍କୁ କାବୁ କରିବା ସହ ଥାନାକୁ ନେଇଛି । ଥାନାରେ ପହଞ୍ଚିବା ପରେ ମଧ୍ୟ ପର୍ଯ୍ୟଟକ ଜଣକଙ୍କ ଉତ୍ପାତ କମିନଥିଲା । ସେ ଥାନାର କାଚ ଝରକା ଭାଙ୍ଗିଦେଇଥିବା ଜଣାପଡିଛି । ପୋଲିସ ତାଙ୍କର ପୂର୍ବ ରେକର୍ଡ ଯାଞ୍ଚ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Also Read- Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି

Also Read- BSNL Fiber Broadband Plan: ଗ୍ରାହକଙ୍କ ପାଇଁ ୨ଟି ଶସ୍ତା ପ୍ଲାନ, ମାଗଣା Disney + Hotstar