Accident News: ୩ ବର୍ଷିୀୟା ଶିଶୁ କନ୍ୟାଙ୍କ ଉପରକୁ ଚଢିଗଲା ପିକଅପ୍ ଗାଡ଼ି
Advertisement

Accident News: ୩ ବର୍ଷିୀୟା ଶିଶୁ କନ୍ୟାଙ୍କ ଉପରକୁ ଚଢିଗଲା ପିକଅପ୍ ଗାଡ଼ି

Accident News: ଗାଡ଼ି ଚକା ତଳେ ଛାପି ହୋଇ ଘଟଣାସ୍ଥଳରେ ହିଁ ଝିଅଟିର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଡ଼ବା ଥାନା ପୋଲିସ ପହଁଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । 

ସୌ(ସୋସିଆଲ ମିଡିଆ)

Accident News: ଗଜପତି ଜିଲ୍ଲା ଦମାଦୂଆ ପଞ୍ଚାୟତ ଗାଣ୍ତାଗୁଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପିକଅପ୍ ଗାଡ଼ି ଧକ୍କାରେ ଜଣେ ୩ ବର୍ଷିୀୟା ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଗାଁକୁ ଆସିଥିବା କବାଡ଼ିବାଲାର ପିକଅପ୍ ଗାଡ଼ି ଅଟାଇବା ସମୟରେ ହଠାତ୍ ଗାଡ଼ିର ପଛ ଚକା ତଳକୁ ଲୁଷ୍ୟନ ନାୟକଙ୍କ ତିନି ବର୍ଷର ଝିଅ ଦୀପ୍ତି ନାୟକ ଚାଲିଆସିଥିଲେ । ଫଳରେ ଗାଡ଼ି ଚକା ତଳେ ଛାପି ହୋଇ ଘଟଣାସ୍ଥଳରେ ହିଁ ଝିଅଟିର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଡ଼ବା ଥାନା ପୋଲିସ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁ କନ୍ୟାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁଯାୟୀ, ବାଲେଶ୍ବର (Balasore) ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଗତକାଲି ଦୁର୍ଘଟଣାଗ୍ରସ୍ତ (Accident) ହୋଇଥିଲେ । ଏଥିରେ ୪୦ ରୁ (40 injured) ଅଧିକ ଯାତ୍ରୀ ଆହତ ହୋଇଛନ୍ତି।  ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ସୂଚନା ଅନୁସାରେ, ଏକ ଘରୋଇ ବସଟି ଗୁରୁବାର ବିଳମ୍ବିତ ରାତିରେ ୪୦ରୁ (40 injured) ଅଧିକ ଯାତ୍ରୀଙ୍କୁ ନେଇ  ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା। ବାଲେଶ୍ବର ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ପହଞ୍ଚିବା ସମୟରେ ହଠାତ୍ ବସଟି ଭାରସାମ୍ୟ ହରାଇ ଥିଲା। ଫଳରେ ରାସ୍ତା କଡକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ମଧ୍ୟରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ତେବେ, ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

Also Read-Odisha Flood: ମନରେ ଛନକା, ଦଳେଇଘାଇ ନିକଟରେ ୧୦ ଫୁଟର ଘାଇ

ନିକଟରେ, ମୟୂରଭଞ୍ଜ ଜିଲ୍ଲାରେ ଏକ ବସ ଦୁର୍ଘଟଣାଗସ୍ତ ହୋଇଥିଲା। ଟ୍ରକଟି ଧକ୍କା ଦେବା ଫଳରେ ବସଟି ଘାଟି ଭିତରକୁ ଓଲଟି ପଡ଼ିଥିଲା । ତେବେ ଏହି ଦୁର୍ଘଟଣା ଅନେକ ଯାତ୍ରୀ ଗୁରୁତର ହୋଇଥିଲେ । ସୂଚନା ଅନୁଯାୟୀ, ଏକ ଘରୋଇ ଯାତ୍ରୀବାହୀ ବସଟି ପାଖାପାଖି ୪୫ ଜଣ ଯାତ୍ରୀଙ୍କୁ ଧରି ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ଭୁବନେଶ୍ବର (Bhubaneswar) ଅଭିମୁଖେ ଯାଉଥିଲା । ତେବେ ରାତି ପ୍ରାୟ ଗୋଟାଏ ବେଳକୁ ଜାମଦା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିରେ (Godabhanga Ghati) ଏକ ଅଜଣା ଟ୍ରକ୍ ବସକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଯାତ୍ରୀବାହୀ ବସଟି ଘାଟିର ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିଥିଲା । ଫଳରେ ଏଥିରେ ଥିବା ଅନେକ ଯାତ୍ରୀ ଗୁରୁତର ଆହତ (severely injured)ହୋଇଥିଲେ ।  ଖବର ପାଇ ଆନନ୍ଦପୁର ପୋଲିସ (Anandapur police) ଘଟଣାସ୍ଥଳରେ ପହଁଞ୍ଚିଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଓ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାକୁ ପଠାଯାଇଛି ।