Ganjam Bus Accident: ମୃତକଙ୍କ ପାଇଁ କ୍ଷତିପୂରଣ ବାବଦରେ ୨ ଲକ୍ଷ ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha1754858

Ganjam Bus Accident: ମୃତକଙ୍କ ପାଇଁ କ୍ଷତିପୂରଣ ବାବଦରେ ୨ ଲକ୍ଷ ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଶୋକ ବ୍ୟକ୍ତ କରିଥିଲେ। ଏହା ସହିତ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଗଞ୍ଜାମର ଦିଗପହଣ୍ଡି ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ

Ganjam Bus Accident: ମୃତକଙ୍କ ପାଇଁ କ୍ଷତିପୂରଣ ବାବଦରେ ୨ ଲକ୍ଷ ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ

Ganjam Bus Accident: ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଶୋକ ବ୍ୟକ୍ତ କରିଥିଲେ। ଏହା ସହିତ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଗଞ୍ଜାମର ଦିଗପହଣ୍ଡି ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ ଘରୋଇ ବସ ଓ ଗୋଟିଏ ସରକାରୀ ବସ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ଏକ ଘରୋଇ ବସ ସହିତ ଏକ ସରକାରୀ (OSRTC) ବସ ଧକ୍କା ହୋଇଥିବା ଜଣାପଡ଼ିଛି। ଗୁଡ଼ାରି ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସ ଖଣ୍ଡଦେଉଳିରୁ ଫେରୁଥିବା ଏକ ଘରୋଇ ବସ ସହିତ ମୁହାମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ଉଭୟ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ସୂଚନା ରହିଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇଁ ବ୍ରହ୍ମପୁର ଏସପି, ତହସିଲଦାର ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିରେ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ଅଣାଯାଇଛି। 

ସେପଟେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାରେ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୃତକଙ୍କ ପରିବାର ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ସେହିପରି ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। 

ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୃତକଙ୍କ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହିତ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। 

ସୂଚନାଯୋଗ୍ୟ ସୋମବାର ସକାଳ ରାଜ୍ୟବାସୀଙ୍କ ପାଇଁ ଆଣିଦେଇଛି ଏକ ଲୁହଭିଜା ସକାଳ। ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି। ସେହିପରି ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସମସ୍ତ ଆହତଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ଏକ ଘରୋଇ ବସ ସହିତ ଏକ ସରକାରୀ (OSRTC) ବସ ଧକ୍କା ହୋଇଥିବା ଜଣାପଡ଼ିଛି। ଗୁଡ଼ାରି ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସ ଖଣ୍ଡଦେଉଳିରୁ ଫେରୁଥିବା ଏକ ଘରୋଇ ବସ ସହିତ ମୁହାମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ଉଭୟ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ସୂଚନା ରହିଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇଁ ବ୍ରହ୍ମପୁର ଏସପି, ତହସିଲଦାର ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିରେ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ଅଣାଯାଇଛି। 

Also Read: IND vs WI Sarfaraj Khan: ମୁଖ୍ୟ ଚୟନକର୍ତ୍ତାଙ୍କ ସାମ୍ନାରେ ମାରିଥିଲେ ଶତକ, ତଥାପି ସରଫରାଜଙ୍କର ହେଲାନି ଚୟନ

Also Read: PM Kisan 14th Installment: ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଆସିଲା ବଡ଼ ଅପଡେଟ, ଏହି ଦିନ ଖାତାକୁ ଆସିବ ୧୪ତମ କିସ୍ତି !

Also Read: Flora Saini: ପୂର୍ବତନ ପ୍ରେମିକଙ୍କ ବିଷୟରେ ଏଭଳି ଖୁଲାସା କଲେ ଫ୍ଲୋରା, କହିଲେ ସେ ମୋ ପ୍ରାଇଭେଟ୍ ପାର୍ଟ...