ଅଲୋଡ଼ା ଶିଶୁକନ୍ୟା ! ଶୀତରାତିରେ ବସ୍ ଚକା ତଳେ ଶିଶୁକୁ ଛାଡ଼ି ମା' ଫେରାର
Advertisement
Article Detail0/zeeodisha/odisha2061066

ଅଲୋଡ଼ା ଶିଶୁକନ୍ୟା ! ଶୀତରାତିରେ ବସ୍ ଚକା ତଳେ ଶିଶୁକୁ ଛାଡ଼ି ମା' ଫେରାର

ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିକୁ ଚମ୍ପୁଆ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ଶିଶୁର ପରିଚୟ କଣ ଏବଂ କିଏ କେଉଁ କାରଣ ପାଇଁ ଏପରି କଲା ସେନେଇ ପୋଲିସ ତନାଘନା ଚଳାଇଛି ।

ଅଲୋଡ଼ା ଶିଶୁକନ୍ୟା ! ଶୀତରାତିରେ ବସ୍ ଚକା ତଳେ ଶିଶୁକୁ ଛାଡ଼ି ମା' ଫେରାର

କେଉଁଝର: ହାଡଭଙ୍ଗା ଶୀତରେ ସାରା ରାଜ୍ୟ ଥରୁଥିବା ସମୟରେ ଏହି ଶୀତୁଆ ରାତିରେ ବସ ଚକା ତଳୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା । ଶିଶୁଟିକୁ ମାଆଜଣକ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ବସ୍ ଚକାତଳେ ଛାଡି ଚାଲିଯାଇଥିବା ସୂଚନା ମିଳିଛି । 

ସୂଚନା ମୁତାବକ, ଚମ୍ପୁଆ ନିକଟରେ ଛିଡା ହୋଇଥିବା ଏକ ବସର ହେଲପର ଗାଡି ଷ୍ଟାର୍ଟ୍ ହେବା ପୂର୍ବରୁ ବସର ଚକା ଗୁଡିକୁ ଯାଞ୍ଚ କରୁଥିଲେ । ଏହି ସମୟରେ ସେ ବସ ଚକା ନିକଟରେ ଏକ ବ୍ୟାଗ ରହିଥିବା ଦେଖିବାକୁ ପାଇଥିଲେ । କଣ ଅଛି ଜାଣିବା ପାଇଁ ସେ ବ୍ୟାଗ ନିକଟକୁ ଯାଇଥିଲେ । ସେ ଯାହା ଦେଖିଥିଲେ ତାହା ତାଙ୍କୁ ଖୁବ ବିଚଳିତ କରିଥିଲା । ଏକ ପ୍ଲାଷ୍ଟିକ୍ ବ୍ୟାଗରେ ଛୋଟ ଶିଶୁ କନ୍ୟାକୁ କେହି ଜଣେ ଛାଡି ଚାଲିଯାଇଛି । ବସ୍ ହେଲପର ଜଣକ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଘଟଣା ଥାନା ପର୍ଯ୍ୟନ୍ତ ଯାଇଥିଲା । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିକୁ ଚମ୍ପୁଆ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ଶିଶୁର ପରିଚୟ କଣ ଏବଂ କିଏ କେଉଁ କାରଣ ପାଇଁ ଏପରି କଲା ସେନେଇ ପୋଲିସ ତନାଘନା ଚଳାଇଛି ।

Also Read- Makar Sankranti 2024: ଗୁଡି ଉଡାଇବା ସମୟରେ ଅଘଟଣ, ବେକରେ ସୁତା ଲାଗି ୨ଗୁରୁତର

Also Read- Love Case: ୪ପିଲା ଓ ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ୫ପିଲାର ମା' ସହ ଫେରାର ସ୍ୱାମୀ, ଖୋଜୁଛି ପୋଲିସ