Odisha News: ଗଣ୍ତରେ ଗାଧେଇବା ବେଳେ ପାଣିରେ ବୁଡ଼ି ଡ଼ାକ୍ତର ମୃତ
Advertisement

Odisha News: ଗଣ୍ତରେ ଗାଧେଇବା ବେଳେ ପାଣିରେ ବୁଡ଼ି ଡ଼ାକ୍ତର ମୃତ

Odisha News: ଗଣ୍ତରେ ଗାଧେଇବା ହେଲା କାଳ । ଗାଁ ନିକଟ ଗଣ୍ତରେ ବୁଡ଼ି ଡ଼ାକ୍ତର ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ (Ganjam) ଜିଲ୍ଲା ସୋରଡ଼ା (Sorada) ଥାନା ଭଗବାନପୁରରେ । ମୃତ ଡ଼ାକ୍ତରଙ୍କ (Doctor) ନାଁ ରାକେଶ କୁମାର ପାଢୀ ଅଟେ ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ବ୍ରହ୍ମପୁର (Brahmapur) ଗୋଷାଣୀ ନୂଆଗାଁ ଅଞ୍ଚଳର ଯୁବ ଡ଼ାକ୍ତର ନିଜର ତିନି ଜଣ ସାଙ୍ଗଙ୍କ ସହ ଋଷିକୂଲ୍ୟା (Rushikulya) ହୁଳୁହୁଳା ଗଣ୍ତକୁ (Huluhula Waterfall) ପିକନିକ୍ କରିବା ନେଇ ଯାଇଥିଲେ । ଭୋଜି ଖାଇବା ପରେ ୩ ଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ ରାକେଶ । ବାସ୍ ଏହି ସମୟରେ ଗଣ୍ଡରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି଼ ଯାଇଥିଲେ ଡାକ୍ତର। ଖବର ପାଇ ଅଗ୍ନିଶମ ବାହିନୀ (Fire brigade) ଓ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବହୁ ଖୋଜାଖୋଜି ପରେ ଡ଼ାକ୍ତରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ମୃତଦେହକୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା, ସେଠାରେ ତାଙ୍କୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରକାଶ ଥାଉ କି, ଡାକ୍ତର ଜଣକ ଏମ.କେ.ସି.ଜି ମେଡ଼ିକାଲରେ (M.K.C.G. Medical College) ପିଜି କରୁଥିବା ଜଣାପଡି଼ଛି । ତେବେ ପିକନିକ୍ ଯାଇଥିବା ଯୁବକଙ୍କ ମଧ୍ଯରୁ ଦୁଇ ଜଣ ଡାକ୍ତର ଥିବା ବେଳେ ଅନ୍ୟଜଣେ ଇଂଜିନିୟର ଥିବା ସୂଚନା ମିଳିଛି।

Also Read-Cyclone Update: ଆସୁଛି ବାତ୍ୟା ‘ହମୁନ୍’! ରାଜ୍ୟରେ ବର୍ଷା ଜାରି, ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା..

Also Read-Job Opportunity: ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରି ସୁଯୋଗ, ଜାଣନ୍ତୁ କେଉଁ କେଉଁ ପଦବୀ ପାଇଁ ବାହାରିଛି ଚାକିରି..